ତାଲିବାନ ହାତରେ ପଡ଼ିପାରେ ପାକ୍ ପରମାଣୁ ଅସ୍ତ୍ର !

1 min read

ୱାଂସିଟନ: ତାଲିବାନ ହାତରେ ପାକିସ୍ତାନର ପରମାଣୁ ଅସ୍ତ୍ର ପଡ଼ିପାରେ ବୋଲି ଟ୍ରମ୍ପ୍ ପ୍ରଶାସନର ପୂର୍ବତନ ଜାତୀୟ ସୁରକ୍ଷା ପରାମର୍ଶଦାତ୍ତା ଜନ୍ ବୋଲ୍ଟନ ଆଶଙ୍କା ବ୍ୟକ୍ତ କରିଛନ୍ତି । ବୋଲ୍ଟନଙ୍କ ଏହି ଆଶଙ୍କା ଦୁନିଆ ପାଇଁ ସତର୍କ ଘଣ୍ଟି । ସେ ଆଶଙ୍କା କରିଛନ୍ତି ଯେ, ଆଫଗାନିସ୍ତାନର ବର୍ତ୍ତମାନ ସ୍ଥିତିରେ ଏଭଳି କିଛି ଘଟିବା ବିଚିତ୍ର ନୁହେଁ । ଏଥିପାଇଁ ସେ ବାଇଡେନ୍ ପ୍ରଶାସନକୁ କଠୋର ଶବ୍ଦରେ ନିନ୍ଦା କରିଛନ୍ତି । ସେ ଆମେରିକା ସେନାକୁ ଆଫଗାନିସ୍ତାନରୁ ଅପସାରଣକୁ ମଧ୍ୟ ଭୁଲ ନିଷ୍ପତ୍ତି ବୋଲି କହିଛନ୍ତି । ସୂଚନାଯୋଗ୍ୟ ଯେ, ବୋଲ୍ଟର ଆମେରିକାର ବୈଦେଶିକ ନୀତିକୁ ନେଇ ବେଶ ମୁଖର ଅଛନ୍ତି ।
ବୋଲ୍ଟନ କ’ଣ କହିଛନ୍ତି ?
ଏକ ରେଡିଓ ଚ୍ୟାନେଲକୁ ଦେଇଥିବା ସାକ୍ଷାତକାରରେ ବୋଲ୍ଟନ କହିଛନ୍ତି ଯେ, ଆଫଗାନିସ୍ତାନ ଉପରେ ତାଲିବାନର କବଜା ପରେ ଏବେ ପାକିସ୍ତାନୀ ପରମାଣୁ ଅସ୍ତ୍ର ଭଣ୍ଡାରର ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏମିତି ବି ହୋଇପାରେ ଯେ, ତାଲିବାନ ପାକିସ୍ତାନର ପରମାଣୁ ଅସ୍ତ୍ର ଭଣ୍ଡାର ପର୍ଯ୍ୟନ୍ତ ପହଞ୍ଚି ଯାଇପାରେ । ପାକିସ୍ତାନ ପାଖରେ ଏବେ ପ୍ରାୟ ୧୫୦ ପରମାଣୁ ଅସ୍ତ୍ର ରହିଛି । ସୂଚନାଯୋଗ୍ୟ ଯେ, ଆଫଗାନିସ୍ତାନରୁ ଆମେରିକା ହଟିବା ପରେ ତାଲିବାନ ହାତରେ ଅତ୍ୟାଧୁନିକ ଅସ୍ତ୍ର ପଡ଼ିଥିଲା ।

ପାକିସ୍ତାନରେ ଶରିୟା ଆଇନ୍ ଆସିବ
ପାକିସ୍ତାନରେ ଦ୍ରୁତ ଗତିରେ ତାଲିବାନର ପ୍ରଭାବ ବଢିବାରେ ଲାଗିଛି । ତାଲିବାନ ସମର୍ଥକ କଠୋରପନ୍ଥୀ ପାକିସ୍ତାନରେ ମଧ୍ୟ ସାରିୟା ଆଇନ ଲାଗୁ କରିବାକୁ ଜୋର ଦେଇ ପାରନ୍ତି । ଇସଲାମାବାଦର ସବୁଠାରୁ କୁଖ୍ୟାତ ମଦ୍ରାସା ଜାମିଆ ହଫସା ଗମ୍ବୁଜରେ ଲାଗିଥିବା ତାଲିବାନ ପତାକାକୁ ହଟାଇବା ପାଇଁ ପୋଲିସ ଯେତେବେଳ ପହଂଚିଥିଲା ସେତେବେଳେ ସେଠାରେ ବିରୋଧ ପ୍ରଦର୍ଶନ ହୋଇଥିଲା । ଏହି ଘଟଣା ପାକିସ୍ତାନରେ ତାଲିବାନ ପ୍ରଭାବ ବୃଦ୍ଧି ପାଇବାର ସଂକେତ ବୋଲି ସେ କହିଛନ୍ତି ।

ପାକିସ୍ତାନ ପାଖରେ କେତେ ପରମାଣୁ ଅସ୍ତ୍ର ?
ପାକିସ୍ତାନ ପାଖରେ ବର୍ତ୍ତମାନ ୧୫୦ରୁ ୧୬୦ ପରମାଣୁ ଅସ୍ତ୍ର ଥିବା ଅନୁମାନ କରାଯାଉଛି । ଏହା ଭିତରୁ ୧୦୨ଟି ଭୂପୃଷ୍ଟରୁ ପ୍ରକ୍ଷେପିତ ହୋଇ ପାରୁଥିବା ଅସ୍ତ୍ର । ପାକିସ୍ତାନ ପାଖେ ଏଫ-୧୬ ଫାଇଟର ପ୍ଲେନ୍ ରହିଛି । ଏହା ମଧ୍ୟରୁ ୨୪ରେ ପରମାଣୁ ଲଞ୍ଚର ରହିଛି ।

Leave a Reply