ରାଜଧାନୀରେ ତାମିଲ ଲୁଟେରା ଗ୍ୟାଙ୍ଗ: ଜରି ଗୋଟାଳି ବେଶରେ ଆସି ବୁଲାଉଥିଲେ କଳାକନା

ଭୁବନେଶ୍ବର: ରାଜଧାନୀରେ ଲୁଟେରା ରାଜ । କେବଳ ଓଡ଼ିଶା ଅପରାଧୀ ନୁହଁନ୍ତି, ରାଜ୍ୟ ବାହାର ଅପରାଧୀଙ୍କ ବି ଆଡ୍ଡା ସ୍ଥଳ ପାଲଟିଛି ରାଜଧାନୀ । ବାରମ୍ବାର ଏମିତି ଘଟଣା ପଦାକୁ ଆସୁଥିବା ବେଳେ ଧନଜୀବନକୁ ନେଇ ରାଜଧାନୀବାସୀ ଚିନ୍ତିତ । ଆଉ ଏହି ଚିନ୍ତାକୁ ବଢାଇ ଦେଇଛି, ଆଜି କମିଶନରେଟ ପୋଲିସ ହାତରେ ଧରା ପଡିଥିବା ଆଉ ଏକ ଲୁଟେରା ଗ୍ୟାଙ୍ଗ । ସ୍ପେଶାଲ ସ୍କାର୍ଡ ପଞ୍ଝାରେ ପଡିଥିବା ଏହି ଲୁଟେରା ଗ୍ୟାଙ୍ଗ ତାମିଲନାଡୁର । ଏମାନଙ୍କ ଟାର୍ଗେଟରେ ଥିଲା ମେସ୍, ହଷ୍ଟେଲ ଓ ବ୍ୟାଚଲରଙ୍କ ରୁମ୍ । ଜରି ଗୋଟାଳି ବେଶରେ ଆସି ବୁଲାଉଥିଲେ କଳା କନା । ମୁକ ବଧିର ଅଭିନୟ କରି କରୁଥିଲେ ଚୋରି । ଯଦି ଧରାପଡି ଯାଉଥିଲେ ମାଡରୁ ବର୍ତ୍ତିବା ପାଇଁ ଦେଖାଉଥିଲେ ଫେକ୍ ଭିନ୍ନକ୍ଷମ ସାର୍ଟିଫିକେଟ୍ ।

ଭୁବନେଶ୍ବରରେ ସହରରୁ ଉପକଣ୍ଠ ସବୁଠି ଏହି ଗ୍ୟାଙ୍ଗ କରୁଥିଲେ ହାତ ସଫେଇ । ଖାସ କରି ବ୍ୟଚଲରଙ୍କ ରୁମ, ମେସ ଓ ସକାଳୁଆ ସିଫ୍ଟକୁ ଯାଉଥିବା ଲୋକଙ୍କୁ ଘରେ ହାତ ମାରୁଥିଲେ । ଗତ ୨୦ ତାରିଖରେ କଳିଙ୍ଗ ନଗର ଅଞ୍ଚଳରୁ ଜଣଙ୍କ ଘରୁ ଦାମୀ କ୍ୟାମେରା ଓ ମୋବାଇଲ ଚୋରି କରି ନେଇଥିଲେ । ପୋଲିସ ନିକଟରେ ଅଭିଯୋଗ ପରେ ସ୍ପେଶାଲ ସ୍କାର୍ଡ ଓ ପିଓପିଡି ଟିମ୍ ଲୁଟେରାଙ୍କ ପଛରେ ଲାଗିଥିଲା । ସହରର ପ୍ରମୁଖ ଛକରେ ଲାଗିଥିବା ସିସିଟିଭି ଫୁଟେଜ ଆଧାରରେ ଗ୍ୟାଙ୍ଗକୁ ଚିହ୍ନଟ କରାଯାଇଥିଲା । ଆଜି ସହିଦନଗର ଅଞ୍ଚଳରେ ଲୁଟିବା ପାଇଁ ଯୋଜନା କରୁଥିବା ବେଳେ ପୋଲିସ ଦୁଇ ଜଣଙ୍କୁ ଗିରଫ କରିଥିଲା । ସେମାନଙ୍କଠାରୁ ଲାପଟପ୍, ୨୨ଟି ମୋବାଇଲ ଓ ଗୋଟିଏ କ୍ୟାମେରା ଜବତ ହୋଇଛି । କୌତହଳ କଥା ହେଲେ ଲୁଟ ବେଳେ ଧରା ପଡିଲେ ମୁକ, ବଧିର ଅଭନୟ କରିବା ସହିତ ସାର୍ଟିଫିକେଟ ଦେଖାଇ ଖସି ଯାଇଥିଲେ । ଯାଞ୍ଚ ବେଳେ ଫେକ ସାର୍ଟପିକେଟ ବୋଲି ପୋଲିସ ଜାଣିବାକୁ ପାଇଛି । ଅନେକ ସମୟରେ ଧରା ପଡିବା ପରେ ମାଡ ଓ ଗିରଫଦାରୀରୁ ବର୍ତ୍ତିବା ପାଇଁ ଏଭଳି ନକଲି ସାର୍ଟଫିକେଟ ତିଆରି କରିଥିବା ପୋଲିସ କହିଛି ।