spot_img

Latest Posts

ତାମିଲନାଡୁରେ ସେପ୍ଟେମ୍ବର ୩୦ ଯାଏଁ ବଢିଲା ଲକଡାଉନ୍, କୋହଳ ହେଲା କଟକଣା

ତାମିଲନାଡୁ: ତାମିଲନାଡୁରେ ସେପ୍ଟେମ୍ବର ୩୦ ତାରିଖ ଯାଏଁ ବଢିଲା ଲକଡାଉନ୍ । ବଢୁଥିବା କରୋନା ପ୍ରକୋପକୁ  ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନେଇଛନ୍ତି ସରକାର । ଏ ନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଇ ପାଲାନିସାମି । ତେବେ ସେପ୍ଟେମ୍ବର ମାସର ରବିବାରରେ ସମ୍ପୂର୍ଣ୍ଣ ଭାବେ ଲକଡାଉନ୍ ଲାଗୁ ହେବ ନାହିଁ । ଏଥି ସମେତ ଆନ୍ତଃଜିଲ୍ଲା ପାଇଁ ଇ-ପାସ୍ ପ୍ରକ୍ରିୟାକୁ ରଦ୍ଦ କରିଦିଆଯାଇଛି । ରାଜ୍ୟରେ ସମସ୍ତ ଧାର୍ମିକ ଅନୁଷ୍ଠାନ, ହୋଟେଲ ଓ ରିସର୍ଟ ଖୋଲିବା ପାଇଁ ଅନୁମତି ଦେଇଛନ୍ତି ତାମିଲନାଡୁ ସରକାର । କରୋନା ପାଇଁ ସାରା ଦେଶରେ ଲାଗୁ ହୋଇଛି ଅନଲକ୍ ୪.୦ । ଏଭଳି ସ୍ଥଳେ ଆସନ୍ତା ୩୦ତାରିଖ ଯାଏଁ ଲକଡାଉନ୍ ଘୋଷଣା କରିଛନ୍ତି ତାମିଲନାଡୁ ସରକାର ।

ସୂଚନାଯୋଗ୍ୟ ଯେ, ସେପ୍ଟେମ୍ବର ମାସରେ ରବିବାର ଦିନ ସମ୍ପୂର୍ଣ୍ଣ ତାଲା ପଡ଼ିବ ନାହିଁ । ଏହା ବ୍ୟତୀତ ଜିଲ୍ଲା ମଧ୍ୟରେ ଗତିବିଧି ପାଇଁ ଇ-ପାସ୍ ଆବଶ୍ୟକ ହେବ ନାହିଁ । ସମସ୍ତ ପୂଜାପାଠ, ହୋଟେଲ ଏବଂ ରିସର୍ଟ ଖୋଲିବାକୁ ଅନୁମତି ମଧ୍ୟ ଦିଆଯାଇଛି। ତେବେ ତାମିଲନାଡୁରେ ଗତ କାଲି ତଥା ରବିବାର ଦିନ ୬,୪୯୫ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବା ଦେଖିବାକୁ ମିଳିଛି ଏବଂ ୯୪ ଜଣଙ୍କର ମୃତ୍ୟୁ ହୋଇଛି। ଏହା ସହିତ ତାମିଲନାଡୁର ମୋଟ ସଂକ୍ରମଣ ମାମଲା ଚାରି ଲକ୍ଷରୁ ଅଧିକ ହୋଇଛି । ଏଠାରେ ସକ୍ରିୟ ମାମଲା ସଂଖ୍ୟା ୫୨,୭୨୧ ରହିଛି ଏବଂ ମୋଟ ମୃତ୍ୟୁ ସଂଖ୍ୟା ୭,୨୩୧କୁ ବୃଦ୍ଧି ପାଇଛି ।

 

Latest Posts

Don't Miss