spot_img

Latest Posts

ଟ୍ରକକୁ ଧକ୍କା ଦେଇ ଟ୍ରାକରୁ ବାହାରିଲା ଟ୍ରେନ୍, ୫୦ ମୃତ

ତାଇପେଇ: ପୂର୍ବ ତାଇୱାନର ଏକ ସୁଡଙ୍ଗ ମଧ୍ୟରେ ଘଟିଯାଇଛି ଭୟାନକ ଦୁର୍ଘଟଣା । ଯେଉଁଠି ଗୋଟିଏ ଟ୍ରକକୁ ଟ୍ରେନ୍ ଧକ୍କା ଦେବା ପରେ ରେଳ ଟ୍ରାକରୁ ଖସିଯାଇଥିଲା । ଆଉ ଏହି ଘଟଣାରେ ୫୦ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ରେଳ ଦୁର୍ଘଟଣା ଏତେ ଭୟାନକ ଥିଲା ଯେ ଟ୍ରେନର କିଛି କୋଚ୍ ଟନେଲରେ ଅଟକି ରହିଥିଲା।

ତାଇୱାନର କେନ୍ଦ୍ରୀୟ ଆପଦା ପ୍ରବଧନ ଟିମ୍ କହିଛି ଯେ ଟନେଲ୍ ଭିତରେ ଫସି ଯାଇଥିବା ୪ଟି କୋଚ୍ ବହୁତ କ୍ଷତିଗ୍ରସ୍ତ ହୋଇଛି । ସୂଚନା ଅନୁଯାୟୀ ଟ୍ରେନଟି ତାଇୱାନର ରାଜଧାନୀ ତାଇପେଇରୁ ତାଇତୁଙ୍ଗ ସହର ଅଭିମୁଖେ ଯାଉଥିଲା ।

ସ୍ଥାନୀୟ ଗଣମାଧ୍ୟମର ସୂଚନା ଅନୁଯାୟୀ ମେଣ୍ଟେନାସ୍ କାର୍ଯ୍ୟରେ ନିୟାେଜିତ ଥିବା ଏକ ଟ୍ରକ୍ ଅଚାନକ ରେଲୱେ ଟ୍ରାକ୍ ଉପରକୁ ଆସିଯିବାରୁ ଟ୍ରେନ୍ ସହ ଧକ୍କା ହୋଇଥିଲା ।

ତାଇୱାନର ରାଷ୍ଟ୍ରପତି ସାଇ ଇଙ୍ଗ ୱେନ ଏକ ଟୁଇଟରେ କହିଛନ୍ତି ଯେ ଜରୁରୀକାଳୀନ ଅଧିକାରୀ ମାନେ ସମ୍ପୃକ୍ତ ଯାତ୍ରୀ ଏବଂ ପ୍ରଭାବିତ ରେଳ କର୍ମଚାରୀଙ୍କୁ ଉଦ୍ଧାର କରିଛନ୍ତି । ଏହି ହୃଦୟ ବିଦାରକ ଦୁର୍ଘଟଣାକୁ ଦୃଷ୍ଟିରେ ରଖି ପ୍ରଭାବିତଙ୍କ ସୁରକ୍ଷା ଆମେ ସବୁକିଛି କରିବୁ।”

Latest Posts

Don't Miss