ଶତ୍ରୁ ଘେରିଥିବାବେଳେ ତାଇୱାନ ସେନାକୁ ଶକ୍ତ ଧକ୍କା
1 min readତାଇପେଇ: ତାଇୱାନ ସେନାକୁ ଶକ୍ତ ଧକ୍କା । ଦେଶର ସୀମାକୁ ଶତ୍ରୁ ଘେରି ରହିଥିବାବେଳେ ଆସିଛି ଏକ ଦୁଃଖଦ ଖବର । ତାଇୱାନ ପ୍ରତିରକ୍ଷା ଓ ରିସର୍ଚ୍ଚ ୱିଙ୍ଗର ଉପ-ପ୍ରମୁଖଙ୍କ ସନ୍ଦେହଜନକ ଅବସ୍ଥାରେ ମୃତଦେହ ମିଳିଛି । ସେନା ଇନଷ୍ଟିଚ୍ୟୁଟର ଉପ-ପ୍ରମୁଖ ଓ ୟାଙ୍ଗ ଲି ହିଙ୍ଗଙ୍କ ମୃତଦେହ ଏକ ହୋଟେଲରୁ ମିଳିଛି । ଲି ହିଙ୍ଗ ଦକ୍ଷିଣ କାଉଣ୍ଟିରେ ଏକ ବ୍ୟବସାୟିକ ଯାତ୍ରାରେ ଥିଲେ ।
ତାଇୱାନର ବିଭିନ୍ନ ମିସାଇଲ ଉତ୍ପାଦନ ପରିଯୋଜନାର ରକ୍ଷଣାବେକ୍ଷଣ ପାଇଁ ନ୍ୟାଶନାଲ ଚୁଙ୍ଗ ଶାନ ଇନଷ୍ଟିଚ୍ୟୁଟ ଅଫ ସାଇନ୍ସ ଆଣ୍ଡ ଟେକ୍ନୋଲୋଜିରେ ଲି ହିଙ୍ଗଙ୍କୁ ଦାୟିତ୍ବ ମିଳିଥିଲା ।
ଚଳିତ ବର୍ଷ ତାଇୱାନ ସେନା ବାର୍ଷିକ ମିସାଇଲ କ୍ଷମତାକୁ ଦୁଇ ଗୁଣ ବୃଦ୍ଧି କରିବା କରିବା ପାଇଁ ପ୍ରୟାସ ଜାରି ରଖିଛି । ଏହି ଦ୍ବୀପ ଦେଶ ଚୀନ ସେନାକୁ ଟକ୍କର ଦେବା ପାଇଁ ନିଜ ପ୍ରତିରକ୍ଷା କ୍ଷମତା ବଢାଇବା ପାଇଁ ଅଗ୍ରସର ହେଉଛି । ଠିକ ଏହି ସମୟରେ ଲି ହିଙ୍ଗଙ୍କ ମୃତ୍ୟୁ ତାଇୱାନର ମନୋବଳ ଉପରେ ଶକ୍ତ ଧକ୍କା ଦେଇଛି ।
ନିକଟରେ ବେଜିଂ ଚୀନର ତଥାକଥିତ ନୀତି ଆପଣାଇ ତାଇୱାନ ପ୍ରତି କଡା ଆଭିମୁଖ୍ୟ ପ୍ରଦର୍ଶନ କରୁଛି । ଆମେରିକା ସଂସଦ ଅଧ୍ୟକ୍ଷ ନାନ୍ସୀ ପେଲୋସୀଙ୍କ ଗସ୍ତ ପରେ ତାଇୱାନକୁ ଚାରିପଟୁ ଘେରି ସମରାଭ୍ୟାସ ଜାରି ରଖିଛି । ୨୫ ବର୍ଷ ମଧ୍ୟରେ ପ୍ରଥମ ଥର ଆମେରିକାର ସଂସଦ ଅଧ୍ୟକ୍ଷ ତାଇୱାନ ଗସ୍ତ କରିଛନ୍ତି ।
ସେପଟେ ତାଇପେ ସେନା କହିଛି ଯେ ଚୀନ ପିଏଲଏର ପ୍ରାୟ ୬୮ ଲଢୁଆ ବିମାନ ଏବଂ ୧୩ଟି ଯୁଦ୍ଧ ଜାହାଜ ମଧ୍ୟ ରେଖାକୁ ଅତିକ୍ରମ କରିଛି ।