୧୯୭୧ ଯୁଦ୍ଧରେ ଆତ୍ମସମର୍ପଣ ଫଟୋ ଦେଖାଇ ପାକିସ୍ତାନକୁ ଚେତାବନୀ
1 min readକାବୁଲ : ପାକିସ୍ତାନକୁ ତାଲିବାନର ଆକ୍ସନ ରିପ୍ଲେ ଧମକ । ଟ୍ବିଟରେ ୧୯୭୧ ଯୁଦ୍ଧରେ ପାକିସ୍ତାନର ଆତ୍ମସମର୍ପଣ ଫଟୋ ସେୟାର କରି ଧମକ ଦେଲା ତାଲିବାନ । କାତରରେ ତାଲିବାନର ବରିଷ୍ଠ ନେତା ଅହମ୍ମଦ ୟାସିର ଟ୍ବିଟ୍ କରି ଆକ୍ରମଣ କଲେ ୧୯୭୧ ଭଳି ଅବସ୍ଥା କରିବେ ବୋଲି ଧମକ ଦେଇଛନ୍ତି । ତାଙ୍କ ଏହି ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏଥିରେ ପାକିସ୍ତାନର ସେନା ଅଧିକାରୀ ଆତ୍ମସମର୍ପଣ କରି ଚୁକ୍ତିରେ ଦସ୍ତଖତ କରୁଛନ୍ତି ।
د پاکستان داخله وزیر ته !
عالي جنابه! افغانستان سوريه او پاکستان ترکیه نده چې کردان په سوریه کې په نښه کړي.
دا افغانستان دى د مغرورو امپراتوريو هديره.
په مونږ دنظامي يرغل سوچ مه کړه کنه دهند سره دکړې نظامي معاهدې د شرم تکرار به وي داخاوره مالک لري هغه چې ستا بادار يې په ګونډو کړ. pic.twitter.com/FFu8DyBgio— Ahmad Yasir (@AhmadYasir711) January 2, 2023
ପାକିସ୍ତାନ -ଆଫଗାନିସ୍ଥାନ ମଧ୍ୟରେ ଧିରେ ଧିରେ ସମ୍ପର୍କ ବିଗିଡିବାରେ ଲାଗିଛି । ଅଧିକାଂଶ ସମୟରେ ଯୁଦ୍ଧର ଧମକ ମିଳୁଛି । ପ୍ରାୟ ୨ ମାସ ଧରି ଉଭୟ ଦେଶର ସୀମାରେ ଗୁଳି ବିନିମୟ ପରି ଅନେକ ଘଟଣା ଘଟିଛି । ଯେଉଁଥିରେ ପାକିସ୍ତାନର ୧୨ଜଣ ସୈନିକ ତଥା ୭ଜଣ ସାଧାରଣ ନାଗରିକ ନିହତ ହୋଇଥିଲେ। ଟିଟିପିକୁ ନେଇ ପାକିସ୍ତାନ ବାରମ୍ବାର କଡା ଆଭିମୁଖ୍ୟ ଦେଖାଉଛି । ଏଥି ପାଇଁ ୧୯୭୧ ଯୁଦ୍ଧର ପୁନାରାବୃତ୍ତି ହେବାର ଧମକ ଦେଇଛନ୍ତି ତାଲିବାନର ବରିଷ୍ଠ ଅଧିକାରୀ ଅହମ୍ମଦ ୟାସିର ।
୧୯୭୧ ଇଣ୍ଡୋ-ପାକ୍ ଯୁଦ୍ଧରେ ପାକିସ୍ତାନ ସେନା ଭାରତ ସାମ୍ନାରେ ଆତ୍ମସମର୍ପଣ କରିଥିଲା । ଏହା ପରେ ପଶ୍ଚିମ ପାକିସ୍ତାନ ଠାରୁ ପୂର୍ବ ପାକିସ୍ତାନ ଅଲଗା ହୋଇ ବାଂଲାଦେଶ ଗଠନ ହୋଇଥିଲା ବାଂଲାଦେଶ । ଏହି ଯୁଦ୍ଧ ଶେଷ ପରେ ପ୍ରାୟ ୭୨ ହଜାର ପାକିସ୍ତାନୀ ସୈନ୍ୟ ଅସ୍ତ୍ର ଛାଡି ଆତ୍ମସମର୍ପଣ କରିଥିଲେ ।