ମହିଳାଙ୍କୁ ବ୍ୟାନ୍ ମହିଳା ମନ୍ତ୍ରାଳୟ: ତାଲିବାନ କହିଲା, କେବଳ ଛୁଆ ଜନ୍ମଦେବା ମହିଳାଙ୍କ କାମ

କାବୁଲ: ମହିଳା ମନ୍ତ୍ରାଳୟ ରହିଛି  । କିନ୍ତୁ ମହିଳାଙ୍କୁ କାର୍ଯ୍ୟ କରିବାକୁ ବାରଣ ହେଉଛି  । ଏମିତି ଚିତ୍ର ପୁଣି ଆଫଗାନିସ୍ତାନରେ ଦେଖିବାକୁ ମିଳିଛି  । ତାଲିବାନ ଆଫଗାନିସ୍ତାନ ଦଖଲ କରିବା ପରେ ମହିଳାଙ୍କ ପ୍ରତି ହେଉଥିବା ନିର୍ଯାତନାର ଖବର ଶିରୋନାମା ପାଲଟିଛି  । ସେପଟେ ଆଗାମୀ ଦିନରେ ସରକାର ଗଠନ କଲେ ସମ୍ବିଧାନରେ ସରଆ ଆଇନ କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ନେଇଛି ତାଲିବାନ  । ତେଣୁ ଏହି ଆଇନରେ ମହିଳାଙ୍କୁ ସମାଜରେ ଏକ ପ୍ରକାର ନ୍ୟୁନ ଏବଂ ଘୃଣ୍ୟ ପ୍ରଦର୍ଶନ କରାଯାଇଛି   । ତେବେ ଗୁରୁବାର ଏଭଳି ଚିତ୍ର ପୁଣି ତାଲିବାନର ଆଭିମୁଖ୍ୟ ନେଇ ସ୍ପଷ୍ଟ କରିଛି  ।

କିଛିଦିନ ତଳେ ତାଲିବାନର ପ୍ରବକ୍ତା ଏନେଇ ସ୍ପଷ୍ଟୀକରଣ ଦେଇଥିଲେ  । ଦେଶରେ ମହିଳାଙ୍କୁ ନିଯୁକ୍ତି ମିଳିବ କିନ୍ତୁ ବୁର୍ଖା ପରିଧାନ ବାଧ୍ୟତାମୂଳକ  । ଏବଂ ପୂର୍ବ ନିୟମ ମୁତାବକ ଅନ୍ୟ ପୁରୁଷ କିମ୍ବା ଅଚିହ୍ନା ପୁରୁଷଙ୍କ ସ୍ପର୍ଶ ଯେପରି ନହୁଏ  । କିନ୍ତୁ ଏହି ଘଟଣାର ଗୁରୁବାର ବିଚ୍ୟୁତି ଘଟିଛି  । ଏଠାରେ ଖୋଦ ମହିଳା ମନ୍ତ୍ରାଳୟ ରହିଛି, ମହିଳାମାନଙ୍କ ପାଇଁ ଏହି ମନ୍ତ୍ରାଳୟ କାର୍ଯ୍ୟ କରୁଥିବା ମଧ୍ୟ ଉଲ୍ଲେଖ ରହିଛି  । ମହିଳାଙ୍କ ପାଇଁ ଅବିଚାର, ସେମାନଙ୍କ କଲ୍ୟାଣ ଦିଗରେ ଯେଉଁ ମନ୍ତ୍ରାଳୟ କାର୍ଯ୍ୟକରୁଥିଲା  । ଖୋଦ ସେହି ମନ୍ତ୍ରାଳୟରେ ହିଁ ମହିଳାମାନଙ୍କୁ ବାରଣ କରାଯାଉଥିବା ଭଳି ଦୃଶ୍ୟ ଦେଖିବାକୁ ମିଳିଛି  ।

ଋଷ ମିଡିଆ ଏଜେନ୍ସି ସ୍ପୁଟନିକର ସୂଚନା ଅନୁଯାୟୀ, ଆଫଗାନିସ୍ତାନ ମହିଳା ମନ୍ତ୍ରାଳୟରେ କାର୍ଯ୍ୟ କରୁଥିବା ଜଣେ ମହିଳା ପୂର୍ବ ଭଳି କାର୍ଯ୍ୟାଳୟ ଯାଇଥିଲେ  । କିନ୍ତୁ ତାଙ୍କୁ ଭିତରକୁ ପ୍ରବେଶ କରିବା ନେଇ ଅନୁମତି ମିଳିଲା ନାହିଁ  । ଆଗକୁ ମଧ୍ୟ ପ୍ରବେଶ ଅନୁମତି ମିଳିବ ନାହିଁ ବୋଲି କହିଛନ୍ତି ଉକ୍ତ ମହିଳା  । ସେପଟେ ଏହି ଘଟଣାରେ ମହିଳାମନେ ମଧ୍ୟ ମନ୍ତ୍ରାଳୟ ଆଗରେ ବିରୋଧ ପ୍ରଦର୍ଶନ କରୁଥିବା ଦେଖିବାକୁ ମିଳିଛି  ।  ତାଲିବାନ ମୁଖପାତ୍ର ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି, ମହିଳା ମାନଙ୍କ ଦାୟିତ୍ୱ ନୁହେଁ ଅଫିସ ଯାଇ କାର୍ଯ୍ୟ କରିବା  । ମହିଳାମାନେ କେବଳ ଦେଶରେ ଛୁଆ ଜନ୍ମ କରିବାକୁ ଯୋଗ୍ୟ ବୋଲି ବୟାନ ଦେଇଛନ୍ତି ତାଲିବାନ ମୁଖପାତ୍ର  ।

Leave a Reply