ଆଫଗାନିସ୍ତାନର ୮୫ ପ୍ରତିଶତ ଅଞ୍ଚଳ ତାଲିବାନ କବଳରେ

1 min read

କାବୁଲ: ତାଲିବାନ କବଳରେ ଆଫଗାନିସ୍ତାନ । ଦେଶର ପ୍ରାୟ ୮୫ ପ୍ରତିଶତ ଅଞ୍ଚଳ ଏବେ ତାଲିବାନ କବଳରେ । ଏନେଇ ଘୋଷଣା କରିଛନ୍ତି ସଂଗଠନ ମୁଖପାତ୍ର ବିସମିଲ୍ଲା ରେହମାନି ରହିମ । ସେ କହିଚନ୍ତି ଖୁବ୍ ଶୀଘ୍ର ଅନ୍ୟାନ୍ୟ ଅଞ୍ଚଳକୁ ତାଲିବାନ ଅଧିକୃତ କରିବ । ତେବେ ପାକ୍ ଗୁଇନ୍ଦାସଂସ୍ଥାଠାରୁ ସୈନ୍ୟ ସହାୟତା ମିଳୁଥିବା ଖବରକୁ ଅଗ୍ରାହ୍ୟ କରିଛନ୍ତି । ତାଲିବାନୀ ଶାସନରେ ନାରୀର ଅଧିକାର ପ୍ରସଙ୍ଗରେ ସେ କହିଥିଲେ- ନାରୀମାନଙ୍କୁ ସେମାନଙ୍କ ପୂର୍ଣ୍ଣ ଅଧିକାର ଦିଆଯିବ ।

ମୌଳିକ ଅଧିକାରରୁ କାହାରିକୁ ବଞ୍ଚିତ କରାଯିବ ନାହିଁ । ମହିଳାମାନଙ୍କ ନିଯୁକ୍ତି ଓ କାମଦାମ ସମ୍ପର୍କରେ ବି କୌଣସି କଟକଣା ନାହିଁ ବୋଲି ସେ କହିଛନ୍ତି । ଭାରତୀୟ ଫଟୋ ଜର୍ଣ୍ଣାଲିଷ୍ଟ ଡାନିସ ସିଦ୍ଦିକଙ୍କ ମୃତ୍ୟୁ ଘଟଣାରେ ବି ତାଲିବାନର ହାତ ନାହିଁ ବୋଲି ସେ କହିଛନ୍ତି । ଶତ୍ରୁ ସୈନ୍ୟ ହାତରେ ତାଙ୍କର ମୃତ୍ୟୁ ଘଟିଛି ବୋଲି ସେ କହିଛନ୍ତି । ସେହିପରି ଆଫଗାନିସ୍ତାନରେ ଭାରତୀୟ ପ୍ରକଳ୍ପଗୁଡିକୁ ତାଲିବାନ ଟାର୍ଗେଟ କରୁଛି ବୋଲି ହେଉଥିବା ଖବରକୁ ସେ ଖଣ୍ଡନ କରିଛନ୍ତି ।

Leave a Reply