ମହିଳାଙ୍କ କାମ କେବଳ ଛୁଆ ଜନ୍ମ କରିବା, କେବେ ମନ୍ତ୍ରୀ ହୋଇ ପାରିବେନି: ତାଲିବାନ

Taliban Spokesman Woman Cannot Be A Minister They Should Give Birth

କାବୁଲ: ଆଫଗାନିସ୍ତାନରେ ତାଲିବାନ ସରକାର ଗଠନ ପରେ ମହିଳାଙ୍କୁ ସାମିଲ୍ ପାଇଁ ବିକ୍ଷୋଭ, ବିରୋଧ ହେଉଛି । ତେବେ ସରକାରରେ କୌଣସି ମହିଳାଙ୍କୁ ମନ୍ତ୍ରୀ କରାଯିବ ନାହିଁ, ସେମାନେ କେବଳ ଛୁଆ ଜନ୍ମ କରିବା ଉଚିତ୍ ବୋଲି କହିଛନ୍ତି ତାଲିବାନ ମୁଖପାତ୍ର ।

ସ୍ଥାନୀୟ ମିଡିଆ ଟୋଲୋ ନ୍ୟୁଜ୍ ତାଲିବାନ ମୁଖପାତ୍ରଙ୍କ ସୂତ୍ରରୁ ଟ୍ୱିଟ୍ କରିଛି । ଜଣେ ମହିଳା ମନ୍ତ୍ରୀ ହୋଇପାରିବେ ନାହିଁ । ଯେମିତି ଗାଲରେ କିଛି ମାରିଲେ ସମ୍ଭାଳି ପାରନ୍ତି ନାହିଁ । ସେହିଭଳି ଜଣେ ମହିଳା କ୍ୟାବିନେଟରେ ରହିବା ଜରୁରୀ ନୁହେଁ, ତାଙ୍କୁ ଛୁଆ ଜନ୍ମ କରିବା ଉଚିତ୍ । ମହିଳା ବିକ୍ଷୋଭକାରୀ ସମ୍ପୂର୍ଣ୍ଣ ଆଫଗାନିସ୍ତାନକୁ ପ୍ରତିନିଧିତ୍ୱ କରୁନାହାଁନ୍ତି ।

ଆଫଗାନିସ୍ତାନରେ ତାଲିବାନ ଶାସନ ପରେ ଲୋକ ଭୟ ଓ ଆଶଙ୍କା ଭିତରେ ଅଛନ୍ତି । ଗତ କିଛିଦିନ ହେଲା କାବୁଲ ସମେତ ଅନ୍ୟ କେତେକ ସହରରେ ତାଲିବାନ ସରକାରକୁ ବିରୋଧ କରି ବିକ୍ଷୋଭ ଜାରି ରହିଛି । ଏହି ପ୍ରଦର୍ଶନର ନେତୃତ୍ୱ ନେଉଛନ୍ତି ମହିଳା । ତେବେ ଏହି ବିରୋଧକୁ ତାଲିବାନ ବରଦାସ୍ତ କରିପାରୁ ନାହିଁ ।

ଏଥିପାଇଁ ବିକ୍ଷୋଭ କରୁଥିବା ମହିଳା, ସାଧାରଣ ଲୋକ ଓ ବିକ୍ଷୋଭ ସମ୍ବନ୍ଧୀୟ ଖବର ସଂଗ୍ରହ କରୁଥିବା ସାମ୍ବାଦିକଙ୍କ ଉପରେ ତାଲିବାନ ରାଗ ସୁଝାଉଛି । ତାଲିବାନ ଅନ୍ତରୀଣ ସରକାର ଘୋଷଣା କରିବା ପରେ ସରକାରରେ ମହିଳାଙ୍କୁ ସାମିଲ୍ ପାଇଁ ବିଭିନ୍ନ ସ୍ଥାନରେ ବିକ୍ଷୋଭ ଜାରି ରହିଛି । ବିକ୍ଷୋଭ ବହୁତ ଛୋଟ ଥିଲେ ମଧ୍ୟ ତାଲିବାନ ଡରି ଯାଇଛି । ମହିଳାଙ୍କୁ ମାଡ଼ ମାରିବା ସହ ସାମ୍ବାଦିକଙ୍କୁ ପିଟିଛି ତାଲିବାନ । ସରକାର ପୁନର୍ଗଠନ ପରେ କେହି ବିନା ଅନୁମତିରେ କୌଣସି ବିକ୍ଷୋଭ କରିପାରିବେ ନାହିଁ ବୋଲି ତାଲିବାନ ଘୋଷଣା କରିଛି ।

Leave a Reply