ତାଳଚେର ବଳରାମ କୋଇଲା ଖଣିରେ ଅଘଟଣ : କ୍ରେନ ଟୋଚନ ଛିଣ୍ଡି ଜଣେ ମୃତ

ନନ୍ଦିଘୋଷ ବ୍ୟୁରୋ: ତାଳଚେର ବଳରାମ କୋଇଲା ଖଣିରେ ଚାଲିଥିବା କନଭେୟର ନିର୍ମାଣ କାର୍ଯ୍ୟବେଳେ ଅଘଟଣ । କ୍ରେନ ଟୋଚନ ଛିଣ୍ଡି ଜଣେ ମୃତ, ଜଣେ ଗୁରୁତର । ମୃତକ କେନ୍ଦୁଝର ଜିଲ୍ଲା ଶଙ୍ଖଲେଇ ଗାଁର ଦୁଷ୍ମନ୍ତ ନାୟକ । ଗୁରୁତର କୋଲକାତା ଅଞ୍ଚଳର ସୁବିର ଚକ୍ରବର୍ତ୍ତୀଙ୍କୁ ସ୍ଥାନୀୟ ପବିତ୍ର ମୋହନ ପ୍ରଧାନ ସରକାରୀ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ହିଙ୍ଗୁଳା କୋଇଲା ଖଣିରୁ ବଳରାମ କୋଇଲା ଖଣିର ୯ନ ମ୍ବର ଓ ୧୦ ନମ୍ବର ସାଇଡିଂକୁ କୋଇଲା ପରିବହନ ପାଇଁ କନଭେୟର କାର୍ଯ୍ୟକୁ ଏକ ଠିକା ସଂସ୍ଥା ପକ୍ଷରୁ ନିର୍ମାଣ କାର୍ଯ୍ୟ ଜାରି ରହିଛି । କୋଇଲାଖଣିରୁ ବଳରାମ ସାଇଡିଂ କୁ କୋଇଲା ପରିବହନ ପାଇଁ କନଭେୟର କାର୍ଯ୍ୟ ପାଇଁ କ୍ରେନ ସାହାଯ୍ୟରେ ଲୁହାଖଣ୍ଡ ଉପରକୁ ଉଠୁଥିଲା । କମ୍ପାନୀ କର୍ତ୍ତୃପକ୍ଷଙ୍କ ଅସାବଧାନତା ଯୋଗୁଁ କ୍ରେନର ଟୋଚନ ଟି ଛିଣ୍ଡିପଡିଥିଲା । ଫଳରେ ଶ୍ରମିକଙ୍କ ଉପରେ ଲୁହାଖଣ୍ଡ ପଡିଯିବାରୁ ଜଣେ ଶ୍ରମିକଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି । ଘଟଣାସ୍ଥଳରେ ବଳରାମ ଓ ହିଙ୍ଗୁଳା କୋଇଲା ଖଣିର ବରିଷ୍ଠ ଅଧିକାରୀ ଓ ଗୋପାଳପ୍ରସାଦ ପୋଲିସ ପହଞ୍ଚି ଅଧିକ ତଦନ୍ତ ଚଳାଇଛି ।