ଶ୍ବେତା ଉତ୍କଳ କୁମାରୀ ଆତ୍ମହତ୍ୟା ମାମଲା, ବଏଫ୍ରେଣ୍ଡ ସୌମ୍ୟଜିତଙ୍କୁ ଗିରଫ କଲା ଚନ୍ଦ୍ରଶେଖରପୁର ପୋଲିସ

1 min read

ସମ୍ବଲପୁର: ବହୁଚର୍ଚ୍ଚିତ ସଫ୍ଟୱେର ଇଞ୍ଜିନିୟର ଶ୍ୱେତା ଉତ୍କଳ କୁମାରୀ ଆତ୍ମହତ୍ୟା ମାମଲା । ଯୁବତୀଙ୍କ ପୁରୁଷ ବନ୍ଧୁଙ୍କୁ ଗିରଫ କଲା ପୋଲିସ । ସମ୍ବଲପୁରରୁ ସୌମ୍ୟଜିତଙ୍କୁ ଗିରଫ କରିଛି ଚନ୍ଦ୍ରଶେଖରପୁର ଥାନା ପୋଲିସ । କମିଶନରେଟ୍ ପୋଲିସର ୫ ଜଣିଆ ଟିମ୍ ରାତି ୪ଟାରେ ସମ୍ବଲପୁର ବଂଶୀଧରନଗରରେ ପହଞ୍ଚି ସୌମ୍ୟଜିତଙ୍କୁ ତାଙ୍କ ଘରୁ ଗିରଫ କରିଥିବା ସୂଚନା ମିଳିଛି । ସୌମ୍ୟଜିତଙ୍କ ଯୋଗୁଁ ଶ୍ଵେତା ଆତ୍ମହତ୍ୟା କରିଥିବା ନେଇ ଚନ୍ଦ୍ରଶେଖରପୁର ଥାନାରେ ମାମଲା ରୁଜୁ କରିଥିଲେ ପରିବାରଲୋକ l

ପୂର୍ବରୁ ମାମଲାରେ ସୌମ୍ୟଜିତଙ୍କୁ ପଚରାଉଚରା କରିସାରିଥିଲା ପୋଲିସ । ପୁରୁଷ ବନ୍ଧୁ ସୌମ୍ୟଜିତଙ୍କ ସମ୍ବଲପୁର ବାସଭବନରେ ମଧ୍ୟ ଚଢ଼ାଉ କରିଥିଲା କମିଶନରେଟ ପୋଲିସ । ଗିରଫ ଭୟରେ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଥିଲେ ସୌମ୍ୟଜିତ । ଘଟଣାରେ ମୋଟ ୧୫ ଜଣଙ୍କ ବୟାନ ରେକର୍ଡ ହୋଇଛି । ସୌମ୍ୟ ଓ ଶ୍ବେତାଙ୍କ କଲ ରେକର୍ଡିଂ ଓ ମେସେଜ ତଥ୍ୟ ଆଧାରରେ ଚାଲିଥିଲା ତଦନ୍ତ । ତେବେ ଆଜି ଚନ୍ଦ୍ରଶେଖରପୁର ପୋଲିସ ସମ୍ବଲପୁର ଆସି ସୌମ୍ୟଜିତକୁ ଗିରଫ କରିଛି । ଗତବର୍ଷ ଅଗଷ୍ଟରେ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଥିଲା ।