spot_img

Latest Posts

ଆଜି ଶପଥ ନେବେ ନବୀନଙ୍କ ନୂଆ ଟିମ୍

ଭୁବନେଶ୍ବର: ଆଜି ରାଜ୍ୟ ମନ୍ତ୍ରିମଣ୍ଡଳରେ ହେବ ନବ କଳେବର । ପୂର୍ବାହ୍ନ ପ୍ରାୟ ୧୧.୪୫ରେ ଶପଥ ଗ୍ରହଣ ଉତ୍ସବ ଆୟୋଜିତ ହେବ । ଲୋକସେବା ଭବନ କନଭେନସନ ସେଣ୍ଚରରେ ନୀବନଙ୍କ ନୂଆ ମନ୍ତ୍ରୀମାନେ ଶପଥ ନେବେ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଗତକାଲି ବାଚସ୍ପତିଙ୍କ ସମେତ ୨୦ ମନ୍ତ୍ରୀ ଇସ୍ତଫା ଦେଇଥିଲେ । ମନ୍ତ୍ରୀମଣ୍ଡଳରେ ସାମିଲ ହେବା ପାଇଁ ଅନେକ ନେତାଙ୍କୁ ଯାଇଛି ଫୋନ୍ କଲ । ସମସ୍ତଙ୍କୁ ନିର୍ଦ୍ଦିଷ୍ଟ ସମୟରେ ଉପସ୍ଥିତି ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଫୋନକଲ ପାଇଥିବା ବିଧାୟକଙ୍କ ମଧ୍ୟରେ ଅଛନ୍ତି ଝାରସୁଗୁଡା ବିଧାୟକ ନବ କିଶୋର ଦାସ, ପୂର୍ବତନ ମନ୍ତ୍ରୀ ସମୀର ରଞ୍ଜନ ଦାଶ, ଅଶୋକ ପଣ୍ଡା, ଟୁକୁନି ସାହୁ, ଆଳି ବିଧାୟକ ପ୍ରତାପ ଦେବ, ମହାକାଳପଡା ବିଧାୟକ ଅତନୁ ସବ୍ୟସାଚି ନାୟକ, ପଶ୍ଚିମ ଓଡ଼ିଶାର ଯୁବ ନେତା ଭାବେ ଜଣାଶୁଣା ରୋହିତ ପୂଜାରୀ ।

ସେହିପରି ନୂଆପଡ଼ା ବିଧାୟକ ରାଜେନ୍ଦ୍ର ଢୋଲକିଆ, ବିଞ୍ଝାରପୁର ବିଧାୟିକା ପ୍ରମିଳା ମଲ୍ଲିକ, ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ, ଜଳେଶ୍ବର ବିଧାୟକ ଅଶ୍ବିନୀ କୁମାର ପାତ୍ର, ବିଜେପୁର ବିଧାୟିକା ରୀତା ସାହୁ, ଚିକିଟି ବିଧାୟିକା ଉଷା ଦେବୀ, କାମାକ୍ଷାନଗର ବିଧାୟକ ପ୍ରଫୁଲ୍ଲ କୁମାର ମଲ୍ଲିକ, ଆଠଗଡ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ, ବୌଦ୍ଧ ବିଧାୟକ ପ୍ରଦିପ ଅମାତ, ସୁକିନ୍ଦା ବିଧାୟକ ପ୍ରୀତିରଞ୍ଜନ ଘଡେଇ ଓ ସୋନପୁର ବିଧାୟକ ନିରଞ୍ଜନ ପୂଜାରୀଙ୍କ ପାଖକୁ ମଧ୍ୟ ଫୋନକଲ ଯାଇଛି ।

Latest Posts

Don't Miss