ଶାରିରୀକ ଭାବେ ଫିଟ୍ ରହିବାକୁ ତାଇକୋଣ୍ଡା ଖେଳକୁ ଆପଣାଉଛନ୍ତି ଯୁବପିଢ଼ୀ

ନନ୍ଦିଘୋଷ ବ୍ୟୁରୋ: ତାଇକୋଣ୍ଡୋ ଖେଳ ପ୍ରତି ଯୁବ ପିଢ଼ିଙ୍କ ବଢୁଛି ଆଗ୍ରହ। ନିଜକୁ ଶାରୀରିକ ଫିଟ ରଖିବା ସହ ନିଜକୁ ଆତ୍ମ ସୁରକ୍ଷା ଦେବା ପାଇଁ ତାଇକୋଣ୍ଡୋ ଖେଳକୁ ଆପଣାଉଛନ୍ତି ଯୁବପିଢି । ଏଥିପାଇଁ ଝିଅମାନଙ୍କ ଆଗ୍ରହ ବଢୁଥିବା ବେଳେ ଝିଅ ମାନଙ୍କୁ ମାଗଣା ଶିକ୍ଷା ମଧ୍ୟ ଦିଆଯାଉଛି।

ତାଇକୋଣ୍ଡୋ ଖେଳ ପ୍ରତି ବଢୁଛି ଯୁବ ପିଢ଼ିଙ୍କ ଆଗ୍ରହ। ନିଜକୁ ଶାରିରୀକ ଫିଟ ରଖିବାପାଇଁ ଟାଇକୋଣ୍ଡା ଖେଳକୁ ଆପଣାଉଛନ୍ତି ଯୁବପିଢି । ଯାଜପୁର ଜିଲ୍ଲା ଧର୍ମଶାଳା ଟାଇକୋଣ୍ଡୋ ଏକାଡେମୀରେ ୮୦ ରୁ ଅଧିକ ଯୁବକ ଯୁବତୀ ମାନେ ତାଇକୋଣ୍ଡୋ ପ୍ରଶିକ୍ଷଣ ନେଉଛନ୍ତି । ଦୀର୍ଘ ୧୦ ବର୍ଷ ହେବ ଜାରକା କଳ୍ପତରୁ ଦାସ ଷ୍ଟାଡିୟମରେ ପ୍ରଶିକ୍ଷଣ ଦିଆଯାଉଛି । ଏଠାରେ ବିଶେଷ କରି ସ୍ୱତନ୍ତ୍ର ଟାଇକୋଣ୍ଡୋ ପ୍ରଶିକ୍ଷଣ, ଆତ୍ମ ସୁରକ୍ଷା ନେଇ ପ୍ରଶିକ୍ଷଣ, ଓଜନ ହ୍ରାସ ପାଇଁ ପ୍ରଶିକ୍ଷଣ, ୱେପନ ଟ୍ରେନିଂ, ଫାଇଟିଙ୍ଗ ଟ୍ରେନିଂ, ଶିକ୍ଷା ଦିଆଯାଉଛି। ଆଜିର ସମାଜରେ ଝିଅମାନେ ଯେଉଁଭଳି ନିଜକୁ ଆତ୍ମ ସୁରକ୍ଷା ଦେଇପାରିବେ ସେଥିପ୍ରତି ଝିଅମାନଙ୍କୁ ମାଗଣା ଟ୍ରେନିଂ ଦିଆଯାଉଛି । ଏହି ଖେଳ ପ୍ରତି ଝିଅମାନଙ୍କର ଭାରିଦାରୀତା ବେଶୀ ଦେଖିବାକୁ ମିଳୁଛି ।

ତାଇକୋଣ୍ଡୋ ଖେଳରେ ଵେଶ ସଫଳତା ହାସଲ କରି ପାରିଛନ୍ତି ଧର୍ମଶାଳା ଟାଇକୋଣ୍ଡୋ ଏକାଡେମୀର ଖେଳାଳିମାନେ ।ଜିଲ୍ଲା, ରାଜ୍ଯ ଓ ଜାତୀୟ ସ୍ତରରେ ଖେଳି ବେଶ ସୁନାମ ଆଣିପାରିଛନ୍ତି । ତେବେ ଖେଳାଳିମାନେ ଆଗାମୀ ଦିନରେ ଅନ୍ତର୍ଜାତୀୟ ସ୍ତରରେ ଅଲିମ୍ପିକ୍ସ ଖେଳିବା ପାଇଁ ନିଜକୁ ପ୍ରସ୍ତୁତ କରୁଛନ୍ତି । ଖେଳାଳିମାନେ ଯେଭଳି ସଫଳତାର ଶୀର୍ଷରେ ପହଞ୍ଚିପାରିବେ ସେଥିପାଇଁ ଏକାଡେମୀ କୋଟ ସେମାନଙ୍କୁ ଜୋରଦାର ଅଭ୍ଯାସ କରାଉଛନ୍ତି ।