ଏମାନଙ୍କୁ ମିଳିପାରେ ଟି-୨୦ ବିଶ୍ବକପ ଦଳରେ ସ୍ଥାନ

1 min read

ନୂଆଦିଲ୍ଲୀ: ଚଳିତ ବର୍ଷ ଖେଳାଯିବ ଟି-୨୦ ବିଶ୍ବକପ । ଆଉ ୫ ମାସ ବାକି ରହିଥିବାବେଳେ ଏବେଠାରୁ ଆରମ୍ଭ ହୋଇଯାଇଛି ପାଉଣ୍ଟଡାଉନ୍ । ଦିନିକଆ ବିଶ୍ବକପରେ ଭାରତ ଫାଇନାଲରେ ପରାଜୟ ବରଣ କରିବା ପରେ ପ୍ରଶଂସକମାନେ ଆଶା ରଖିଛନ୍ତି କି, ଟି-୨୦ ବିଶ୍ବକପ ଭାରତ ନିଶ୍ଚିତ ଜିତିବ । ତେବେ ଭାରତୀୟ ଦଳ ଏବେ ଦମଦାର ଫର୍ମରେ ରହିଥିବାବେଳେ କାହାକୁ ଦଳରେ ସ୍ଥାନ ମିଳିବ ଏବଂ କିଏ ବାଦ୍ ପଡ଼ିବେ ତାକୁ ନେଇ ଏକପ୍ରକାର ଚର୍ଚ୍ଚାର ଆରମ୍ଭ ହୋଇଛି । ସବୁଠାରୁ ଗୁରୁତ୍ବପୂର୍ଣ୍ଣ ହେଉଛି କି, କିଏ ଓ୍ବିକେଟ କିପରଭାବେ ଦଳରେ ସ୍ଥାନ ପାଇବେ ଏବଂ ଦଳର ଅଧିନାୟକ ପଦ କିଏ ସମ୍ଭାଳିବେ । ହାର୍ଦ୍ଦିକା ପାଣ୍ଡ୍ୟା, ସୂର୍ଯ୍ୟ କୁମାର ଯାଦବ ଏବଂ ରୋହିତ ଶର୍ମା ଅଧିନାୟକ ରେସରେ ରହିଛନ୍ତି । ଦୀର୍ଘଦିନ ପରେ ରୋହିତ ଟି-୨୦ ଦଳକୁ ଫେରିଛନ୍ତି ।

ରୋହିତ ଏବଂ କୋହଲି ଟି-୨୦ ବିଶ୍ବକପରେ ଦଳରେ ସ୍ଥାନ ପାଇବେ କି, ନାହିଁ ତାକୁ ନେଇ ଚରଚ୍ଚା ହେଉଛି । ବିଶ୍ବକପ ପୂର୍ବରୁ ଆଇପିଏଲ ରହିଥିବାବେଳେ ଏହାକୁ ଦୃଷ୍ଟିରେ ରଖି ଦଳ ଚୟନ କରାଯିବ । ତେବେ ଓ୍ବିକେଟ କିପର ଭାବେ ସଞ୍ଜୁ ସାମସନ, ଜିତେଶ ଶର୍ମା ଏବଂ ଇଶାନ କିଶାନ ଏବଂ କେ.ଏଲ ରାହୁଲ ରହିଛନ୍ତି । ଏହି ୪ ବ୍ୟାଟ୍ସମ୍ୟାନ ଏବେ ଦମଦାର ଫର୍ମରେ ରହିଥିବାବେଳେ କାହାକୁ ଦଳରେ ସ୍ଥାନ ମିଳିବ ତାହା ବେଶ ଗୁରୁତ୍ବ ବହନ କରୁଛି । ସେପଟେ ଓପନିଂ କିଏ କରିବ ତାହା ମଧ୍ୟ ବେଶ ଗୁରୁତ୍ବ ବହନ କରେ । ଏବେ ଯବୁ ଖେଳାଳିମାନେ ଭଲ ପ୍ରଦର୍ଶନ କରୁଥିବାବେଳେ ଅଭିଜ୍ଞ ଖେଳାଳିମାନେ ଦମଦାର ଫର୍ମରେ ନଜର ଆସୁଛନ୍ତି । ଟି-୨୦ ବିଶ୍ବକପ ପୂର୍ବରୁ ଆଫଗାନିସ୍ତାନ ବିପକ୍ଷରେ ଚାଲିଥିବା ସିରିଜ ଶେଷ ଟି-୨୦ ସିରିଜ । ଆଇପିଏଲ ଏବଂ ଆଫଗାନିସ୍ତାନ ବିପକ୍ଷ ମ୍ୟାଚକୁ ଦୃଷ୍ଟିରେ ରଖି ଚୟନ କରାଯିବ ବୋଲି କୁହାଯାଉଛି ।