‘ପାକିସ୍ତାନକୁ କାଶ୍ମୀର ଭେଟି ଦେବ ତାଲିବାନ, ଆଫଗାନକୁ ନେଇ ଉତ୍ସାହିତ ଇମରାନଙ୍କ ଦଳ‘
1 min readଲାହୋର: ତାଲିବାନ ଅଫଗାନିସ୍ତାନ ଦଖଲ କରିବା ପରେ ବାଉଳି ହେଲାଣି ପାକିସ୍ତାନ । ରକ୍ତର ହୋଲି ଖେଳୁଥିବା ତାଲିବାନ ଏବେ ମଧ୍ୟ ଆଫଗାନରେ ଆତଙ୍କ ରଚୁଛି । କିଏ ଦେଶରେ ବଞ୍ଚିବା ଅପେକ୍ଷା ମୃତ୍ୟୁକୁ ଆଦରି ନେଉଛି ତ, ଆଉ କିଏ ବଞ୍ଚିବାର ଆଶା ନେଇ ମୃତ୍ୟୁର ଦ୍ୱାରଦେଶରେ ପହଁଚୁଛି । ଏପରି ସ୍ଥିତି ଭିତରେ ତାଲିବାନ ସରକାର ଗଢିବା ନେଇ ଅଡ଼ି ବସିଥିବାବେଳେ ବିଶ୍ୱ ସମୂହ କିନ୍ତୁ ସମର୍ଥନ ଦେଇନାହିଁ । ଏପଟେ ଇମରାନ ଖାନଙ୍କ ଦଳର କିଛି ନେତାଙ୍କ ମନ୍ତବ୍ୟ ଧୁମ ଭାଇରାଲ ହେବାରେ ଲାଗିଛି ।
ପାକିସ୍ତାନ ଗଣମାଧ୍ୟମର ବିତର୍କରେ ଭାଗ ନେଇ ପାକିସ୍ତାନ ତହରିକ-ଏ-ଇଶାଙ୍କ (ପିଟିଆଇ) ଦଳର ନେତା ଯେଉଁଭଳି ମନ୍ତବ୍ୟ ଦେଇଛନ୍ତି, ତାବା ବର୍ତ୍ତମାନ କୋଦ ପାକିସ୍ତାନ ରାଜନୀତିକୁ ଖୋରାକ ଯୋଗାଇଛି । ଅଫଗାନିସ୍ତାନରେ ତାଲିବାନ ସରକାର ଗଢିବା ପରେ ଏହା ପାକିସ୍ତାନ ପାଇଁ କାମ କରିବା ବୋଲି କହିଛନ୍ତି ଦଳର ନେତା ନୀଲମ ଇରସାଦ ସେଖ୍ । ତାଲିବାନ ପାକିସ୍ତାନ ସହ ମିଶି କାମ କରିବ ଏବଂ ଭାରତ ଠାରୁ କାଶ୍ମୀରକୁ ଛଡ଼ାଇ ପାକିସ୍ତାନ ହାତରେ ସମର୍ପି ଦେବ ବୋଲି କହିଛନ୍ତି ଏହି ନେତା ।
ନୀଲମଙ୍କର ଏହି ମନ୍ତବ୍ୟ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ଇମରାନ ଖାନଙ୍କ ଦଳର ନେତାଙ୍କର ଏଭଳି ମନ୍ତବ୍ୟକୁ ସୋସିଆଲ ମିଡି଼ଆରେ ହାସ୍ୟାସ୍ପଦ ବୋଲି ମଧ୍ୟ ଉଲ୍ଲେଖ କରାଯାଇଛି । ସେପଟେ ସାମ୍ବାଦିକ ଜଣଙ୍କ ମଧ୍ୟ ପ୍ରଶ୍ନ କରି କହିଛନ୍ତି ଯେ, ପାକିସ୍ତାନ ସେନା ତେବେ କଣ କରୁଛି ? ଯଦି ପାକିସ୍ତାନର ସାମର୍ଥ୍ୟ ରହିଛି ତେବେ ତାଲିବାନ କଣ ପାଇଁ କାଶ୍ମୀର ପାଇଁ ଲଢାଇ କରିବ ବୋଲି କହିଛନ୍ତି ସାମ୍ବାଦିକ ।