କାର୍ତ୍ତିକ୍‌ଙ୍କ ପତ୍ନୀ ମୁରଲୀଙ୍କୁ ବିବାହ ପରେ ସମ୍ପର୍କରେ ପଡ଼ିଥିଲା ପୁର୍ଣ୍ଣଛେଦ୍‌, ଏବେ କେମିତି ଖେଲିବେ ଏକାଠି !

ଖରାପ ଫର୍ମ ପାଇଁ ଭାରତୀୟ ଦଳରୁ ବାଦ୍‌ ପଡ଼ିଥିବା ଦିନେଶ କାର୍ତ୍ତିକ ଏବଂ ମୁରଲି ବିଜୟଙ୍କୁ ଦୀର୍ଘ ଦିନ ପରେ ଏବେ ଗୋଟିଏ ଟିମ୍‌ ଓ ଗୋଟିଏ ଡ୍ରେସିଂ ରୁମରେ ଘରୋଇ କ୍ରିକେଟ ଖେଳୁଥିବାର ଦେଖିବାକୁ ମିଳିବ । ସୟଦ ମୁସ୍ତାକ୍ ଅଲ୍ଲି ଟ୍ରଫି ପାଇଁ ତାମିଲଲାଡୁ ସାମ୍ଭାବ୍ୟ ଦଳରେ ଏହି ଦୁଇ ଖେଳାଳି ସାମିଲ ହୋଇଛନ୍ତି । ହେଲେ ଏହି ଦୁଇ ଜଣଙ୍କ ମଧ୍ୟରେ ଥିବା ପୂରୁଣା ବିବାଦକୁ ନେଇ ଦୁଇ ଜଣଙ୍କ ସମ୍ପର୍କରେ ଫାଟ ଥିବା ବେଳେ କିଭଳି ଗୋଟିଏ ଟିମ ଓ ଗୋଟିଏ ଡ୍ରେସିଂ ରୁମରେ ରହି ଭଲ କ୍ରିକେଟ୍ ଖେଳିପାରିବେ ତାକୁ ନେଇ ପ୍ରଶ୍ନ ଉଠିଛି । ସୋସିଆଲ ମିଡିଆରେ ମଧ୍ୟ ଉଭୟଙ୍କୁ ନେଇ ଅନେକ ଟ୍ରୋଲ କରାଯାଉଛି ।

ତାମିଲନାଡ଼ୁର ୨୬ ଜଣିଆ ସାମ୍ଭବ୍ୟ ଟିମ୍‌ରେ ଏହି ଦୁଇ ଜଣଙ୍କ ନାଁ ସାମିଲ କରାଯାଇଛି । ୨୦୨୧ ଜାନୁଆରୀରେ ସୟଦ ମୁସ୍ତାକ୍‌ ଅଲ୍ଲି ଟ୍ରଫି ଖେଳାଯିବ । ଦିନେଶ କାର୍ତ୍ତିକ ଓ ମୁରଲି ବିଜୟ ଏବେ ଖରାପ ଫର୍ମ ପାଇଁ ଭାରତୀୟ ଦଳରୁ ବାଦ ପଡ଼ିଥିବା ବେଳେ ନିଜ ରାଜ୍ୟ ପାଇଁ ସୟଦ ମୁସ୍ତାକ୍‌ ଅଲ୍ଲି ଟ୍ରଫି ଖେଳିବାକୁ ଯାଉଛନ୍ତି । ହେଲେ ଏହି ଦୁଇ ଜଣ ଖେଳାଳି ମଧ୍ୟରେ ଥିବା ବିବାଦ କାହାକୁ ଅଛପା ନାହିଁ ।

ଆରମ୍ଭରୁ ତାମିଲନାଡ଼ୁର ଏହି ଦୁଇ ଖେଳାଳି ଦିନେ ଭଲ ବନ୍ଧୁ ଥିଲେ । ବନ୍ଧୁତ୍ୱର ଫାଇଦା ଉଠାଇ ସେତେବେଳେ କାର୍ତ୍ତିକଙ୍କ ପତ୍ନୀ ଥିବା ନୀକିତାଙ୍କ ସହ ମୁରଲୀ ବିଜୟ ପ୍ରେମ କରି ବସିଥିଲେ ଏବଂ ପରେ ଏହି ଦୁଇଜଣ ବିବାହ କରିନେଇଥିଲେ । ପୂର୍ବରୁ ନୀକିତଙ୍କୁ ଦିନେଶ କାର୍ତ୍ତିକ ୨୦୦୭ରେ ବିବାହ କରିଥିଲେ । ମୁରଲି ବିଜୟଙ୍କ ପ୍ରେମରେ ପଡ଼ିଥିବା ଦିନେଶ କାର୍ତିକଙ୍କ ପତ୍ନୀ ନୀକିତା ଗର୍ଭବତୀ ଥିବା ସମୟରେ ହିଁ ୨୦୧୨ ମସିହାରେ ବିବାହ କରିଥିଲେ । ଏଭଳି ଘଟଣା ପରେ କାର୍ତ୍ତିକ ଓ ମୁରଲୀ ବିଜୟଙ୍କ ମଧ୍ୟରେ ବନ୍ଧୁତ୍ୱ ଆଉ ରହି ନଥିଲା । ଏହି ଘଟଣା ପରେ କାର୍ତ୍ତିକ ଓ ମୁରଲି ବିଜୟ ଉଭୟଙ୍କୁ ୨୦୧୮ରେ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ ପାଇଁ ଭାରତୀୟ ଦଳରେ ସ୍ଥାନ ମିଳିଥିଲା ।

ତଥାପି ଏହି ଦୁଇଜଣଙ୍କ ମଧ୍ୟରେ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ କୌଣସି କଥାବାର୍ତ୍ତା ହୋଇନଥିବା ଦେଖିବାକୁ ମିଳିଥିଲା । ଦୁଇ ଜଣଙ୍କ ମଧ୍ୟରେ ସମ୍ପର୍କ ତିକ୍ତତାରେ ପରିଣତ ହୋଇଥିବା ବେଳେ ଏବେ ଗୋଟିଏ ଟିମ୍ ପାଇଁ ସାଙ୍ଗ ହୋଇ ପଡ଼ିଆରେ ବ୍ୟାଟିଂ କରିବା ବେଳେ କେମିତି ଏହି ଦୁଇ ଜଣଙ୍କ ମଧ୍ୟରେ ବୁଝାମଣା ଠିକ ରହିବ ତାହା ଦେଖିବା ବାକି ରହିଲା ।

Leave a Reply