ଫିଲିପିନ୍ସ ଆଗ୍ନେୟଗିରିରେ ବିସ୍ଫୋରଣ ସମ୍ଭାବନା, ସ୍ଥାନାନ୍ତର ହେଲେ ୮ ହଜାର ଜନସାଧାରଣ

ଫିଲିପିନ୍ସ: ଫିଲିପିନ୍ସର ତାଲ୍‌ ଆଗ୍ନେୟଗିରିରେ ବିସ୍ଫୋରଣ ଆଲର୍ଟ । ଆଗ୍ନେୟଗିରିରୁ ଏବେ ୫୦ ହଜାର ଫୁଟ ଉଚ୍ଚ ପର୍ଯ୍ୟନ୍ତ ଧୂଆଁ ଉଠୁଛି । ଭୟଙ୍କର ଶବ୍ଦ ସହ ଅନୁଭୂତ ହୋଇଛି ଭୂମିକମ୍ପର ଝଟ୍‌କା । ବଡ଼ଧରଣର ବିପର୍ଯ୍ୟୟ ଆଶଙ୍କାରେ ଆଖପାଖ ଅଞ୍ଚଳରୁ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି ।

ପ୍ରାୟ ୮ ହଜାର ଲୋକ ସୁରକ୍ଷିତ ସ୍ଥାନକୁ ଚାଲି ଯାଇଛନ୍ତି । ବିମାନ ଚଳାଚଳ ମଧ୍ୟ ପ୍ରଭାବିତ ହୋଇଛି । ୨୪୦ରୁ ଅଧିକ ବିମାନ ଉଡ଼ାଣକୁ କର୍ତ୍ତୃପକ୍ଷ ବାତିଲ କରିଛନ୍ତି । ରବିବାରଠାରୁ ଆଗ୍ନୟେଗିରିରୁ ଧୂଆଁ ବାହାରିବା ପରେ ସତର୍କ ହୋଇଛି ପ୍ରଶାସନ ।

ଆଜି ତାଲ୍‌ ଆଖପାଖ ଅଞ୍ଚଳରେ ସୁରକ୍ଷା ଦୃଷ୍ଟିରୁ ସ୍କୁଲ, କଲେଜ, ସରକାରୀ କାର୍ଯ୍ୟାଳୟ ଓ ଫିଲିପାଇନ୍‌ସ ଷ୍ଟକ୍‌ ଏକ୍ସଚେଞ୍ଜକୁ ବନ୍ଦ ରଖାଯାଇଛି । ଫିଲିପାଇନ୍‌ସ ତାଲ୍‌ ଏକ ସକ୍ରିୟ ଆଗ୍ନେୟଗିରି । ୧୯୭୭ରେ ଶେଷଥର ପାଇଁ ଏଥିରେ ବିସ୍ଫୋରଣ ହୋଇଥିଲା ।

Leave a Reply