ଅପରେସନ ପାତାଳି,କେଉଁଠି ଚାଲିଛି ଜୀବନ ପାଇଁ ଯୁଦ୍ଧ ?

1 min read

ପାଖାପାଖି ୨୫ ଫୁଟର ମୃତ୍ୟୁ ଗାତ। ତା’ରି ଭିତରେ ଚାଲିଛି ଜୀବନ ପାଇଁ ସଂଘର୍ଷ । କିଟିକିଟି ଅନ୍ଧାରକୁ ଚିରି ଭୂଇଁ ଉପରକୁ ଆସି ପାରୁନି ପାତାଳି ହୋଇ ପଡିଥିବା କୁନିପୁଅର କାନ୍ଦ। ଅନୁମାନ କରାଯାଉଛି ଆଖିଠୁ ଅନତି ଦୂରରେ ଚାଲିଛି ନିଶ୍ବାସପ୍ରଶ୍ବାସର ଅହରହ ଖେଳ। ତେଣୁ ତ ଗତକାଲି ସଂଧ୍ୟାରୁ ସମସ୍ତେ ଲାଗି ପଡିଛନ୍ତି ପାତାଳି ଶିଶୁକୁ ପୁନର୍ଜନ୍ମ ଦେବାକୁ ।

ଏ ଘଟଣା ହେଉଛି ତାମିଲନାଡୁର ତିରୁଚିରାପଲ୍ଲି ଜିଲ୍ଲାର । ଶିଶୁଟିର ନାଁ ସୁଜିତ୍ ୱିଲସନ୍ ।

ଶୁକ୍ରବାରର ସନ୍ଧ୍ୟା ପ୍ରାୟ ୫ଟା ସମୟରେ ସାହିଦାଣ୍ଡରେ ଖେଳୁଥିବା ବେଳେ ହଠାତ୍ ଖସି ପଡିଥିଲା ଅଧାଖୋଳା ବୋରୱେଲ ଭିତରେ । ଅମାବାସ୍ୟାର ଦୁଇଦିନ ପୂର୍ବରୁ ସତେ ଯେମିତି ସାରା ଗାଁକୁ ଘୋଡାଇ ଦେଇଥିଲା ଦୁଃଖର ଅମାବାସ୍ୟା ।

ଗାଁ ଲୋକଙ୍କ କାନ୍ଦବୋବାଳିର ଭିଡ଼କୁ ଆଡେଇ ଗତକାଲି ଠାରୁ କୁନିପୁଅଟିକୁ ଉଦ୍ଧାର କରିବାକୁ ଲାଗି ପଡିଛନ୍ତି ଉଦ୍ଧାରକାରୀ ଦଳ। ହାତେ ଓସାରର ବୋରୱେକୁ ଲାଗିଥିବା ମାଟିକୁ ବୁଲଡୋଜର୍ ସାହାଯ୍ୟରେ ଖୋଳି ଏକ ସୁଡଙ୍ଗ ତିଆରି କରିଛନ୍ତି । ତେବେ ଏତେ ସହଜ ହୋଇନି ପୁନର୍ଜନ୍ମର ଏହି କଷ୍ଟସାଧ୍ୟ ଅଭିଯାନ । ମାତ୍ର ୧୦ ଫୁଟ ଖୋଳାଯିବା ପରେ ମାଟି ଭିତରେ ଛିଡା ହୋଇଛି ପଥର ଚଟାଣ । ତେଣୁ ଅଧାର ବନ୍ଦ ହୋଇଯାଇଛି ଅପରେସନ । ପଡୋଶୀ ଜିଲ୍ଲାର ଡକାଯାଇଛି ବିଶେଷଜ୍ଞ ଦଳ । ମାଇକ୍ରୋ କ୍ୟାମେରା ଖଂଜା ଯାଇ ଶିଶୁଟିର ଶ୍ବାସକ୍ରିୟାକୁ ଅନୁଧ୍ୟାନ କରାଯାଉଛି । ଘଟଣା ଉପରେ ନଜର ରଖିଛନ୍ତି ତାମିଲନାଡୁ ସରକାରଙ୍କ ବିଭିନ୍ନ ବିଭାଗର ମନ୍ତ୍ରୀ ଓ ସଚିବ ।
')}

Leave a Reply