କେବେ ବିବାହ କରିବେ ତମନ୍ନା ? ଫ୍ୟାନ୍ସଙ୍କୁ କହିଲେ ସତ କଥା
ମୁମ୍ବାଇ: ବଲିଉଡରୁ ସାଉଥ ଇଣ୍ଡଷ୍ଟ୍ରୀ ପର୍ଯ୍ୟନ୍ତ ଅଭିନୟ ଯାଦୁରେ ଦର୍ଶକଙ୍କୁ ବାନ୍ଧି ରଖିଥିବା ଅଭିନେତ୍ରୀ ତମନ୍ନା ଭାଟିଆଙ୍କ ଚର୍ଚ୍ଚା ଏବେ ସବୁଠି । ଦୀର୍ଘ ସମୟରୁ ଅଭିନେତା ବିଜୟ ବର୍ମାଙ୍କୁ ଡେଟିଂ କରୁଥିବା ନେଇ ଗୁଜବ ଉଠିଛି । ଦୁହିଁଙ୍କ ଫ୍ୟାନ୍ସ ମଧ୍ୟ ଉଭୟଙ୍କ ଯୋଡିକୁ ବେଶ୍ ପସନ୍ଦ କରନ୍ତି । ଦୀର୍ଘଦିନରୁ ଡେଟିଂ କରୁଥିବା ଏହି ଯୋଡି କେବେ ବିବାହ କରିବେ ସେ ନେଇ ସଭିଙ୍କ ମନରେ ପ୍ରଶ୍ନ ? ନିକଟରେ ବିବାହକୁ ନେଇ ମୁହଁ ଖୋଲିଛନ୍ତି ସ୍ତ୍ରୀ ୨ ଅଭିନେତ୍ରୀ ତମନ୍ନା ।
ଏହି ଦୁଇ ଷ୍ଟାର ରିଲେସନସିପ କଥାକୁ ନେଇ କେବେବି ଲୁଚାଇ ନାହାନ୍ତି । ସଭିଙ୍କ ସାମନାରେ ଉଭୟଙ୍କ ସମ୍ପର୍କକୁ ନେଇ ଖୋଲାଖୋଲି କଥା ହୁଅନ୍ତି ଦୁଇ ଷ୍ଟାର । ବିବାହକୁ ନେଇ ତମନ୍ନାଙ୍କ ଏକ ଭିଡିଓ ଭାଇରାଲ ହେଉଛି । ହାଇଦ୍ରାବାଦରେ ଆୟୋଜିତ ଏକ ଇଭେଣ୍ଟରେ ବିବାହ ଗୁଜବରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି ତମନ୍ନା । ଏକ ଦୋକାନ ଓପନିଂରେ ପହଞ୍ଚିଥିବା ତମନ୍ନା ମିଡିଆ ପ୍ରଶ୍ନର ସିଧା ଜବାବ ଦେଇଛନ୍ତି । ସେ କହିଛନ୍ତି ମୋର ଏବେ ବିବାହ କରିବାର କୌଣସି ଇରାଦା ନାହିଁ । ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
ପ୍ରଶଂସକ ଭାବିଥିଲେ ଯେ ତମନ୍ନା ଖୁବଶୀଘ୍ର ଅଭିନେତା ବିଜୟ ବର୍ମାଙ୍କୁ ବିବାହ କରିବେ । କାରଣ ଉଭୟଙ୍କୁ ରାମ୍ପ ଶୋ ଠାରୁ ଆରମ୍ଭ କରି ପ୍ରତିଟି ଇଭେଣ୍ଟରେ ଏକାଠି ଦେଖିବାକୁ ମିଳେ । କିନ୍ତୁ ବିବାହ କରିବା ପ୍ରଶ୍ନରେ ସେ କହିଛନ୍ତି ଏ ବିଷୟରେ ମୁଁ ଏଯାଏଁ କିଛି ଭାବି ନାହିଁ । ନିକଟରେ ରିଲିଜ ସ୍ତ୍ରୀ ୨ର ଗୀତ ଆଜ କି ରାତରେ ତମନ୍ନାଙ୍କ ଜଲୱାକୁ ବେଶ ପସନ୍ଦ କରିଥିଲା ଦର୍ଶକ ।