ଆଜିଠୁ ତାମିଲନାଡ଼ୁରେ ପ୍ରସିଦ୍ଧ ଜାଲିକାଟୁ ପ୍ରତିଯୋଗିତା ଆରମ୍ଭ
ତାମିଲନାଡ଼ୁ: ଆଜିଠୁ ତାମିଲନାଡ଼ୁରେ ଆରମ୍ଭ ହୋଇଛି ପ୍ରସିଦ୍ଧ ଜାଲିକାଟୁ ପ୍ରତିଯୋଗିତା । ମଦୁରାଇରେ ୧୬ ଦିନ ଧରି ଚାଲିବ ଏହି କାର୍ଯ୍ୟକ୍ରମ । ତେବେ ପ୍ରତିଯୋଗିତା ପାଇଁ ଚଳିତ ବର୍ଷ କିଛି ନିୟମ ରଖାଯାଇଛି । ନିୟମ ଅନୁଯାୟୀ ୨୧ ବର୍ଷ ତଳକୁ ପିଲା ମାନେ ପ୍ରତିଯୋଗିତାରେ ସାମିଲ ହୋଇପାରିବେ ନାହିଁ । ମଦୁରାଇର ପଲାମେଣ୍ଡ, ଆଲନଗନାଲୁରେ ଏହି ପ୍ରତିଯୋଗିତା ଅନୁଷ୍ଠିତ ହେଉଛି ।
ଚଳିତବର୍ଷ ପ୍ରତିଯୋଗିତାରେ ୭୦୦ ଷଣ୍ଢ ସାମିଲ ହୋଇଛନ୍ତି । ଏହି ପ୍ରତିଯୋଗିତାକୁ ଶୃଙ୍ଖଳିତ ଭାବେ ଆୟୋଜନ କରିବା ପାଇଁ ମାଡ୍ରାସ ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତିଙ୍କୁ ନେଇ ଏକ କମିଟି ଗଠନ ହୋଇଛି । ଏହାସହ ୭୦୦ ଷଣ୍ଢଙ୍କୁ କାବୁ କରିବା ପାଇଁ ୭୩୦ ଜଣ ଲୋକ ମଇଦାନକୁ ଓହ୍ଲାଇବାର ବ୍ୟବସ୍ଥା କରାଯାଇଛି । ସୁରକ୍ଷା ଦୃଷ୍ଟିରୁ ୧୦୦୦ ପୋଲିସ କର୍ମୀ ମୁତୟନ ହୋଇଥିବା ବେଳେ ୩୦ ଜଣିଆ ଡାକ୍ତରୀ ଟିମ୍ ମଧ୍ୟ ସେଠାରେ ଉପସ୍ଥିତ ଅଛନ୍ତି ।