spot_img

Latest Posts

ନୃଶଂସ ତାଲିବାନ: ୮ ମାସର ଗର୍ଭବତୀ ପୋଲିସ ଅଧିକାରୀଙ୍କୁ କଲା ହତ୍ୟା

ନୂଆଦିଲ୍ଲୀ: ତାଲିବାନୀ ବର୍ବରତାର ଆଉ ଏକ ଭୟଙ୍କର ଚିତ୍ର ସାମ୍ନାକୁ ଆସିଛି। ଘୋର୍ ପ୍ରଜାତନ୍ତ୍ରର ଫିରୋଜକୋରେ ଜଣେ ମହିଳା ପୋଲିସ ଅଧିକାରୀଙ୍କୁ ହତ୍ୟା କରିଛନ୍ତି ତାଲିବାନୀ। ମହିଳା ଅଫିସର ଜଣକ ଏକ ଜେଲରେ କାର୍ଯ୍ୟରତ ଥିଲେ। ସେ ୮ ମାସର ଗର୍ଭବତୀ ଥିବା ବେଳେ ସ୍ୱାମୀ ଓ ପରିବାର ସଦସ୍ୟଙ୍କ ଆଗରେ ଏହି ମହିଳାଙ୍କୁ ତାଲିବାନ ବର୍ବର ହତ୍ୟା କରିଛି।

ବର୍ତ୍ତମାନ ତାଲିବାନ ଘରକୁ ଘର ବୁଲି ଟାର୍ଗେଟରେ ଥିବା ଲୋକଙ୍କୁ ସନ୍ଧାନ କରି ହତ୍ୟା କରୁଛି। ପୂର୍ବରୁ ମହିଳା ବିଚାରପତି ମାନଙ୍କୁ ତାଲିବାନ ଟାର୍ଗେଟ କରିଆସୁଛି। ଜୀବନ ବିକଳରେ ସେମାନେ ଦେଶ ଛାଡି ଚାଲିଯିବା ସହ ଅନ୍ୟମାନେ ଆଶଙ୍କା ଘେରରେ ରହିଛନ୍ତି। ସେପଟେ ଦେଶରୁ ବିପନ୍ନଙ୍କୁ ଉଦ୍ଧାର ପ୍ରକ୍ରିୟା ପୁଣି ଆରମ୍ଭ କରିବା ନେଇ ତାଲିବାନ ସହ କଥାବାର୍ତ୍ତା କରିବାକୁ ପ୍ରସ୍ତାବ ଦେଇଛନ୍ତି ଜର୍ମାନ ଚାନସେଲର ଆଞ୍ଜେଲା ମର୍କେଲ। ଆଫଗାନିସ୍ତାନରେ ସରକାର ଗଠନ ହେବା ମାତ୍ରେ ଏହି ପ୍ରକ୍ରିୟା ଆରମ୍ଭ ହେବା ନେଇ ସେ ସୂଚନା ଦେଇଛନ୍ତି । ଯେଉଁମାନେ ଦେଶ ଛାଡି ପଳାୟନ କରିବାକୁ ଚାହୁଁଛନ୍ତି ସେମାନଙ୍କୁ ସହାୟତା କରାଯିବ ବୋଲି ସେ ପ୍ରସ୍ତାବ ଦେଇଛନ୍ତି ।

Latest Posts

Don't Miss