ରାତିରେ ଲଗାତାର ୪ଟି ରକେଟ ମାଡ

ମଙ୍ଗଳବାର ରାତିରେ ସିରିଆ ଏୟାରବେଶରେ ରକେଟ ମାଡ । ଲଗାତାର ୪ଟି ରକେଟ ମାଡ ହୋଇଥିବା ଜଣାପଡ଼ିଛି । ଏଥିପାଇଁ ସିରିଆ ଇସ୍ରାଏଲକୁ ଦାୟୀ କରିଛି ।
ରକେଟ ମାଡ଼ର ବିଶେଷ କିଛି କ୍ଷତି ହୋଇନାହିଁ । ତେବେ ଇସ୍ରାଏଲ ପକ୍ଷରୁ କିଛି ପ୍ରତିକ୍ରିୟା ମିଳିପାରିନାହିଁ ।
ଏପଟେ ଇରାକରେ ଆମେରିକା ଏୟାରବେଶରେ ରକେଟ ମାଡ ହୋଇଛି । ଏଥିରେ କ୍ଷୟକ୍ଷତି ସୂଚନା ମିଳିନଥିବା ବେଳେ ଇରାନ ଉପରେ ସନ୍ଦେହ କରାଯାଉଛି । କିଛିଦିନ ତଳେ ଏୟାରବେସକୁ ଆମେରିକା ସେନା ଛାଡ଼ିଦେଇଥିଲା ।