ଶ୍ୱେତା ସୁଇସାଇଡ୍ ସସପେନ୍ସର ଖୋଲୁଛି ଗୁମର, ସାମ୍ନାକୁ ଆସିଲା ହ୍ୱାଟସାପ୍ ଚାଟ୍

ଭୁବନେଶ୍ୱର: ଶ୍ୱେତା ସୁଇସାଇଡ୍ ସସପେନ୍ସର ଖୋଲୁଛି ଗୋଟିଏ ପରେ ଗୋଟିଏ ଗୁମର । ଏବେ ସାମ୍ନାକୁ ଆସିଛି ଶ୍ୱେତା ଏବଂ ସୌମ୍ୟଜିତଙ୍କ ମାଆଙ୍କ ସହ ହୋଇଥିବା ହ୍ୱାଟସାପ୍ ଚାଟ । ହ୍ୱାଟସାପ୍ ଚାଟ ମେସେଜରେ ଲଭ କ୍ଳାଇମାକ୍ସ ପରର କଥା । ଚାଟର କିଛି ସ୍କ୍ରିନ ସଟ ଏବେ ଭାଇରାଲ ହୋଇଛି । ବ୍ରେକଅପ୍ ପରେ ସୌମ୍ୟ ନେଇଥିବା ଟଙ୍କା ଫେରାଇବାକୁ ତାଙ୍କ ମାଆଙ୍କୁ ମେସେଜ କରିଥିଲେ ଶ୍ୱେତା । ଶ୍ୱେତା ଟଙ୍କାରେ ଅଏସ କରୁଥିଲେ ସୌମ୍ୟଜିତ । ଚାକିରୀ ଛାଡିବା ପରେ ଶ୍ଵେତାଙ୍କ ଠାରୁ ବାରମ୍ବାର ଟଙ୍କା ନେଇଥିଲେ ସୌମ୍ୟଜିତ । ଶ୍ୱେତାଙ୍କ ଟଙ୍କାରେ ସୌମ୍ୟଜିତ ମୋବାଇଲ ମଧ୍ୟ କିଣିଥିବା କଥା ମେସେଜରେ ଲେଖା ଅଛି । ବ୍ରେକଅପ୍ ପରେ ଏହି ଟଙ୍କା ଫେରାଇବାକୁ ସୌମ୍ୟଜିତଙ୍କ ମାଆଙ୍କୁ ହ୍ୱାଟସାପ୍ ମେସେଜ କରିଛନ୍ତି ଶ୍ୱେତା । ଏପରିକି ପୁଅକୁ ଟଙ୍କା ମାଗିଲେ ସେ ଫଟୋ ଭାଇରାଲ କରିବାକୁ ଧମକ ଦେଇଥିବା ମଧ୍ୟ ସୌମ୍ୟଙ୍କ ମାଆଙ୍କୁ ଜଣାଇଛନ୍ତି ଶ୍ୱେତା । ଅନ୍ୟପଟେ ଝିଅର ଆତ୍ମହତ୍ୟା ପାଇଁ ସୌମ୍ୟ ହିଁ ଦାୟୀ ଓ ଝିଅକୁ ନ୍ୟାୟ ପ୍ରଦାନ ପାଇଁ ଗତକାଲି ଡିସିପିଙ୍କ ଦ୍ୱାରସ୍ଥ ହୋଇଥିଲେ ଶ୍ୱେତାଙ୍କ ପରିବାର ଲୋକ। ଏହାସହ ଶ୍ୱେତାଙ୍କ ୪ ସାଙ୍ଗକୁ ତଦନ୍ତ ଭୁକ୍ତ କରିବା ପାଇଁ ଡିସିପିଙ୍କୁ ନିବେଦନ କରିଥିଲେ ପରିବାର ଲୋକ। ସେପଟେ ଗିରଫଦାରୀ ଏଡ଼ାଇବା ପାଇଁ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କଲେ ପୁରୁଷ ବନ୍ଧୁ ସୌମ୍ୟଜିତ୍ ମହାପାତ୍ର ।