spot_img

Latest Posts

ପାକିସ୍ତାନର ମିଛ ଧରାଇଲା ତାଲିବାନ, ପାକିସ୍ତାନରେ ହିଁ ଲୁଚି ରହିଛି ମାସୁଦ ଅଜହର୍

କାବୁଲ: ମୋଷ୍ଟ ୱାଣ୍ଟେଡ ଆତଙ୍କବାଦୀ ମାସୁଦକୁ ନେଇ ମୁହାଁମୁହିଁ ହୋଇଛନ୍ତି ପାକିସ୍ତାନ-ଆଫଗାନିସ୍ତାନ । କେଉଁଠି ଲୁଚିଛି ମାସୁଦ ଆଝାର? ମାସୁଦଙ୍କ ଗିରଫ ପାଇଁ ଆଫଗାନିସ୍ତାନକୁ ପାକିସ୍ତାନର ଚିଠି ପରେ ତାତିଛି ତାଲିବାନ। ମସୁଦ ପାକିସ୍ତାନରେ ଲୁଚିଛି ବୋଲି ତାଲିବାନ ଦାବି କରିଛି । ମାସୁଦ ଆଫଗାନିସ୍ତାନରେ ଥିବା ପାକିସ୍ତାନ କହିବା ପରେ ଦୁଇ ଦେଶ ମଧ୍ୟରେ ତିକ୍ତତା ବଢ଼ିଛି ।

ଏଫଏଟିଏଫରର ଛାଟରୁ ବର୍ତ୍ତିବା ପାଇଁ ପାକିସ୍ତାନ କିଛି ନିର୍ଦ୍ଦିଷ୍ଟ ଗଣମାଧ୍ୟମ ଦ୍ୱାରା ମାସୁଦ ଆଝାର ଆଫଗାନିସ୍ତାନରେ ରହିଥିବା ଖବର ପ୍ରକାଶ କରିଥିଲା। ଏପରି କି ଆଫଗାନକୁ ଦଖଲ କରିଥିବା ତାଲିବାନ ସହ ମାସୁଦ ଯୋଗାଯୋଗରେ ରହିଛି ବୋଲି ପାକିସ୍ତାନ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଥିଲା। ପାକିସ୍ତାନ ବୈଦେଶିକ ବିଭାଗ ପକ୍ଷରୁ ନିକଟରେ ଗୋଟିଏ ଚିଠି ତାଲିବାନକୁ ପାଖକୁ ପଠାଯାଇଥିବା ମଧ୍ୟ ପାକ ମିଡିଆ ରିପୋର୍ଟରେ ପ୍ରକାଶ ପାଇଥିଲା। ଏଥିରେ କୁହାଯାଇଥିଲା ଯେ ମାସୁଦ ଆଝାର ଆଫଗାନିସ୍ତାନର ନଙ୍ଗରହାର ପ୍ରଦେଶରେ ରହିଛି। ତେଣୁ ତାଙ୍କୁ  ତାଲିବାନ ସରକାର ଗିରଫ କରନ୍ତୁ। ହେଲେ ଏହାକୁ ଦୃଢ଼ ଭାବେ ଖଣ୍ଡନ କରିଛି ତାଲିବାନ। ଏଥିପାଇଁ ପାକିସ୍ତାନ ମିଡିଆକୁ ତାଲିବାନ ଚେତାବନୀ ମଧ୍ୟ ଦେଇଛି।

ତେବେ ପାକିସ୍ତାନର  ଏଭଳି ପଦକ୍ଷେପରେ ତାଲିବାନ ଇସଲାମାବାଦ ଓ କାବୁଲ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କକୁ ଖରାପ କରିବ ବୋଲି ତାଲିବାନ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି । FATF ଗ୍ରେ ଲିଷ୍ଟରୁ ହଟିବା ପାଇଁ ଆତଙ୍କବାଦୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠନ ନେବାର ନାଟକ କରୁଛି ପାକିସ୍ତାନ ।

Latest Posts

Don't Miss