ବଡ଼ ବ୍ୟବଧାନ ପରେ ସାମ୍ନାକୁ ଆସିଲେ ଦିଲ୍ଲୀ ତବ୍‌ଲିଗି ଜମାତ୍‌ର ମୌଲାନା, ଇଡି ପରେ ଏବେ ମୁଣ୍ଡରେ CBI ଖଣ୍ଡା

1 min read
Tabligi Jamaat Chief Maulana Saad Performed Prayers At Abu Bakr Mosque In Zakir Nagar Nodark.

ନୂଆଦିଲ୍ଲୀ: ନିଜାମୁଦ୍ଦିନଙ୍କ ମାର୍କାଜରେ ଲକ୍‌ଡାଉନ୍‌ ସମୟରେ ଏକ ତବଲିଗି ଜାମାତର ଆୟୋଜନ ପାଇଁ ଚର୍ଚ୍ଚାକୁ ଆସିଥିବା ମୌଲାନା ସାଦ୍ ପ୍ରଥମ ଥର ପାଇଁ ଘରୁ ବାହାରକୁ ବହାରିଛନ୍ତି । ଦିଲ୍ଲୀ ପୋଲିସର କହିବାନୁଯାୟୀ ତବଲିଗି ଜାମାତର ମୁଖ୍ୟ, ଆଜି ଦିଲ୍ଲୀର ଜାକିର ନାଗରର ଆବୁ ବକର ମସ୍‌ଜିଦ୍‌ରେ ନମାଜ ପାଠ କରିଛନ୍ତି । ଲକ୍‌ଡାଉନ୍‌ ସମୟରେ ତବଲିଗି ଜମାତ୍‌ର ଆୟୋଜନ କରିଥିବାରୁ ମୌଲାନାଙ୍କ ନାଁରେ ଥାନାରେ ମାମଲା ରୁଜୁ କରଯାଇଥିଲା । ଏହାପରେ ମୌଲାନା ନିଜକୁ ସେଲ୍ଫ କ୍ୱାରେଣ୍ଟାଇନ୍‌ରେ ରଖିଥିଲେ । ତେବେ ପ୍ରାୟ ଅଢ଼େଇ ମାସ ପରେ ସେ ଘରୁ ବାହାରିଛନ୍ତି ବୋଲି ପୋଲିସ ପାଖରେ ସୂଚନା ରହିଛି । ହେଲେ ଯେଉଁ ତବ୍‌ଲିଗୀ ଜମାତ ଯୋଗୁଁ ପ୍ରଥମେ କରୋନା ଭୂତାଣୁ ବ୍ୟାପିବାର ଆଶଙ୍କା ବଢ଼ିଥିଲା ଏବଂ ମୁଣ୍ଡ ବିନ୍ଧାର କାରଣ ପାଲଟିଥିଲା, ସେହି ଜମାତର ମୌଲାନା ଆଜି ପର୍ଯ୍ୟନ୍ତ ସମସ୍ତଙ୍କ ଆଖି ଆଗରୁ ଦୂରେଇ ରହିଥିଲେ । ଏବଂ ସବୁଠାରୁ ବଡ଼ କଥା ହେଲା ସେ ଆଜି ଯାଏ କରୋନା ଟେଷ୍ଟ ରିପୋର୍ଟ କ୍ରାଇମ୍‌ବ୍ରାଞ୍ଚକୁ ହସ୍ତାନ୍ତର କରିନାହାନ୍ତି ।

ମୌଲାନା ସାଦ୍‌ଙ୍କ ଉପରେ ଏବେ ସିବିଆଇ ଚଡ଼କ
ଲକ୍‌ଡାଉନ୍‌ ସମୟରେ ତବଲିଗି ଜାମାତର ଆୟୋଜନକୁ ନେଇ ଚର୍ଚ୍ଚାକୁ ଆସିଥିବା ମୌଲାନା, ଦିନକୁ ଦିନ ବିବାଦ ମଧ୍ୟରେ ଛନ୍ଦି ହୋଇଯାଉଛନ୍ତି । ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ ଏବଂ ଆୟକର ବିଭାଗ ପରେ ସିବିଆଇ ତାଙ୍କ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ବିଭିନ୍ନ ବେଆଇନ୍‌ କାର୍ଯ୍ୟକଳାପରେ ତାଙ୍କର ସମ୍ପୃକ୍ତି ରହିଥିବା ନେଇ ସିବିଆଇ ସନ୍ଦେହ କରୁଛି ଏବଂ ତାଙ୍କୁ ଜେରା ପାଇଁ ଯୋଜନା କରୁଛି । ହାୱାଲା ସହ ଜଡ଼ିତ ଏବଂ ବିଦେଶରୁ ଆସୁଥିବା ଟଙ୍କା କାରବାରରେ ମଧ୍ୟ ମୌଲାନାଙ୍କ ସମ୍ପୃକ୍ତି ଥିବା ସିବିଆଇ ସୂଚନା ପାଇଛି ।

