ତବଲିଗି ଜମାତ୍‌ ମାମଲା: ୩୬ ବିଦେଶୀ ନାଗରିକ ନିର୍ଦ୍ଦୋଷରେ ଖଲାସ

ନୂଆଦିଲ୍ଲୀ: ଦିଲ୍ଲୀର ନିଜାମୁଦ୍ଦିନସ୍ଥିତ ତବଲିଗି ଜମାତ୍‌ରେ ଧାର୍ମିକ କାର୍ଯ୍ୟକ୍ରମରେ ସାମିଲ ଥିବା ୩୬ ଜଣ ବିଦେଶୀ ନାଗରିକଙ୍କୁ ନିର୍ଦ୍ଦୋଷରେ ଖଲାସ କଲେ ସାକେତ କୋର୍ଟ । ସେମାନଙ୍କ ଉପରେ କରୋନା ନିୟମ ଉଲଂଘନ କରିଥିବା ଅଭିଯୋଗ ହୋଇଥିଲା । ଗତ ୨୪ ଅଗଷ୍ଟରେ ସେମାନଙ୍କ ଉପରେ ମହାମାରୀ ଧାରା ଲଗାଯାଇ ବିଚାର କରାଯିବ ବୋଲି କୋର୍ଟ କହିଥିଲେ ।

ପୂର୍ବରୁ ମୁମ୍ବାଇର ଏକ କୋର୍ଟ ମଧ୍ୟ ତବଲିଗି ଜମାତ ସହ ଜଡିତ ଲୋକଙ୍କୁ ନିର୍ଦ୍ଦୋଷରେ ଖଲାସ କରିଥିଲେ । ଦେଶରେ କରୋନା ସଂକ୍ରମଣ ବଢୁଥିବା ବେଳେ ତବଲିଗି ଜମାତରେ ଏକ ଧାର୍ମିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଆୟୋଜନରେ ସାମିଲ ଲୋକ କରୋନା ସଂକ୍ରମଣ ଚିହ୍ନଟ ହୋଇଥିଲେ । ପରେ ଦେଶର ବିଭିନ୍ନ ସ୍ଥାନରେ କରୋନା ସଂକ୍ରମଣ ବଢି ବଢି ଚାଲିଥିଲା । ସେତେବେଳେ କରୋନା ସଂକ୍ରମଣକୁ ନେଇ ସେମାନଙ୍କୁ ଦାୟୀ କରାଯାଇଥିଲା । ପରେ ବିଭିନ୍ନ ଧାରାରେ ମାମଲା ରୁଜୁ ହେବା ସହ ଅନେକ ଲୋକଙ୍କୁ ଗିରଫ କରାଯାଇଥିଲା ।

Leave a Reply