’ତାଲିବାନ ପଟୁଥିବା ସବୁ ବିପଦର ମୁକାବିଲା ପାଇଁ ଆମେ ପ୍ରସ୍ତୁତ’

1 min read

ନୂଆଦିଲ୍ଲୀ: ଆଫଗାନିସ୍ତାନରେ ତାଲିବାନ କ୍ଷମତାକୁ ପୁଣିଥରେ ଆସିବା ପରେ ଭାରତର ସୁରକ୍ଷାକୁ ନେଇ ପ୍ରଶ୍ନ ଉଠୁଛି । ତାଲିବାନ ଆତଙ୍କବାଦୀ କାଶ୍ମୀରରେ ସକ୍ରୀୟ ହୋଇ ପାରନ୍ତି ବୋଲି ଆଶଙ୍କା କରାଯାଉଛି । ଏମିତିକି ଆଫଗାନିସ୍ତାନରେ ନିଜ ନିୟନ୍ତ୍ରଣକୁ ପକ୍କା କରିବା ପରେ ତାଲିବାନ ତା’ର କ୍ୟାଡରଙ୍କୁ କାଶ୍ମୀରରେ ଲସ୍କର ଓ ଅନ୍ୟ ପାକିସ୍ତାନୀ ଆତଙ୍କବାଦୀଙ୍କୁ ସାହାଯ୍ୟ କରିବାକୁ ପଠାଇବ ବୋଲି କୁହାଯାଉଛି । ଏହି ପ୍ରସଙ୍ଗକୁ ନେଇ ମୁହଁ ଖୋଲିଛନ୍ତି ଚିଫ୍ ଡିଫେନ୍ସ ଅଫ୍ ଷ୍ଟାଫ୍ ଜେନରାଲ ବିପିନ ରାୱତ ।

ସିଡିଏସ କହିଛନ୍ତି ଯେ, ଆମେ ତାଲିବାନ ପଟୁ ସୃଷ୍ଟି ହେବାକୁ ଥିବା ସବୁ ପ୍ରକାର ବିପଦର ସମ୍ମୁଖୀନ ହେବାକୁ ପ୍ରସ୍ତୁତ ଅଛୁ । କାରଣ ଆଫଗାନିସ୍ତାନରେ ପୁଣିଥରେ ତାଲିବାନ ଶାସନ ଆସିବ ଆମେ ଏହା ଆଶଙ୍କା କରୁଥିଲୁ । ସେ କହିଛନ୍ତି ଯେ, ଇଏ ସେହି ପୁରୁଣା ତାଲିବାନ କେବଳ ଏହାର ସାଥି ବଦଳି ଯାଇଛନ୍ତି । ଆମେ ତାଲିବାନର ଆଫଗାନିସ୍ତାନ ଅଧିକାର ପରେ ଯେକୌଣସି ସ୍ଥିତିର ମୁକାବିଲା କରିବା ପାଇଁ ପ୍ରସ୍ତୁତ ଅଛୁ ।

ତାଲିବାନ କିଛି ମାସ ପରେ କାବୁଲ ଅଧିକାର କରିବ ବୋଲି ଆମେ ଆଶଙ୍କା କରୁଥିଲୁ । କିନ୍ତୁ ଏହା ଶୀଘ୍ର ହୋଇଛି । ଏହା ଯେତେ ଶୀଘ୍ର ଘଟିଗଲା ତାହା ଆମକୁ ଚମକାଇ ଦେଇଛି । ଆଫଗାନିସ୍ତାନରୁ ଭାରତ ଭିତରକୁ କେମିତି ଆତଙ୍କବାଦ ପ୍ରବେଶ କରିବ ତାକୁ ନେଇ ଆମେ ଚିନ୍ତିତ ଥିଲୁ । ଏଥିପାଇଁ ଆମେ ପ୍ରସ୍ତୁତ ଅଛୁ । ’ଦି ଇଣ୍ଡିଆ-ୟୁଏସ୍ ପାର୍ଟନରସିପ୍ : ସିକ୍ୟୋରିଂ ଦ ସେଞ୍ଚୁରି’ କାର୍ଯ୍ୟକ୍ରମରେ ଯୋଗ ଦେଇ ସେ କହିଥିଲେ ଯେ, ମୋତେ ଲାଗୁଛି ଯେ, ସହଯୋଗ ଦ୍ୱାରା ଆତଙ୍କବାଦୀଙ୍କ ଚିହ୍ନଟ ପାଇଁ ଓ ଯୁଦ୍ଧ କଥା ଉଠିଲେ ଏହାର ସ୍ୱାଗତ କରାଯିବ ।

Leave a Reply