ଅର୍ଥ ହେରଫେର ମାମଲା ରୁଜୁ କରିଛି ଇଡି
ଏହାପୂର୍ବରୁ ଦିଲ୍ଲୀ ପୋଲିସ ମୌଲାନା ସାଦ୍‌ଙ୍କ ବିରୋଧରେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ ଏବଂ ଆୟକର ବିଭାଗକୁ ଅନେକ ତଥ୍ୟ ଦେଇଛି । ଇଡି ମଧ୍ୟ ମୌଲାନା ସାଦ୍‌ ଏବଂ ମାର୍କାଜଙ୍କ ଉପରେ ମନି ଲଣ୍ଡରିଂର ମାମଲା ଦାୟର କରିଛି । ଏଭଳି ପରିସ୍ଥିତିରେ ଏହା ସ୍ପଷ୍ଟ ଯେ, ଆଗାମୀ ଦିନରେ ମୌଲାନା ସାଦ୍‌ଙ୍କ ସମସ୍ୟା ଆହୁରି ବଢ଼ିବ । କାରଣ ଇଡି, ଆଇଟି ପରେ ଏବେ ସିବିଆଇ ମୌଲାନା ସାଦ୍‌ଙ୍କ ନାଁରେ ମାମଲା ରୁଜୁ କରିବାକୁ ଯାଉଛି ।

ଅନୁସନ୍ଧାନ ପାଇଁ NIA ଦାବି
ମୌଲାନା ସାଦଙ୍କ ବିରୋଧରେ ଏନଆଇଏ ମଧ୍ୟ ତଦନ୍ତ ଦାବି କରିଛି । ଏସମ୍ପର୍କରେ ଦିଲ୍ଲୀ ହାଇକୋର୍ଟରେ ମଧ୍ୟ ଏକ ପିଟିସନ ଦାଖଲ କରାଯାଇଛି । ଗୁରୁବାର ଦିନ ଏହି ଆବେଦନର ଶୁଣାଣି ହେବାର ଥିଲା କିନ୍ତୁ ଏହାକୁ ଏବେ ସ୍ଥଗିତ ରଖାଯାଇଛି । ବର୍ତ୍ତମାନ ଏହି ମାମଲାର ଶୁଣାଣି ୧୮ଜୁନ୍‌ରେ ହେବ ।

ଆତଙ୍କବାଦୀ କାର୍ଯ୍ୟକଳାପର ଭୟ
ଦିଲ୍ଲୀରେ ଲକ୍‌ଡାଉନ୍‌ ସମୟରେ ବେଆଇନ୍‌ ଭାବେ ତବଲିଗି ଜମାତ୍‌ ଆୟୋଜନ କରାଯାଇଥିଲା । ଯେଉଁଥିପାଇଁ ଦେଶରେ କରୋନା ସଂକ୍ରମଣ ବଢ଼ିବାର ଆଶଙ୍କା ଥିଲା । ଏଥିପାଇଁ ସାରା ଦେଶ ମଧ୍ୟ ଚିନ୍ତାରେ ପଡ଼ିଥିଲା । ଖାଲି ସେତିକି ନୁହେଁ, ଏହି ଜମାତ୍‌ରେ ପ୍ରାୟ ୨୦ ଦେଶର ୮୦ ଜଣ ବିଦେଶୀ ଯୋଗ ଦେଇଥିଲେ ଯେଉଁମାନଙ୍କ ନାଁରେ ଭିଜା ନିୟମ ଉଲଂଘନ କରାଯାଇଥିବା ମାମଲା ରୁଜୁ କରାଯାଇଛି ।

ମଳିଥିବା ସୂଚନା ଅନୁସାରେ, ଆତଙ୍କବାଦୀ ସଂଗଠନ ଓ ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଇବାରେ ମୌଲାନାଙ୍କ ସମ୍ପୃକ୍ତି ରହିଥିବା ଅଭିଯୋଗ ହୋଇଛି । ଏହି କାରଣରୁ ଏନଆଇଏ ପକ୍ଷରୁ ମାମଲାର ତଦନ୍ତ ସହ ଜଡିତ ଏକ ଆବେଦନ ହାଇକୋର୍ଟରେ ଦାଖଲ କରାଯାଇଛି । ଦିଲ୍ଲୀ କ୍ରାଇମ ବ୍ରାଞ୍ଚ ପୋଲିସ ବର୍ତ୍ତମାନ ଘଟଣାର ତଦନ୍ତ କରୁଛି ।

Leave a Reply