ପାଲଲହଡ଼ାରେ ୯ ବର୍ଷର ବାଇକକୁ ୨୬ ହଜାର ଟଙ୍କାର ଚାଲାଣ

1 min read

ପାଲଲହଡ଼ା: ସଚେତନତା ସତ୍ତ୍ୱେ ସୁଧୁରୁନାହାନ୍ତି । ସଡ଼କ ସୁରକ୍ଷା ସପ୍ତାହରେ ପଡ଼ୋଶୀକୁ ଗାଡ଼ି ଦେଇ ଫସିଛନ୍ତି ମାଲିକ । ଗାଡ଼ି ମାଲିକଙ୍କ ନାଁରେ କଟିଛି ୨୬ ହଜାର ଟଙ୍କାର ମୋଟା ଚାଲାଣ । ଘଟଣା ଘଟିଛି ଅନୁଗୁଳ ଜିଲ୍ଲା ପାଲଲହଡ଼ା ଉପଖଣ୍ଡର ଝିମିରିପାଳି ଜାତୀୟ ରାଜପଥ ୧୪୯ରେ । ପାଲଲହଡ଼ା ପୋଲିସ ଓ ତାଳଚେର ଆରଟିଓଙ୍କ ମିଳିତ ଯାଞ୍ଚ ବେଳେ ଜଣେ ବାଇକ୍ ମାଲିକଙ୍କୁ ୨୬ ହଜାର ଟଙ୍କା ଜରିମାନା ହୋଇଛି ।ପ୍ଲାଟିନା ବାଇକ୍ (OR-19J-5635)କୁ ଜଣେ ନାବାଳକ ଡ୍ରାଇଭିଂ କରୁଥିବା ବେଳେ ଧରାପଡ଼ିଥିଲେ । ଯାଞ୍ଚ ବେଳେ ସେ ଡ୍ରାଇଭିଂ ଲାଇସେନ୍ସ କି ଗାଡ଼ିର କାଗଜପତ୍ର ଦେଖାଇ ପାରିନଥିଲେ । ଫଳରେ ନୂଆ ମୋଟର ଭେଇକିଲ ଆକ୍ଟ ଅନୁଯାୟୀ ଗାଡ଼ି ମାଲିକଙ୍କ ନାଁରେ ଏମଭିଆଇ ୨୬ ହଜାର ଟଙ୍କା ଫାଇନ୍ କରିଛନ୍ତି ।ଗାଡ଼ି ମାଲିକ ସିଡିଂ ଗାଁର ଅନୀଲ କୁମାର ଜେନା ଫାଇନ୍ ଦେଇ ନପାରିବାରୁ ପୋଲିସ ବାଇକକୁ ଜବତ କରିଛି । ନାବାଳକ ଜଣଙ୍କ ଅନୀଲଙ୍କ ପଡ଼ୋଶୀ । ଏହା ପୂର୍ବରୁ ରାୟଗଡ଼ା ଓ କଟକରେ ନାବାଳକ ଗାଡ଼ି ଚଳାଇବା ବେଳେ ଧରାପଡ଼ିଛନ୍ତି ।

Leave a Reply