ଟି-୨୦ ବିଶ୍ବକପ ସେମିଫାଇନାଲ; ଟସ୍ ଜିତିଲା ନ୍ୟୁଜିଲାଣ୍ଡ; ବ୍ୟାଟିଂ କରିବ ଇଂଲଣ୍ଡ

1 min read

ଦୁବାଇ: ଚଳିତ ଟି-୨୦ ବିଶ୍ବକପରେ ଆଜି ପ୍ରଥମ ସେମିଫାଇନାଲ ଖେଳାଯାଉଛି । ଆବୁଧାବିର ଶେଖ ଜାୟଦ ଷ୍ଟାଡିୟମରେ ପ୍ରଥମ ସେମିଫାଇନାଲ ମ୍ୟାଚ ଖେଳାଯାଉଛି । ଏହି ମ୍ୟାଚରେ ମୁହାଁମୁହିଁ ହେଉଛନ୍ତି ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ । ତେବେ ଏହି ମ୍ୟାଚରେ ଟସ୍ ଜିତି ବୋଲିଂର ନିଷ୍ପତି ନେଇଛି ନ୍ୟୁଜିଲାଣ୍ଡ । ତେବେ ଚଳିତ ଟି-୨୦ ବିଶ୍ବକପର ଏହି ବଡ଼ ମ୍ୟାଚ ପୂର୍ବରୁ ଟିମ୍ ଇଂଲଣ୍ଡକୁ ଲାଗିଛି ଏକ ବଡ଼ ଝଟକା ।  ଇଂଲଣ୍ଡ ଦଳର ଷ୍ଟାର ବ୍ୟାଟ୍ସମ୍ୟାନ ଜେସନ ରାୟ ଆଘାତ କାରଣରୁ ବିଶ୍ବକପରୁ ବାହାରି ଯାଇଛନ୍ତି । ଯାହା ଫଳରେ ଆଜି ପ୍ରଥମ ସେମିଫାଇନାଲରେ ତାଙ୍କ ସ୍ଥାନରେ ଜୋଶ ବଟଲରଙ୍କ ସହ ଓପନିଂ କରିବେ ଜନି ବେୟାରଷ୍ଟୋ । ସେହିପରି ନ୍ୟୁଜିଲାଣ୍ଡ କଥା କହିବା ତାହାଲେ ସେମିଫାଇନାଲ ମ୍ୟାଚରେ ନ୍ୟୁଜିଲାଣ୍ଡ ପକ୍ଷରୁ କୌଣସି ପରିବର୍ତ୍ତନ କରାଯାଇନାହିଁ ।

ଅନ୍ୟପକ୍ଷରେ ଏହି ମ୍ୟାଚକୁ ଜିତି ଦିନିକିଆ ବିଶ୍ବକପର ଫାଇନାଲ ମ୍ୟାଚରେ ପରାଜୟର ବଦଲା ନେବାକୁ ଚେଷ୍ଟା କରିବ ନ୍ୟୁଜିଲାଣ୍ଡ । ୨୦୧୯ରେ ହୋଇଥିବା ଦିନିକିଆ ବିଶ୍ବକପରେ ନ୍ୟୁଜିଲାଣ୍ଡକୁ ସୁପର ଓଭରରେ ପରାସ୍ତ କରିଥିଲା । ତେବେ ସେହି ମ୍ୟାଚରେ ପରାଜୟର ପ୍ରତିଶୋଧ ନେବାକୁ ଆଜି ପଡ଼ିଆକୁ ଓହ୍ଲାଇବ ନ୍ୟୁଜିଲାଣ୍ଡ । ଅନ୍ୟପକ୍ଷରେ ଉଭୟ ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ ସବୁ କ୍ଷେତ୍ରରେ ଦମଦାର ପ୍ରଦର୍ଶନ କରିଛି ଏହି ଟୁର୍ଣ୍ଣାମେଣ୍ଟରେ । ତେଣୁ ଆଜିର ମ୍ୟାଚରେ କଡା ଟକ୍କର ଦେଖିବାକୁ ମିଳିବ ବୋଲି ଆଶା କରାଯାଉଛି ।

Leave a Reply