ପାକିସ୍ତାନ ସେନା ବେସ ଉପରେ ତାଲିବାନର କବଜା
1 min readନନ୍ଦିଘୋଷ ବ୍ୟୁରୋ: ପାକିସ୍ତାନ ସେନା ବେସ ଉପରେ ତାଲିବାନର କବଜା। ଖାଇବର ପଖତୁନୱାରେ ସେନାର ଏକ ପୋଷ୍ଟ ହାତେଇଲା ତେହରିକ ଏ ତାଲିବାନ। ସେନାର ପୋଷ୍ଟ ଉପରେ କବଜା କରି ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରିଛି ତାଲିବାନ। ଆଫଗାନିସ୍ଥାନ ଏବଂ ପାକିସ୍ତାନ ମଧ୍ୟରେ ଡୁରାଣ୍ଡ ସୀମାରେ ତେହରିକ ଏ ତାଲିବାନ ପାକିସ୍ତାନTTP ସଂଗଠନର ଆତଙ୍କୀ ପାକିସ୍ତାନ ସେନାର ପୋଷ୍ଟକୁ ଅକ୍ତିଆର କରିଛନ୍ତି। କବଜା କରିବା ବେଳର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଆତଙ୍କୀ ଖାଇବର ପଖତୁନୱା ଏବଂ ବାଜୌର ଜିଲ୍ଲାର ସାଲାରଜାଇ ଅଂଚଳରେ ହମଲା କରିଥିଲେ। ଆତଙ୍କୀ ଆକ୍ରମଣ ପୂର୍ବରୁ ପାକିସ୍ତାନ ସେନା ଏହି ପୋଷ୍ଟକୁ ଖାଲି କରି ଦେଇଥିଲେ। ଏଠାରୁ ସେନାର ଯବାନଙ୍କୁ ହଟାଇ ଦେଇଥିଲା ପାକିସ୍ତାନ।
କେବଳ ବାଜୌର ଜିଲ୍ଲା ନୁହଁ ଉତ୍ତର ଏବଂ ଦକ୍ଷିଣ ବଜିରିସ୍ଥାନରେ ଅନେକ ଅଂଚଳରେ ମଧ୍ୟ ସେନାର ବେସକୁ ଖାଲି କରି ଦେଇଛି ପାକିସ୍ତାନ। ସୈନିକ ମାନଙ୍କୁ ନୂଆ ବେସକୁ ସ୍ଥାନାନ୍ତର କରିଛି ପାକିସ୍ତାନ ସେନା।ପାକିସ୍ତାନ ସେନାକୁ ଟାର୍ଗେଟ କରି ଆତଙ୍କୀ ଗତିବିଧି ଅନେକ ମାତ୍ରାରେ ବୃଦ୍ଧି ପାଇଛି। ପାକିସ୍ତାନ ସେନା ଉପରେ ତାଲିବାନ ଆତଙ୍କୀଙ୍କ କବଜା ବଡ଼଼ ଆକ୍ରମଣ ଭାବେ ଦେଖାଯାଉଛି। ଦୁଇ ଦେଶ ମଧ୍ୟରେ ଦିନକୁ ଦିନ ଉତ୍ତେଜନା ବୃଦ୍ଧି ପାଇବାରେ ଲାଗିଛି। ଆତଙ୍କବାଦୀ ସଂଗଠନ ତେହରିକ ଏ ତାଲିବାନ ପାକିସ୍ତାନ TTP ଆଫଗାନିସ୍ଥାନରେ ପାକିସ୍ତାନର ବିମାନ ଆକ୍ରମଣର ଯବାବ ଦେବାକୁ ଯାଇ ଏହି ଆକ୍ରମଣ କରିଛି। କିଛିଦିନ ତଳେ ଆଫଗାନିସ୍ଥାନ ଉପରେ ପାକିସ୍ତାନର ଏୟାର ଷ୍ଟ୍ରାଇକରେ ୪୬ ଜଣ ନାଗରିଙ୍କ ମୃତ୍ଯୁ ଘଟିଥିଲା। ଆକ୍ରମଣରେ ୬ ଜଣ ଗୁରୁତର ହୋଇ ପଡିଥିଲେ। ତେବେ ପାଲଟା ଜବାବରେ ପାକିସ୍ତାନର ୧୯ ଜବାନଙ୍କ ମୃତ୍ଯୁ ଘଟିଥିଲା।