ତାଇୱାନକୁ ‘ଭାରତ ପସନ୍ଦ’, ଚୀନକୁ କହିଲା ‘ନର୍କକୁ ଯାଅ’

1 min read
Taiwan Asks China To Get Lost Again While Praising India

ତାଇପେ: ପୂର୍ବ ଲଦାଖକୁ ନେଇ ଭାରତ ସହ ଉତ୍ତେଜନା ଲାଗି ରହିଥିବା ବେଳେ ଚୀନ ଦୀର୍ଘ ଦିନ ଧରି ତାଇୱାନ ଉପରେ ଦାବି କରି ଆସୁଛି । ଏମିତି କି ତାଇୱାନ ସହ ସମ୍ପର୍କ ରଖିଥିବା ଅନ୍ୟ ଦେଶକୁ ମଧ୍ୟ ଧମକାଉଛି ଚୀନ । ଏହା ପରେ ବି ଭାରତ-ତାଇୱାନ୍ ସହିତ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ରଖିଛି । ଏହାକୁ ନେଇ ବ୍ୟସ୍ତ, ବିବ୍ରତ ଚୀନକୁ ପୁଣିଥରେ ତାଇୱାନ ଚେତାବନୀ ଦେଇଛି । ଶନିବାର ଅର୍ଥାତ୍ ୧୦ ଅକ୍ଟୋବରକୁ ତାଇୱାନ ଜାତୀୟ ଦିବସ ପାଳନ କରିବ । ଏହି ଉତ୍ସବରେ ସାମିଲ୍ ହେବା ପାଇଁ ଭାରତୀୟଙ୍କୁ ଶୁଭେଚ୍ଛା ଦେଇ ତାଇୱାନ୍ ବିଦେଶ ମନ୍ତ୍ରାଳୟ ପୁଣି ଥରେ ଚୀନକୁ ଇଶାରା ଦେଇ କହିଛି –‘ନର୍କକୁ ଯାଅ’ ।

ଭାରତ ସହ ବନ୍ଧୁତା, ଚୀନକୁ ଧୋକ୍କା

ତାଇୱାନ ବିଦେଶ ମନ୍ତ୍ରାଳୟ ଶୁକ୍ରବାର ଟ୍ୱିଟ୍ କରିଛି- ଭାରତର କିଛି ବନ୍ଧୁ ତାଇୱାନ୍ ଜାତୀୟ ଡେ ଉତ୍ସବରେ ଭାଗ ନେବାପାଇଁ ପ୍ରସ୍ତୁତ ହେଉଛନ୍ତି । ଏହାକୁ ନେଇ ତାଇୱାନ୍ ଖୁସିବ୍ୟକ୍ତ କରିଛି । ତାଇୱାନକୁ ଭାରତ ପସନ୍ଦ ଅଟେ, ଆମେ ମାନୁ । ଏହା ପୂର୍ବରୁ ଭାରତରେ ଥିବା ଚୀନ ଦୂତାବାସ ଭାରତୀୟ ମିଡିଆକୁ କାର୍ଯ୍ୟକ୍ରମରୁ ଦୂରେଇ ରହିବାକୁ କହିଥିଲା ତ ସେତେବେଳେ ତାଇୱାନ୍ ଚୀନକୁ ଦୃଢ଼ ଜବାବ ଦେଇଥିଲା ।

‘ନର୍କକୁ ଯାଅ’

ତାଇୱାନ୍ ବିଦେଶ ମନ୍ତ୍ରାଳୟ ଟ୍ୱିଟ୍ କରିଛି- ଭାରତର ମାଟିରେ ସବୁଠୁ ବଡ଼ ଗଣତନ୍ତ୍ର ରହିଛି । ଯେଉଁଠି ଜୀବନ୍ତ ଗଣମାଧ୍ୟମ ସହ ସ୍ୱାଧୀନ ଲୋକ ଅଛନ୍ତି । କିନ୍ତୁ, ଏମିତି ଲାଗୁଛି କମ୍ୟୁନିଷ୍ଟ ଚୀନ ସେନ୍ସରସିପ୍ ଲଗାଇ ଉପମହାଦ୍ୱୀପରେ ଅନୁପ୍ରବେଶ ଚାହୁଁଛି ।

ଅକ୍ଟୋବର ୧୦ରେ ତାଇୱାନର ରାଷ୍ଟ୍ରୀୟ ଦିବସ ଅଟେ । ଚୀନ ତାଇୱାନକୁ ନିଜର ଅଞ୍ଚଳ ବୋଲି ଦାବି କରେ । ଏବଂ ପୂରା ଦୁନିଆ ତାର ଅଧୀନ ବୋଲି ସ୍ୱୀକାର କରୁ । ଗୋଟିଏ ଚାଇନ୍ କଥା କହୁଥିବା ଚୀନ ଲଦାଖକୁ କେନ୍ଦ୍ରଶାସିତ ଅଞ୍ଚଳ ଘୋଷଣାକୁ ବି ଅବୈଧ କହୁଛି । ଯାହାକି ଭାରତର ଭାରତର ସାର୍ବଭୌମତ୍ୱ ପ୍ରତି ଅପମାନ ।

 

Leave a Reply