spot_img

Latest Posts

ଶିକ୍ଷାକେନ୍ଦ୍ରରେ ଆଖିବୁଜା ଗୁଳିମାଡ

ନୂଆଦିଲ୍ଲୀ : ସୁଇଡେନର ଓରେବ୍ରୋର ଏକ ଶିକ୍ଷାକେନ୍ଦ୍ରରେ ଆଖିବୁଜା ଗୁଳିମାଡ। ପ୍ରାଣ ହରାଇଛନ୍ତି ୧୦ରୁ ଅଧିକ ଲୋକ। ସୁଇଡେନ ଇତିହାସରେ ଏହା ସବୁଠାରୁ ବଡ଼  ଘାତକ ଆକ୍ରମଣ ବୋଲି କୁହାଯାଇଛି। ଘଟଣାରେ ଶୋକପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ଉଲଫ କ୍ରିଷ୍ଟେରସନ। ବୟସ୍କଙ୍କୁ ଶିକ୍ଷା ଦେବା ଲାଗି ଉଦ୍ଦିଷ୍ଟ ରିସବର୍ଗସ୍କା ସ୍କୁଲରେ ଜଣେ ଅଜ୍ଞାତ ବନ୍ଧୁକଧାରୀ ଶିକ୍ଷାର୍ଥୀମାନଙ୍କ ଉପରକୁ ଆଖିବୁଜା ଗୁଳିମାଡ କରିଥିଲା। ଗୁଳିମାଡରେ ମୃତକଙ୍କ ସଂଖ୍ଯା ଅଧିକ ହେବ ବୋଲି ଆଶଙ୍କା କରାଯାଉଛି। ତେବେ ଏହା କୌଣସି ଆତଙ୍କବାଦୀ ହମଲା ନୁହେଁ ବୋଲି ପ୍ରାଥମିକ ତଦନ୍ତରୁ ଜଣାଯାଇଛି।

Latest Posts

Don't Miss