୧୯୭୧ ଯୁଦ୍ଧରେ ଆତ୍ମସମର୍ପଣ ଫଟୋ ଦେଖାଇ ପାକିସ୍ତାନକୁ ଚେତାବନୀ

1 min read

କାବୁଲ : ପାକିସ୍ତାନକୁ ତାଲିବାନର ଆକ୍ସନ ରିପ୍ଲେ  ଧମକ । ଟ୍ବିଟରେ ୧୯୭୧ ଯୁଦ୍ଧରେ ପାକିସ୍ତାନର ଆତ୍ମସମର୍ପଣ ଫଟୋ ସେୟାର କରି ଧମକ ଦେଲା ତାଲିବାନ । କାତରରେ ତାଲିବାନର ବରିଷ୍ଠ ନେତା ଅହମ୍ମଦ ୟାସିର ଟ୍ବିଟ୍ କରି ଆକ୍ରମଣ କଲେ ୧୯୭୧ ଭଳି ଅବସ୍ଥା କରିବେ ବୋଲି ଧମକ ଦେଇଛନ୍ତି । ତାଙ୍କ ଏହି ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏଥିରେ ପାକିସ୍ତାନର ସେନା ଅଧିକାରୀ ଆତ୍ମସମର୍ପଣ କରି ଚୁକ୍ତିରେ ଦସ୍ତଖତ କରୁଛନ୍ତି ।

ପାକିସ୍ତାନ -ଆଫଗାନିସ୍ଥାନ ମଧ୍ୟରେ ଧିରେ ଧିରେ ସମ୍ପର୍କ ବିଗିଡିବାରେ ଲାଗିଛି । ଅଧିକାଂଶ ସମୟରେ ଯୁଦ୍ଧର ଧମକ ମିଳୁଛି । ପ୍ରାୟ ୨ ମାସ ଧରି ଉଭୟ ଦେଶର ସୀମାରେ ଗୁଳି ବିନିମୟ ପରି ଅନେକ ଘଟଣା ଘଟିଛି । ଯେଉଁଥିରେ ପାକିସ୍ତାନର ୧୨ଜଣ ସୈନିକ ତଥା ୭ଜଣ ସାଧାରଣ ନାଗରିକ ନିହତ ହୋଇଥିଲେ।  ଟିଟିପିକୁ ନେଇ ପାକିସ୍ତାନ ବାରମ୍ବାର କଡା ଆଭିମୁଖ୍ୟ ଦେଖାଉଛି । ଏଥି ପାଇଁ ୧୯୭୧ ଯୁଦ୍ଧର ପୁନାରାବୃତ୍ତି ହେବାର ଧମକ ଦେଇଛନ୍ତି  ତାଲିବାନର ବରିଷ୍ଠ ଅଧିକାରୀ ଅହମ୍ମଦ ୟାସିର ।

୧୯୭୧ ଇଣ୍ଡୋ-ପାକ୍ ଯୁଦ୍ଧରେ ପାକିସ୍ତାନ ସେନା ଭାରତ ସାମ୍ନାରେ ଆତ୍ମସମର୍ପଣ କରିଥିଲା । ଏହା ପରେ ପଶ୍ଚିମ ପାକିସ୍ତାନ ଠାରୁ ପୂର୍ବ ପାକିସ୍ତାନ ଅଲଗା ହୋଇ ବାଂଲାଦେଶ ଗଠନ ହୋଇଥିଲା ବାଂଲାଦେଶ । ଏହି ଯୁଦ୍ଧ ଶେଷ ପରେ ପ୍ରାୟ ୭୨ ହଜାର ପାକିସ୍ତାନୀ ସୈନ୍ୟ ଅସ୍ତ୍ର ଛାଡି ଆତ୍ମସମର୍ପଣ କରିଥିଲେ ।