ଶେଷ ହେଲା ବୈଠକ, ପ୍ରସ୍ତୁତ ହେଲା ନକ୍ସା ; ଜମ୍ମୁ-କାଶ୍ମୀର ବିଧାନସଭା ନିର୍ବାଚନ ନେଇ ଆଲୋଚନା
ନୂଆଦିଲ୍ଲୀ: ଶେଷ ହୋଇଛି ସାଢେ ତିନି ଘଣ୍ଟାର ବୈଠକ । ମାରାଥନ ମିଟିଙ୍ଗ, ଗୁରୁତ୍ବପୂର୍ଣ୍ଣ ଆଲୋଚନାର ଘଟିଛି ଅନ୍ତ । ଧାରା ୩୭୦ ଲାଗିବାର ଦୀର୍ଘ ଦୁଇ ବର୍ଷ ପରେ କମିଛି ଜମ୍ମୁ କାଶ୍ମୀର ଓ ରାଜଧାନୀ ଦିଲ୍ଲୀର ଦୁରତା । ଆଜି ୭ ଲୋକ କଲ୍ୟାଣ ମାର୍ଗରେ ବସିଥିବା ବୈଠକରେ କାଶ୍ମୀର ପ୍ରସଙ୍ଗକୁ ନେଇ ହୋଇଛି ବଡ଼ ବୈଠକ । ଜମ୍ମୁ କାଶ୍ମୀରର ସମସ୍ତ ନେତାଙ୍କ ମତାମତ ନେଇ କାଶ୍ମୀର ବିକାଶର ନୂଆ ନକ୍ସା କାଢିଛନ୍ତି କେନ୍ଦ୍ର ସରକାର । ସନ୍ଧ୍ୟା ସାତ ଘଟିକାରେ ବୈଠକ ଶେଷ ହୋଇଥିବାବେଳେ ନିଜର ମତ ପ୍ରକାଶ କରିଛନ୍ତି ବୈଠକରେ ଉପସ୍ଥିତ ଥିବା ସମସ୍ତ ନେତା ।
କାଶ୍ମୀର ନେତାଙ୍କ ମଧ୍ୟରେ ଥିବା ରାଜଧାନୀ ଦିଲ୍ଲୀ ଏବଂ ଦିଲ୍ ର ଦୂରତା କମାଇବାକୁ ଚାହୁଁଥିବା ପ୍ରକାଶ କରିଛନ୍ତି । ସେପଟେ ବୈଠକରେ ଯୋଗଦେଇଥିବା ବରିଷ୍ଠ କଂଗ୍ରେସ ନେତା ଗୁଲସାମ ନବୀ ଆଜାଦ ମଧ୍ୟ ମତ ପ୍ରକାଶ କରିଛନ୍ତି । କାଶ୍ମୀରର ବିକାଶ ପାଇଁ ବୈଠକରେ ଆଲୋଚନା କରାଯାଇଛି । ସମସ୍ତ ଏଥିପାୱଇଁ ପ୍ରତିବଦ୍ଧ ମଧ୍ୟ । ତେଣୁ ଆଜିର ବୈଠକରେ ଜମ୍ମୁ କାଶ୍ମୀରରେ ହେବାକୁ ଥିବା ବିଧାନସଭା ନିର୍ବାଚନ ବିଷୟରେ ଆଲୋଚନା ହୋଇଥିବା କହିଛନ୍ତି ଗୁଲାମ ନବୀ ଆଜାଦ । ଗତ ୨୦୧୮ ମସିହାରୁ ଜମ୍ମୁ ଓ କାଶ୍ମୀରରେ ରାଷ୍ଟ୍ରପତି ଶାସନ ଜାରି କରାଯାଇଛି । ଆଜିର ବୈଠକରେ ୮ଟି ରାଜନୈତିକ ଦଳର ୧୪ ଜଣ ନେତା ବୈଠକରେ ସାମିଲ ହୋଇଥିଲେ ।
ବୈଠକରେ ଜାମ୍ମୁ ଓ କାଶ୍ମୀରକୁ ରାଜ୍ୟମାନ୍ୟତା ପ୍ରଦାନ କରିବା ଲାଗି ଗୁପକାର ସଂଗଠନ ଦାବି କରିଥିବା ସୂଚନା ମିଳିଛି । ସେପଟେ ରାଜ୍ୟରେ ଆଗାମୀ ଦିନରେ ବିଧାନସଭା ନିର୍ବାଚନ ହେବା ନେଇ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ । ତେଣୁ କୋଭିଡ କଟକଣା ଭିତରେ କିଭଳି ନିର୍ବାଚନ ହୋଇପାରିବ ସେନେଇ ବୈଠକରେ ଆଲୋଚନା କରାଯାଇଛି । ପ୍ରଧାନମନ୍ତ୍ରୀଙ୍କ ନିବାସ ୭ ଲୋକ କଲ୍ୟାଣ ମାର୍ଗରେ ଅନୁଷ୍ଠିତ ଏହି ବଡ଼ ବୈଠକରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ ଅବଦୁଲ୍ଲୀ, ଓମାର ଅବଦୁଲ୍ଲା, ଗୁଲାମ ନବୀ ଆଜାଦ ଓ ମେହବୁବା ମୁଫତିଙ୍କ ସମେତ ୧୪ ଜଣ ନେତା ଯୋଗ ଦେଇଛନ୍ତି ।