ଆମେରିକାର ପରିତ୍ୟକ୍ତ ଘୋଷିତ ଯୁଦ୍ଧ ବିମାନ ଉଡାଇଲା ତାଲିବାନ

1 min read

କାବୁଲ: ଆମେରିକା ଦ୍ୱାରା ପରିତ୍ୟକ୍ତ ଘୋଷିତ ଯୁଦ୍ଧ ବିମାନକୁ ମରାମତି କରି ଉଡାଇଲା ତାଲିବାନ । ଆଫଗାନିସ୍ତାନରେ ଆମେରିକା ଛାଡି ଚାଲିଯ଼ାଇଥିବା ବିମାନର ମାଲିକ ସାଜିଛି ତାଲିବାନ।

ଆଉ ଏହି ଯୁଦ୍ଧ ବିମାନ ଗୁଡିକୁ ଅକାମୀ କରି ଦିଆଯାଇଛି ବୋଲି ଆମେରିକା ଯେଉଁ ଦାବି କରୁଥିଲା, ତାହା ଭୁଲ୍ ପ୍ରମାଣିତ ହୋଇଛି । ଦୁଇଟି ପରିତ୍ୟକ୍ତ ଘୋଷିତ ବ୍ଲାକ ହକ ହେଲିକପ୍ଟରକୁ ମରାମତି କରି ତାଲିବାନ ଏହାକୁ ଉଡାଇଛି । ଫଳରେ ସମସ୍ତ ପରିତ୍ୟକ୍ତ ଘୋଷିତ ଯୁଦ୍ଧାସ୍ତ୍ରର ଯେ ଅପପ୍ରୟୋଗ ନ ହେବ ତାହା କୁହାଯାଇପାରିବ ନାହିଁ ।

US-Taliban May Join Hands Against ISIS-K (1)

ଆଫଗାନ ଆର୍ମି ଇଞ୍ଜିନିୟରଙ୍କ ସ୍ବତନ୍ତ୍ର ଟିମ୍ ଏହି ବିମାନ ଗୁଡିକୁ ମରାମତି କରିବାରେ ସକ୍ଷମ ହୋଇଛନ୍ତି । ଆଫଗାନିସ୍ତାନରୁ ଆମେରିକା ବିଦାୟ ନେବା ପରେ କାବୁଲ ବିମାନ ବନ୍ଦରରେ କେତେକ ବିମାନ ସମେତ ବିଭିନ୍ନ ସ୍ଥାନରେ ଫାଇଟର ଜେଟ, ହେଲିକପ୍ଟର ଆଦି ଛାଡିଯାଇଥିଲା ।

ତେବେ ସେଗୁଡିକୁ ଅକାମୀ କରିଦିଆଯାଇଛି ଏବଂ ପୁନଃ ବ୍ୟବହାରକ୍ଷମ ହୋଇପାରିବ ନାହିଁ ବୋଲି ଆମେରିକା କହିଥିଲା । ମାତ୍ର ଏହା ଭୁଲ୍ ସାବ୍ୟସ୍ତ ହୋଇଛି । ଫଳରେ ଶତାଧିକ ବିମାନ, ହେଲିକପ୍ଟର, ଫାଇଟର ଜେଟ, ଯୁଦ୍ଧାସ୍ତ୍ର ଆଦିକୁ ତାଲିବାନ ପୁନଃକାର୍ଯ୍ୟକ୍ଷମ କରି ବ୍ୟବହାର କରିବା ସ୍ପଷ୍ଟ ହୋଇଛି।

US-Taliban May Join Hands Against ISIS-K (1)

ସୂଚନା ଅନୁଯାୟୀ, ଗୋଟିଏ ଗୋଟିଏ ବ୍ଲାକ ହକ ହେଲିକପ୍ଟରର ଦାମ ୬ ନିୟୁତ ଡଲାର । ବଙ୍ଗରାମ, ମଜାର-ଇ-ସରିଫ, କାବୁଲ ସମେତ ପ୍ରାୟ ୧୦ଟି ଜାଗାରେ ମିଲିଟାରୀ ଏୟାରବେସ ରହିଛି । ଯାହାର ପୂର୍ଣ୍ଣ ମାଲିକାନା ଏବେ ତାଲିବାନ ହାତରେ । ଏହି ସମସ୍ତ ଏୟାରବେସରେ ନାନା ପ୍ରକାର ବିମାନ ଓ ଯୁଦ୍ଧ ସାମଗ୍ରୀ ରହିଛି । ପଞ୍ଜଶୀରରେ ଲଢେଇ ଜାରି ରହିଥିବା ବେଳେ ତାଲିବାନ ଏସବୁ ଯୁଦ୍ଧାସ୍ତ୍ରକୁ ବ୍ୟବହାର କରିବା ଆଶଙ୍କା ରହିଛି ।

ଅପରପକ୍ଷେ କାବୁଲ ବିମାନ ବନ୍ଦରରେ ରହିଥିବା ୧୪ ନିୟୁତ ଡଲାର ମୂଲ୍ୟ ସମ୍ପନ୍ନ ହରକ୍ୟୁଲସ ଟ୍ରାନସପୋର୍ଟ ଜେଟକୁ ବି ମରାମତି କରି ଏହାକୁ ବ୍ୟବହାର କରାଯିବା ଆଶଙ୍କା ଦେଖାଦେଇଛି । ଅନ୍ୟ ଏକ ରିପୋର୍ଟରେ କୁହାଯାଇଛି, ଆଫଗାନିସ୍ତାନରେ ଆମେରିକା ଛାଡି ଚାଲିଯାଇଥିବା ସାମରିକ ବିମାନ ଓ ଯୁଦ୍ଧାସ୍ତ୍ର ଏତେ ସଂଖ୍ୟାରେ ରହିଛି ଯେ, ଏହା ଜରିଆରେ ନାଟୋର ୩୦ ସଦସ୍ୟ ରାଷ୍ଟ୍ର ମଧ୍ୟରୁ ୧୦ଟି ରାଷ୍ଟ୍ର ଉପରେ ଆକାଶ ମାର୍ଗରୁ ହମଲା କରିବା ସମ୍ଭବ ହେବ ।

Leave a Reply