ମ୍ୟାଚ୍ ଶେଷ, ଟିମ୍ ଡଗଆଉଟ୍ ଓ ନୋ ବଲ୍… ତଥାପି ହାରିଲା ଜିମ୍ବାଓ୍ବେ

1 min read

ବ୍ରିସବେନ: କଥାରେ ଅଛି କିସମତ ବଡି କମିନା ଚିଜ୍ ହେ… । କାହାର ଭାଗ୍ୟ ପରିବର୍ତ୍ତନ କରି ଦିଏ ତ ଆଉ କାହାର ହାତରୁ ଆସିଥିବା ସୁଯୋଗକୁ ଛଡ଼ାଇ ନିଏ । ଯାହା ଦେଖିବାକୁ ମିଳିଥିଲା T20 ବିଶ୍ବକପର ବାଂଲାଦେଶ ଓ ଜିମ୍ବାଓ୍ବେ ମ୍ୟାଚରେ । ଶେଷ ଓଭରର ଦୁଇ ବଲରେ ଦୁଇ ଓ୍ବିକେଟ ହରାଇଲା ଜିମ୍ବାଓ୍ବେ । ମ୍ୟାଚ ହାରିଲା । ହେଲେ ଶେଷ ବଲକୁ ଆମ୍ପେୟାର ନୋ ବଲ୍ ଡାକିବା ପରେ ହାରିବା ମ୍ୟାଚ ଜିତିବାର ସୁଯୋଗ ପାଇଲା ଜିମ୍ବାଓ୍ବେ । ହେଲେ ଭାଗ୍ୟ ଭାଗ୍ୟଦେବୀ ଦେଲେନି ସାଥ୍ । ହାରିଲା ଜିମ୍ବାଓ୍ବେ ।

କ୍ରିକେଟ୍ । ଭଦ୍ର ଲୋକଙ୍କ ଖେଳ କ୍ରିକେଟ ଯେତିକି ମଜାଦାର, ସେତିକି ରୋମାଞ୍ଚକ । ପ୍ରତିଟି ବଲ ଲେଖେ ବିଜୟ ଓ ପରାଜୟର କାହାଣୀ । ଏହା କେବଳ ଟିମ୍ ଓ ତାଙ୍କ ଖେଳାଳିଙ୍କ ଦକ୍ଷତା ଉପରେ ନିର୍ଭର କରିଥାଏ ବଲଟି କାହା ସପକ୍ଷରେ ଯିବ । ଟି ୨୦ ବିଶ୍ବକପରେ ବାଂଲାଦେଶ-ଜିମ୍ବାଓ୍ବେ ମ୍ୟାଚ ମଧ୍ୟ ଥିଲା ଠିକ ସେମିତି । ଶେଷ ଓଭର ନାଟକୀୟ, ରୋମାଞ୍ଚକ । ଯାହା ବଢ଼ାଇ ଦେଇଥିଲା କ୍ରିକେଟ ପ୍ରେମୀଙ୍କ ହୃଦସ୍ପନ୍ଦନ ।

ଶେଷ ଓଭରରେ ଜିମ୍ବାଓ୍ବେକୁ ବିଜୟ ପାଇଁ ଦରକାର ହେଉଥିଲା ୧୬ ରନ୍ । ୪ଟି ବଲରେ ଦଳ ୧୧ ରନ୍ କରି ନେଇଥିଲା । ଲାଗୁଥିଲା ଜିମ୍ବାଓ୍ବେ ମ୍ୟାଚ ଜିତି ଯିବ । ହେଲେ ବାଂଲାଦେଶୀ ବୋଲର୍ ଜବରଦସ୍ତ କମବ୍ୟାକ କରିଥିଲେ । ଶେଷ ଦୁଇ ବଲରେ ଜିମ୍ବାଓ୍ବେର ଦୁଇଟି କ୍ରିକେଟ୍ ନେଇ ଖେଳ ଶେଷ କରିଥିଲେ ବାଂଲାଦେଶ ବୋଲର୍ । ହେଲେ ଏଠି ଜିମ୍ବାଓ୍ବେ ବ୍ୟାଟ୍ସମ୍ୟାନଙ୍କୁ ମିଳିଥିଲା କିସମତ କୀ ସାଥ୍ । ଶେଷ ବଲକୁ ଥାର୍ଡ ଅମ୍ପେୟାର ନୋ ବଲ୍ ଡିକ୍ଲାର କରିଥିଲେ । କାରଣ ବାଂଲାଦେଶ ସ୍ବିକେଟ କିପର୍ ନୁରୁଲ ହସନ ଷ୍ଟମ୍ପ ଆଗରୁ ବଲ୍ କଲେକ୍ଟ କରି ଷ୍ଟମ୍ପିଂ କରିଥିଲେ ।

ଅମ୍ପେୟାରଙ୍କ ନିଷ୍ପତ୍ତି ସତେ ଯେମିତି ଜିମ୍ବାଓ୍ବେ ଡ୍ରସିଂ ରୁମରେ ନୂଆ ଆଶା ସଞ୍ଚାର କରିଥିଲା । ହାରି ସାରିଥିବା ମ୍ୟାଚ୍ ଜିତିବାକୁ ଆଉ ଏକ ସୁଯୋଗରେ ଉତ୍ସାହିତ ହୋଇ ଯାଇଥିଲେ ଜିମ୍ବାଓ୍ବେ ବ୍ୟାଟ୍ସମ୍ୟାନ । ହେଲେ କିସମତରୁ ପାଇଥିବା ଏହି ସୁଯୋଗକୁ ବିଜୟରେ ପରିଣତ କରି ପାରି ନଥିଲେ ଜିମ୍ବାଓ୍ବେ ବ୍ୟାଟ୍ସମ୍ୟାନ । ଶେଷ ବଲରେ ୪ ରନ୍ ଆବଶ୍ୟକ ହେଉଥିବା ବେଳେ ଜିମ୍ବାଓ୍ବେ ମାତ୍ର ଏକ ରନ୍ କରିବାକୁ ସକ୍ଷମ ହୋଇଥିଲା । ଫଳରେ ବାଂଲାଦେଶ ୩ ରନରେ ବିଜୟୀ ହୋଇଥିଲା । ଯାହା ପୁଣି ଥରେ ପ୍ରମାଣିତ କରିଥିଲା କ୍ରିକେଟ ଅନିଶ୍ଚିତତାର ଖେଳ । ଏଠି ସବୁ ସମ୍ଭବ ।