ସେମିଫାଇନାଲ ପାଇଁ ଭାରତର ଶେଷ ସୁଯୋଗ; ଜିତିଲେ ସେମି ଆଶା, ହାରିଲେ ବିଦା

1 min read

ଦୁବାଇ: ଚଳିତ ଟି-୨୦ ବିଶ୍ବକପରେ ଆଜି ଭାରତ ପାଇଁ ଏକ ଗୁରୁତ୍ବପୂର୍ଣ୍ଣ ଦିନ ।  ଆଜି ଭାରତ ତା’ର ତୃତୀୟ ମ୍ୟାଚରେ ଆଫଗାନିସ୍ତାନକୁ ଭେଟିବ । ଟିମ୍ ଇଣ୍ଡିଆ ଚଳିତ ଟି-୨୦ ବିଶ୍ବକପର ସେମିଫାଇନାଲକୁ ଯିବାକୁ ହେଲେ ଆଜିର ମ୍ୟାଚକୁ ବିଜୟ ଲାଭ କରିବା ଅତ୍ୟନ୍ତ ଜରୁରୀ । ତେବେ ଖାଲି ବିଜୟ ଲାଭ କଲେ ହେବନି ଏହି ମ୍ୟାଚ ଭାରତକୁ ବଡ଼ ବ୍ୟବଧାନରେ ଜିତିବାକୁ ପଡ଼ିବ । କାହିଁକି ନା ଟିମ୍ ଇଣ୍ଡିଆର ରନ ରେଟ୍ ବହୁତ ଖରାପ ରହିଛି ତେବେ ଏହି ରନ ରେଟକୁ ସୁଧାରିବାକୁ ହେଲେ ଆଜିର ମ୍ୟାଚରେ ବଡ଼ ବ୍ୟବଧାନରେ ଜିତିବା ଅତ୍ୟନ୍ତ ଜରୁରୀ । ତେବେ ଆଜିର ମ୍ୟାଚ ବିଜୟ ଲାଭ ପରେ ଆସନ୍ତା ନଭେମ୍ବର ୭ରେ ହେବାକୁ ଥିବା ନ୍ୟୁଜିଲାଣ୍ଡ ଓ ଆପଗାନିସ୍ତାନ ମ୍ୟାଚ ଉପରେ ସମସ୍ତ ଭାରତୀୟଙ୍କ ନଜର ରହିବ ।  କାହିଁକି ନା ଯଦି ଆଫଗାନିସ୍ତାନ ନ୍ୟୁଜିଲାଣ୍ଡକୁ ପରାସ୍ତ କରେ ତେବେ ଟିମ୍ ଇଣ୍ଡିଆ ସେମିଫାଇନାଲକୁ ଯାଇପାରିବ । ଅନ୍ୟପକ୍ଷରେ ଯଦି ଭାରତ ତା’ର ପୂର୍ବ ପ୍ରଦର୍ଶନ ଜାରି ରଖେ ଓ ଆଫଗାନିସ୍ତାନ ବିପକ୍ଷରେ ପରାଜୟ ବରଣ କରେ ତେବେ ଭାରତ ଚଳିତ ଟି-୨୦ ବିଶ୍ବକପର ସେମିଫାଇନାଲ ରେସରୁ ବିଦା ହେବ ।

ଯଦି ଆମେ ଆଫଗାନିସ୍ତାନ କଥା କହିବା ତାହାଲେ ଚଳିତ ବିଶ୍ବକପରେ ଦମଦାର ପ୍ରଦର୍ଶନ ଜାରି ରଖିଛି ଆଫଗାନିସ୍ତାନ ।  ତିନୋଟି ମ୍ୟାଚ ଖେଳି ଦୁଇଟି ମ୍ୟାଚରେ ବିଜୟ ଲାଭ କରିଛି ଆଫଗାନିସ୍ତାନ । ଆଫଗାନିସ୍ତାନର ବୋଲିଂ ଲାଇନ ଅଫ ଭାରତୀୟ ବ୍ୟାଟ୍ସମ୍ୟାନଙ୍କୁ ଅଡୁଆରେ ପକାଇବ । ବିଶେଷ କରି ଦୁଇ ସ୍ପିନର ରସିଦ ଖାନ ଓ ମୁଜିବ ଉର ରେହମାନ ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ପାଇଁ ବିପଦ ସୃଷ୍ଟି କରିପାରନ୍ତି । ଅନ୍ୟପଟେ ଯଦି ଟିମ୍ ଇଣ୍ଡିଆ କଥା କହିବା ତାହାଲେ ଲଗାତର ଭାବରେ ଦୁଇଟି ମ୍ୟାଚରେ ପରାଜୟ ବରଣ କରିବା ଫଳରେ ଭାରତୀୟ ଦଳର ମନୋବଳ ଭାଙ୍ଗି ପଡ଼ିଛି । ତେବେ ଆଜିର ମ୍ୟାଚରେ ଲଗାତର ଦୁଇଟି ମ୍ୟାଚର ପରାଜୟକୁ ଭୁଲି ଟିମ୍ ଇଣ୍ଡିଆ  ଆଜି ଦମଦାର ଖେଳ ପ୍ରଦର୍ଶନ କରିବ ବୋଲି ଆଶା କରାଯାଉଛି ।  ତେବେ ଗତ ଦୁଇ ମ୍ୟାଚରେ ଉଭୟ ବ୍ୟାଟିଂ, ବୋଲିଂ କୌଣସି କ୍ଷେତ୍ରରେ ଭଲ ପ୍ରଦର୍ଶନ କରିପାରିନଥିଲା ବିରାଟ ବାହିନୀ । ତେଣୁ ଆଜିର ମ୍ୟାଚରେ ଉଭୟ କ୍ଷେତ୍ରରେ ଦମଦାର ପ୍ରଦର୍ଶନ କରିବ ବୋଲି ଆଶା କରାଯାଉଛି ।  ତେବେ ଭାରତ-ଆଫଗାନିସ୍ତାନ ଉଭୟ ଦଳ ଟି-୨୦ ବିଶ୍ବକପରେ ଦୁଇ ଥର ମୁହାଁମୁହିଁ ହୋଇଥିଲେ ଏବଂ ଦୁଇ ଥର ଭାରତଠାରୁ ପରାଜୟ ବରଣ ମଧ୍ୟ କରିଥିଲେ ।  ତେବେ ଆଜିର ମ୍ୟଚରେ ଦମଦାର ଫର୍ମ ପ୍ରଦର୍ଶନ କରି ବିଶ୍ବକପରେ ପ୍ରଥମ ବିଜୟ ହାସଲ କରିବା ପାଇଁ ଚେଷ୍ଟା କରିବ ବିରାଟ ବାହିନୀ ।

Leave a Reply