ସିରିଆରେ ପୁଣି ଆରମ୍ଭ ହେଲା ଯୁଦ୍ଧ, ଗଲାଣି ୭୦ ଲୋକଙ୍କ ଜୀବନ

ନନ୍ଦିଘୋଷ ବ୍ୟୁରୋ :  ସିରିଆରେ ପୁଣି ଆରମ୍ଭ ହୋଇଛି  ଯୁଦ୍ଧ ।  ଏହି ଗୃହଯୁଦ୍ଧରେ ଗୋଟିଏ ପଟେ ଅସଦ ସମର୍ଥକ ଏବଂ ଅନ୍ୟପଟେ ସିରିଆରେ କ୍ଷମତାରେ ଥିବା ଏଚଟିସିର ଲଢୁଆ ସଦସ୍ୟ। ଗୁରୁବାର ବିଳମ୍ବିତ ରାତିରେ, ସିରିଆର ଲାଟାକିଆ ସହରଠାରେ ଦୁଇ ଗୋଷ୍ଠୀ ମଧ୍ୟରେ ଭୟଙ୍କର ଯୁଦ୍ଧ ହୋଇଥିଲା। ରିପୋର୍ଟ ଅନୁସାରେ, ଏହି ଭୟଙ୍କର ଯୁଦ୍ଧରେ ପ୍ରାୟ ୭୦ ଜଣଙ୍କର ମୃତ୍ୟୁ ହୋଇଛି। ଆକ୍ରମଣକାରୀମାନେ ପରସ୍ପର ସହିତ ଲଢ଼ିବା ପାଇଁ ରକେଟ୍ ଲଞ୍ଚର ବ୍ୟବହାର କରିଛନ୍ତି।  ସିରିଆ ପୁଣି ଥରେ ଅଶାନ୍ତି ଆଡକୁ ଗତି କରୁଛି ବୋଲି କୁହାଯାଉଛି ।

ସିରିଆରେ ବସର ଅଲ-ଆସାଦଙ୍କୁ ଗାଦିଚ୍ୟୁତ କରି କ୍ଷମତାକୁ ଆସିଥିବା ହାୟାତ-ତାହରିର ଅଲ-ଶାମ ଲଢ଼ୁଆମାନେ ଘର ଉପରକୁ ଗୁଳି ଚଳାଇଛନ୍ତି। ଗୁଳି ଚଳାଇବାର ଏକ ଭିଡିଓ ମଧ୍ୟ ଭାଇରାଲ ହେଉଛି। ରିପୋର୍ଟ ଅନୁଯାୟୀ, ସିରିଆର ସୁରକ୍ଷା ବାହିନୀ ଏକ କୋଠା ଉପରେ ଗୁଳି ଚଳାଇଥିଲେ। କୁହାଯାଉଛି ଯେ ପୂର୍ବତନ ଆସାଦ ଶାସନର ସାଧାରଣ ଗୁଇନ୍ଦା ଏହି କୋଠାରେ ରହୁଥିଲେ। ଗୁଳିକାଣ୍ଡ ପରେ ଗୁପ୍ତଚର ଅଧିକାରୀଙ୍କୁ ଗିରଫ କରାଯାଇଛି। ଏଠାରେ, ତୁର୍କୀ ସେନା ସିରିଆ ସୀମାରେ ପ୍ରବେଶ କରିଛି। ତୁର୍କୀ ସେନା ବଡ଼ ବଡ଼ ଟ୍ୟାଙ୍କ ସହିତ ପ୍ରବେଶ କରିଛି।

ଯୁଦ୍ଧର ନିଆଁରେ ଜଳୁଥିବା ଗାଜା ଏବଂ ୟୁକ୍ରେନରେ ଶାନ୍ତିର କଥା ଚାଲିଛି। ଡୋନାଲ୍ଡ ଟ୍ରମ୍ପ ନିଜେ ଦୁଇ ଦେଶ ମଧ୍ୟରେ ଶାନ୍ତି ପ୍ରତିଷ୍ଠାରେ ବ୍ୟସ୍ତ। ଗୋଟିଏ ପଟେ, ଟ୍ରମ୍ପ ରୁଷ ସହିତ କଥା ହୋଇ ୟୁକ୍ରେନରେ ଯୁଦ୍ଧ ବନ୍ଦ କରିବାକୁ ଚେଷ୍ଟା କରୁଛନ୍ତି । ଅନ୍ୟପଟେ ସେ ହମାସ ଏବଂ ଇସ୍ରାଏଲକୁ ସାଙ୍ଗରେ ନେଇ ଗାଜାରେ ଶାନ୍ତି ଫେରାଇ ଆଣୁଛନ୍ତି। କିନ୍ତୁ ଯେଭଳି ଭାବରେ ଅସଦ ଓ ଲଚଟିସି ଲଢ଼ୁଆ ସଦସ୍ୟମାନେ ମୁହାଁମୁହିଁ ହୋଇଛନ୍ତି । କୁହାଯାଉଛି, ଆଗାମୀ ସମୟରେ ସିରିଆରେ ଯୁଦ୍ଧ ହୋଇପାରେ।