ସେକେଣ୍ଡ ଲେପ୍ଟନାଣ୍ଟରୁ ଦେଶର ପ୍ରଥମ CDS; ଜାଣନ୍ତୁ କିପରି ଥିଲା ବିପିନ ରାଓ୍ୱତଙ୍କ କ୍ୟାରିୟର

1 min read

ନୂଆଦିଲ୍ଲୀ: ପରଲୋକରେ ଭାରତର ପ୍ରଥମ ଚିଫ୍ ଡିଫେନ୍ସ ଷ୍ଟାଫ୍ ବିପିନ୍ ରାଓ୍ୱତ । ହେଲିକପ୍ଟର ଦୁର୍ଘଟଣାରେ ମୃତ୍ୟ ବରଣ କରିଛନ୍ତି ସିଡିଏସ୍ ବିପିନ୍ ରାଓ୍ୱତ । ତାମିଲନାଡୁର କୁନ୍ନୁରରେ ସେନାର ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏହି ଦୁର୍ଘଟଣାରେ ବିପିନ୍ ରାଓ୍ୱତଙ୍କ ସହ ତାଙ୍କ ପତ୍ନୀ ମଧୁଲିକା ରାଓ୍ୱତ ମଧ୍ୟ ମୃତ୍ୟୁ ବରଣ କରିଛନ୍ତି । ଭାରତୀୟ ବାୟୁସେନା ପକ୍ଷରୁ ଟ୍ୱିଟ୍ କରି ଏହି ସୂଚନା ଦିଆଯାଇଛି ।

ତାମିଲନାଡୁର କୁନ୍ନୁରରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ସେନା ହେଲିକପ୍ଟର MI-17V5ରେ ସିଡିଏସ୍ ବିପିନ୍ ରାଓ୍ୱତଙ୍କ ସହ ୧୪ ଜଣ ଥିଲେ । ତେବେ ଏହି ଦୁର୍ଘଟଣାରେ ସିଡିଏସଙ୍କ ସହ ୧୩ ଜଣ ସହିଦ ହୋଇଛନ୍ତି । ପ୍ରାରମ୍ଭିକ ସୂଚନା ଅନୁସାରେ ଖରାପ ପାଗ ପାଇଁ ଏହି ଦୁର୍ଘଟଣା ହୋଇଛି ବୋଲି ସୂଚନା ମିଳିଛି ।


ସଂକ୍ଷେପରେ ବିପିନ୍ ରାୱତ

୧୯୫୮ ମସିହା ମାର୍ଚ୍ଚ ୧୬ରେ ଉତ୍ତରାଖଣ୍ଡରେ ଜନ୍ମ ଗ୍ରହଣ କରିଥିଲେ ବିପିନ୍ । ୧୯୭୮ ଡିସେମ୍ବର ୧୬ରେ ସେକେଣ୍ଡ ଲେଫ୍ଟଲାଣ୍ଟ ଭାବରେ ଭାରତୀୟ ସେନାରେ ଯୋଗ ଦେଇଥିଲେ ବିପିନ୍ ରାଓ୍ୱତ । ସେକେଣ୍ଡ ଲେଫ୍ଟଲାଣ୍ଟ ଭାବରେ ଯୋଗ ଦେଇଥିବା ବିପିନ୍ ଭାରତୀୟ ସେନାରେ ୩୭ ତମ ଉପ ସେନା ମୁଖ୍ୟ ଭାବରେ ୨୦୧୬ ମସିହା ସେପ୍ଟେମ୍ବର ୧ରେ ଯୋଗ ଦେଇଥିଲେ । ମାତ୍ର ତିନି ମାସ ସେନା ଉପ ମୁଖ୍ୟ ଭାବରେ କାର୍ଯ୍ୟ କରିବା ପରେ ୩୧ ଡିସେମ୍ବର ୨୦୧୬ରେ ଭାରତୀୟ ସେନାର ସେନା ମୁଖ୍ୟ ଭାବରେ ଦାୟିତ୍ୱ ତୁଲାଇଥିଲେ ବିପିନ୍ । ସେ ୨୬ତମ ସେନା ମୁଖ୍ୟ ଭାବରେ ୨୦୧୬ ଡିସେମ୍ବର ୩୧ରୁ ୨୦୧୯ ଡିସେମ୍ବର ୩୧ ପର୍ଯ୍ୟନ୍ତ ଦାୟିତ୍ୱରେ ଥିଲେ । ସେନା ମୁଖ୍ୟ ଭାବରେ କାର୍ଯ୍ୟକାଳ ଶେଷ ହେବା ପରେ ଭାରତର ପ୍ରଥମ ଚିଫ୍ ଡିଫେନ୍ସ ଷ୍ଟାଫ୍ ଭାବରେ ଦାୟିତ୍ୱ ନେଇଥିଲେ ବିପିନ ରାଓ୍ୱତ । ୨୦୨୦ ଜାନୁଆରୀ ୧ରୁ ଭାରତର ପ୍ରଥମ ସିଡିଏସ୍ ଭାବରେ ଦାୟିତ୍ୱ ତୁଲାଉଥିଲେ ବିପିନ୍ । ସିଡିଏସ ଭାବରେ ଦାୟିତ୍ୱ ନେବା ପରେ ଭାରତୀୟ ସେନା ପାଇଁ ଉଲ୍ଲେଖନୀୟ କାର୍ଯ୍ୟ କରିଥିଲେ ବିପିନ୍ ରାଓ୍ୱତ ।


ଭାରତୀୟ ସେନାରେ ବହୁ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ରହି ଭାରତ ପାଇଁ ସାହସିକତା କାର୍ଯ୍ୟ କରିଥିଲେ ବିପିନ୍ ରାଓ୍ୱତ । ଦୀର୍ଘ ୪୦ ବର୍ଷରୁ ଅଧିକ ଦିନ ଧରି ଦିନ ରାତି ଭାରତ ପାଇଁ ନିରନ୍ତର କାର୍ଯ୍ୟ ପାଇଁ ବିଭିନ୍ନ ସାହାସିକତା ମେଡାଲରେ ମଧ୍ୟ ସମ୍ମାନିତ ହୋଇଛନ୍ତି । ବିପିନ୍ ରାଓ୍ୱତଙ୍କ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ତାଙ୍କୁ ପରମ ବିଶିଷ୍ଠ ସେବା ମେଡାଲ, ଉତ୍ତମ ଯୁଦ୍ଧ ସେବା ମେଡାଲ, ଅତି ବିଶିଷ୍ଠ ସେବା ମେଡାଲ, ଯୁଦ୍ଧ ସେବା ମେଡାଲ, ସେନା ମେଡାଲ ଓ ବିଶିଷ୍ଠ ସେବା ମେଡାଲ ସହତି ବିପିନ୍ ରାଓ୍ୱତଙ୍କୁ ସେନାର ସର୍ବୋଚ୍ଚ ସମ୍ମାନ ମିଳିଥିଲା ।

Leave a Reply