spot_img

Latest Posts

ବିଏମସି ଅଫିସ୍ ଘେରିଲେ ସଫେଇ କର୍ମଚାରୀ, ମେୟରଙ୍କ ସହ ଆଲୋଚନା ବିଫଳ

ଭୁବନେଶ୍ୱର: ଦ୍ବିତୀୟ ଦିନରେ ମହାନଗର ନିଗମର ସଫେଇ କର୍ମଚାରୀମାନଙ୍କ ଆନ୍ଦୋଳନ। ଆଜି ସଫେଇ ବନ୍ଦ କରି ରାଜମହଲ ଓଭରବ୍ରିଜ୍ ତଳୁ ହଜାର ହଜାର ସଫେଇ କର୍ମଚାରୀ ବିଶାଳ ପଦଯାତ୍ରା କରି ବିଏମସି ଅଫିସ୍ ଘେରାଉ କରିଛନ୍ତି ।

୯ ହଜାର ଟଙ୍କା ରୁ ୧୫ ହଜାର ଟଙ୍କା ଦରମା ବୃଦ୍ଧି, ସଫେଇ କର୍ମଚାରୀମାନେ ଅଳିଆ ଆବନା ପୃଥକୀକରଣ ନ କରିବା , ଚାକିରୀରୁ ଛଟେଇ ପାଇଁ ବିଭିନ୍ନ ସମୟରେ ଧମକ ଦେଉଛନ୍ତି ଅଧିକାରୀ ତେଣୁ ଚାକିରୀ ସହ ସାମାଜିକ ସୁରକ୍ଷା ପ୍ରଦାନ ଦାବି ନେଇ ବିଏମସି ଘେରିଲେ ସଫେଇ କର୍ମଚାରୀ।

ବହୁ ଦିନରୁ BMC ନିକଟରେ ଦାବି ଜଣେଇ ଆସୁଥିଲେ ମଧ୍ୟ ଦାବି ପୂରଣ ନହେବାରୁ ଏବେ ଆନ୍ଦୋଳନକୁ ଓହ୍ଲେଇଛନ୍ତି ସଫେଇ କର୍ମଚାରୀ। ସହର ସଫେଇ ବାଧାପ୍ରାପ୍ତ ହେଉଛି । ବିଭିନ୍ନ ଓ୍ବାର୍ଡରେ ରାସ୍ତା କଡ଼ରେ ଅଳିଆ ଆବର୍ଜ୍ଜନା ପଡି ରହିଛି । ଗତ କାଲି ମେୟର ସୁଲୋଚନା ଦାସଙ୍କ ଆଲୋଚନା ବିଫଳ ହେବା ପରେ ଆଜି ସଫେଇ କର୍ମଚାରୀମାନେ ବିଏମସି ଅଫିସ୍ ଘେରାଉ କରିଛନ୍ତି। ଦାବି ପୂରଣ ନହେବା ପର୍ଯ୍ୟନ୍ତ ସହର ସଫେଇ ବନ୍ଦ ରହିବ ଓ ଆନ୍ଦୋଳନ ତୀବ୍ରତର ହେବ ବୋଲି ସଫେଇ କର୍ମଚାରୀ ସଂଘ ସାଧାରଣ ସମ୍ପାଦକ ସୂଚନା ଦେଇଛନ୍ତି।

Latest Posts

Don't Miss