ପଞ୍ଜଶୀରରେ ପଶିବନି ତାଲିବାନ, ବୈଠକରେ ହୋଇଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି

କାବୁଲ: ଆଫଗାନିସ୍ତାନର ପଞ୍ଜଶୀରରେ ତାଲିବାନ ଓ ନର୍ଦନ ଏଲାୟନ୍ସ ମଧ୍ୟରେ ପୁଣି ଥରେ ଆଲୋଚନା ଆରମ୍ଭ ହୋଇଛି। ଯଦିଓ ତାଲିବାନ ପୂରା ଅଞ୍ଚଳକୁ ନିଜ ଅକ୍ତିଆରରେ ରଖିଛି ତଥାପି ପଞ୍ଜଶୀର ଯାଏଁ ପହଞ୍ଚି ପାରିନାହିଁ । ଦୁଇ ଗୋଷ୍ଠୀ ମଧ୍ୟରେ ଏବେବି ଯୁଦ୍ଧ ଜାରି ରହିଥିବା ବେଳେ ଏବେ ସିଜଫାୟାର ନେଇ ବୁଝାମଣା ହୋଇଥିବା ଜଣାପଡିଛି ।

ସୂଚନା ମୁତାବକ, ଅହମ୍ମଦ ମସୁଦ ଅଧ୍ୟକ୍ଷତାରେ ନର୍ଦନ ଏଲାୟନ୍ସ ଓ ତାଲିବାନ ମଧ୍ୟରେ କଥାବାର୍ତ୍ତା ଆଲୋଚନା ହୋଇଛି । ତାଲିବାନ ପକ୍ଷରୁ ଆଲୋଚନାର ମଙ୍ଗ ନେଇଛନ୍ତି ମୌଲାନା ଅମିର ଖାନ ମୁକ୍ତଇ । ତେବେ ତାଲିବାନ ଏହାର ନାମ ଅମନ ଜିରାଗ ରଖିଥିବା ବେଳେ ଏହି ବୈଠକ ପରବାନ ଜିଲ୍ଲାର ଚାରିକର ଅଞ୍ଚଳରେ ଆୟୋଜିତ ହୋଇଛି ।

ତାଲିବାନର କହିବା ଅନୁଯାୟୀ ସିଜଫାୟାର ନେଇ ସହମତି ପ୍ରକାଶ ପାଇଛି। ପଞ୍ଜଶୀରରେ ଦୁହିଁଙ୍କ ପକ୍ଷରୁ ଗୁଳିଚାଳନା କରାଯିବ ନାହିଁ କି କୗେଣସି ପ୍ରକାରର ଉତ୍ତେଜନା ମୂଳକ ପରିସ୍ଥିତି ସୃଷ୍ଟି କରାଯିବ ନାହିଁ ।

ପଞ୍ଜଶୀରକୁ କବଜା କରିପାରିନଥିଲା ତାଲିବାନ 

ନିକଟ ଅତୀତରେ ପଞ୍ଜଶୀରରେ ତାଲିବାନ ଓ ନର୍ଦନ ଏଲାୟନ୍ସ ମଧ୍ୟରେ ଗୁଳିକାଣ୍ଡ ଖବର ସାମ୍ନାକୁ ଆସିଥିଲା । ଯେଉଁଥିରେ ୩୦୦ ତାଲିବାନୀ ମୃତ୍ୟୁବରଣ କରିଥିଲେ । କିନ୍ତୁ ତାଲିବାନ ଲଗାତାର ଭାବେ ପଞ୍ଜଶୀରକୁ କବଜା କରିବାକୁ ଚାହୁଁଥିବା ବେଳେ ନର୍ଦନ ଏଲାୟନ୍ସ ଦୃଢତାର ସହ ସେମାନଙ୍କ ମୁକାବିଲା କରୁଛି ।

Leave a Reply