spot_img

Latest Posts

ମୁସଲମାନ ଦେଶରେ ଭଗବାନ ବିଷ୍ଣୁଙ୍କ ସର୍ବୋଚ୍ଚ ପ୍ରତିମା

ବିଶ୍ୱରେ ଏମିତି ଅନେକ ମନ୍ଦିର ଅଛି ଯେଉଁ ଗୁଡ଼ିକ କିଛି ଖାସ୍‌ ମାହାତ୍ମ୍ୟ ପାଇଁ ଜଣାଶୁଣା । ସେ ହିନ୍ଦୁ ଦେଶ ହେଉ ଅବା ମୁସଲିମ୍‌ ଦେଶ । ଭଗବାନ ସମସ୍ତଙ୍କର । କେବଳ ଭକ୍ତି ଆବଶ୍ୟକ । ସେଥିପାଇଁ କୁହାଯାଏ ଭକ୍ତର ଭଗବାନ । ଭଗବାନଙ୍କ ପୂଜାରେ ସ୍ଥାନ କେବେ ବାଧକ ସାଜିପାରେନା । ଏଇ ଯେମିତି ଇଣ୍ଡୋନେସିଆ ।

ମୁସଲମାନଙ୍କ ଦେଶ ଇଣ୍ଡୋନେସିଆରେ ହିନ୍ଦୁ ଦେବତା ଭଗବାନ ବିଷ୍ଣୁଙ୍କ ବିଶ୍ୱର ଉଚ୍ଚତମ ପ୍ରତିମୂର୍ତ୍ତି ପ୍ରତିଷ୍ଠିତ ହୋଇଛି। ଏତେ ବଡ ମୂର୍ତ୍ତି ଭାରତରେ ମଧ୍ୟ ନାହିଁ, ଯେଉଁଠାରେ ହିନ୍ଦୁମାନଙ୍କର ଜନସଂଖ୍ୟା ସର୍ବାଧିକ। ଏହି ପ୍ରତିମୂର୍ତ୍ତି ଇଣ୍ଡୋନେସିଆର ବାଲି ଦ୍ୱୀପରେ ଥିବା କିନକାନା ପାର୍କରେ ରହିଛି। ଏହି ପ୍ରତିମାଟି ୧୨୨ ଫୁଟ ଉଚ୍ଚ ଏବଂ ୬୪ ଫୁଟ ଚଉଡା। ଏହି ପ୍ରତିମା ତମ୍ବା ଓ ପିତ୍ତଳରେ ନିର୍ମିତ। କୁହାଯାଏ ଏହାକୁ ତିଆରି କରିବାକୁ ପ୍ରାୟ ୨୪ ବର୍ଷ ସମୟ ଲାଗିଥିଲା ଏବଂ ଏହା ୨୦୧୮ରେ ସମ୍ପୂର୍ଣ୍ଣ ହୋଇଥିଲା। ଏହି ପ୍ରତିମୂର୍ତ୍ତିରେ ଭଗବାନ ବିଷ୍ଣୁ ଗରୁଡ ଉପରେରେ ବସିଛନ୍ତି। ଏହା ଏତେ ମନୋରମଯେ ଏହାକୁ ଦେଖିବା ପାଇଁ ସାରା ବିଶ୍ୱରୁ ଲୋକ ଆସନ୍ତି। ଭକ୍ତଙ୍କ ସମାଗମରେ ଏହାର ଆଖପାଖ ଆହୁରି ପ୍ରଜ୍ୱଳିତ ହୋଇଉଠେ ।

ଇଣ୍ଡୋନେସିଆରେ ରହୁଥିବା ଶିଳ୍ପୀ ବପ୍ପା ନ୍ୟୁମାନ ନୁଆର୍ତା ୧୯୭୯ ରେ ଏଭଳି ଏକ ବିଶାଳ ପ୍ରତିମୂର୍ତ୍ତି ତିଆରି କରିବାର ସ୍ୱପ୍ନ ଦେଖିଥିଲେ, ଯାହା ବର୍ତ୍ତମାନ ପର୍ଯ୍ୟନ୍ତ ଦୁନିଆର କୌଣସି ସ୍ଥାନରେ ତିଆରି ହୋଇନାହିଁ। ଏହା ପରେ, ସେ ଏହି ପ୍ରତିମା ତିଆରି କରିବା ପାଇଁ ଯୋଜନା ଆରମ୍ଭ କରିଥିଲେ। ୧୬ ବର୍ଷର ଯୋଜନା ପରେ, ଏହା ଉପରେ କାମ ଆରମ୍ଭ ହୋଇଥିଲା । ଏହାକୁ ତିଆରି କରିବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା।

Latest Posts

Don't Miss