ସମୁଦ୍ରକୁ ଶିଶୁପୁତ୍ରକୁ ଫୋପାଡ଼ି ଦେଲେ ବାପା, କହିଲେ ଆଲ୍ଲା ହୁ ଆକବର, ଜାଣନ୍ତୁ ଘଟଣା ପଛର ରହସ୍ୟ

ନନ୍ଦିଘୋଷ ବ୍ୟୁରୋ: ସାମାଜିକ ଗଣମାଧ୍ୟମରେ ଏକ ହୃଦୟ ବିଦାରକ ଭିଡିଓ ଭାଇରାଲ୍ ହେଉଛି । ଯେଉଁଥିରେ ଦେଖାଯାଉଛି ଯେ ଜଣେ ବାପା ତାର ଶିଶୁ ପୁତ୍ରକୁ କପଡାରେ ବାନ୍ଧି ସମୁଦ୍ରକୁ ଫୋପାଡି ଦେଉଛି । ଏବଂ ସେଠାରେ ଉପସ୍ଥିତ ଲୋକମାନେ ଆଲ୍ଲା ହୁ ଆକବରର ନାରା ଦେଉଛନ୍ତି । ତେବେ ଏହି ଭିଡିଓ ପଛର ଘଟଣା ଜାଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବ ।

ଘଟଣା ଏପରି ଯେ, ତୁର୍କୀରୁ ଇଟାଲୀ ଅଭିମୁଖେ ପ୍ରବାସୀମାନଙ୍କୁ ନେଇ ଏକ ଡଙ୍ଗା ବାହାରିଥିଲା । ଡଙ୍ଗାରେ ଖାଦ୍ୟ, ପିଇବା ପାଣି ଏବଂ ପେଟ୍ରୋଲ ସମାପ୍ତ ହୋଇଯିବା ପରେ ୩୨ ପ୍ରବାସୀ ମୃତ୍ୟୁ ଆଉ ଜୀବନ ମଝିରେ ଫସିଯାଇଥିଲେ । ଉଦ୍ଧାର ପୂର୍ବରୁ ସ୍ଥିତି ବିଗିଡ଼ିଯିବା କାରଣରୁ ଡଙ୍ଗାରେ ଥିବା ୬ ଜଣଙ୍କ ମୃତ୍ୟୁ ହୋଇଯାଇଥିଲା । ଏମାନଙ୍କ ମଧ୍ୟରେ ୩ ମହିଳା ଏବଂ ୩ ଶିଶୁ ସାମିଲ ଥିଲେ । ଏମାନଙ୍କ ଶବ ସଢ଼ିବାକୁ ଲାଗିବା ପରେ ଡଙ୍ଗାରେ ଥିବା ଲୋକମାନେ ଶବ ଗୁଡିକୁ କପଡ଼ାରେ ବାନ୍ଧି ସମୁଦ୍ରକୁ ଫୋପାଡି ଦେଇଥିଲେ ।

ଏମାନଙ୍କ ମଧ୍ୟରୁ ଏକ ଶିଶୁ ପୁତ୍ରକୁ ଫୋପାଡିବା ସମୟର ଭିଡିଓଟି ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହେଉଛି । ଭିଡିଓ ଦେଖି ଆପଣ ଜାଣିପାରିବେ ଯେ ସେ ସମୟରେ ସ୍ଥିତି କେତେ ଭୟାନକ ଥିବ । ଶିଶୁ ପୁତ୍ରକୁ ଫୋପାଡ଼ି ଥିବା ବ୍ୟକ୍ତି ସିରିଆର ମୂଳ ନିବାସୀ ଅଟେ, ଜୀବନରେ ନୂଆ ପରିବର୍ତ୍ତନ ପାଇଁ ସବୁଦିନ ପାଇଁ ପରିବାର ସହ ବେଆଇନ ଭାବେ ଇଟାଲୀ ଯାଉଥିଲେ । ହେଲେ ମଝି ସମୁଦ୍ରରେ ହିଁ ଖାଦ୍ୟ ଓ ପାନୀୟ ଜଳ ଅଭାବରୁ ତାଙ୍କ ପୁତ୍ର ମୃତ୍ୟୁ ବରଣ କରିଥିଲା ।

ତେବେ ଗତ ମାସ ୨୭ ତାରିଖରେ ୩୨ ପ୍ରବାସୀଙ୍କୁ ନେଇ ତୁର୍କୀର ଅନ୍ତାଲ୍ୟା ସହରରୁ ଇଟାଲୀ ଅଭିମୁଖେ ବାହାରିଥିଲା । ଯାତ୍ରା ବହୁତ ଲମ୍ବା ଥିଲା, କିନ୍ତୁ ଡଙ୍ଗାରେ ସାମଗ୍ରୀ କମ ଥିଲା । ଧୀରେ ଧୀରେ ଖାଦ୍ୟ, ପାଣି ଏବଂ ତେଲ ଶେଷ ହେବାରେ ଲାଗିଥିଲା । ଯେତବେଳେ ସବୁ ସମାପ୍ତ ହୋଇଯାଇଥିଲା ତେବେ ଖାସକରି ଡଙ୍ଗାରେ ଥିବା ମହିଳା ଏବଂ ଶିଶୁଙ୍କ ଭୋକରେ ସ୍ଥିତି ବିଗିଡ଼ିବାରେ ଲାଗିଥିଲା । ବଞ୍ଚିବା ପାଇଁ ସମସ୍ତେ ସମୁଦ୍ରର ଲୁଣିଆ ପାଣି ଟୁଥପେଷ୍ଟରେ ମିଶାଇ ପିଇଥିଲେ । ୬ ମହିଳା ଏବଂ ଶିଶୁ କିନ୍ତୁ ଏହି ସମୁଦ୍ର ପାଣିକୁ ସମ୍ଭାଳି ପାରିନଥିଲେ ଏବଂ ଗମ୍ଭୀର ରୂପରେ ରୋଗାଗ୍ରସ୍ତ ହୋଇଯାଇଥିଲେ ।

ଧୀରେ ଧୀରେ ଏମାନେ ପ୍ରାଣତ୍ୟାଗ କରିଥିଲେ । ଏହାପରେ ଅନ୍ୟ ଲୋକମାନେ ସବୁ ଶହବକୁ ଡଙ୍ଗାରେ ଏକ କୋଣକୁ ରଖି ଦେଇଥିଲେ । ଘରେ ପହଞ୍ଚି ଅନ୍ତିମ ସଂସ୍କାର କରିବା ପାଇଁ ଯୋଜନା କରିଥିଲେ ହେଲେ ଯାତ୍ରା ଏତେ ଲମ୍ବା ଥିଲା ଯେ ଶବ ସଢ଼ିବାରେ ଲାଗିଥିଲା । ସ୍ଥିତି ବିଗିଡ଼ିବାରୁ ପରିବାରବର୍ଗ ଶବକୁ ପାଣିରେ ଫୋପାଡ଼ିବା ପାଇଁ ବାଧ୍ୟ ହୋଇଥିଲେ । ଅନ୍ୟପକ୍ଷରେ ସମୁଦ୍ର ମଝିରେ ଲୋକଙ୍କ ଫସିରହିଥିବାର ଖବର ମିଳିବା ପରେ ଇଟାଲୀର ଏକ ଜାହଜ ଜୀବିତ ସମସ୍ତଙ୍କୁ ଉଦ୍ଧାର କରିଥିଲେ ।