ଗରିବଙ୍କ ଦୁଃଖ ବେଳର ସାଥୀ ସାଜିଛି ସ୍ୱର୍ଗରଥ

ରାୟଗଡ଼ା: ବିଭିନ୍ନ ସମୟରେ ଶବକୁ ଅସମ୍ମାନ ଖବର ସାମନାକୁ ଆସୁଛି । କିନ୍ତୁ ଏବେ ନିସ୍ୱାର୍ଥପର ସେବା ଦେଇଛି ନୂଆ ପରିଚୟ । ୨୪ ଘଣ୍ଟା ନିଜ ସେବାକୁ ନେଇ ତତ୍ପର ଥିବା ଦୁଇ ଜଣ ସମାଜସେବୀଙ୍କର ଏହି କଥା ।  ଦୟାନିଧି ଓ ସଂଜୟ ନାମକ ଦୁଇଜଣ ବ୍ୟକ୍ତି ସମସ୍ତଙ୍କ ପାଇଁ ପାଲଟିଛନ୍ତି ଉଦାହରଣ ।

ରାୟଗଡ଼ା ଜିଲ୍ଲା ଗୁଣପୁରରେ ସ୍ଥାନୀୟ ଅଞ୍ଚଳରେ ମାଗଣାରେ ଶବ ବୋହି ଏହି ଦୁଇ ଜଣ ବ୍ୟକ୍ତି ବେଶ ପରିଚିତ ହୋଇ ପାରିଛନ୍ତି । ସ୍ୱାର୍ଥପର ଦୁନିଆରେ ନିସ୍ୱାର୍ଥପରତା ସେମାନଙ୍କୁ ଦେଇଛି ଆତ୍ମତୃପ୍ତି । ମାଗଣାରେ ୪୨୦ଜଣଙ୍କ ଶବବୋହି ପାଲଟିଛନ୍ତି ଉଦାହରଣ । ରାୟଗଡ଼ା ଜିଲ୍ଲା ଗୁଣୁପୁରର ଦୁଇ ସମାଜସେବୀ ସାଉଁଟୁଛନ୍ତି ଏହି ପ୍ରଶଂସା ।

ସେବା ଯୋଗାଉଛି ସ୍ୱର୍ଗରଥ । ଗରିବ ଅସହାୟଙ୍କ ଦେବଦୂତ ପାଲଟିଛନ୍ତି ଗୁଣୁପୁରର ଦୟାନିଧି ବାରିକ ଓ ସଂଜୟ ସାହୁ ।  ୨୪ ଘଣ୍ଟା ନିଜ ସେବାକୁ ନେଇ ଉଭୟେ ବେଶ ସଜାଗ ।  ଆଜି ପର୍ଯ୍ୟନ୍ତ ଦୟାନିଧି ୪୨୦ଜଣଙ୍କ ଶବ ମାଗଣାରେ ଗାଡ଼ିରେ ବୋହି ନେଇଛନ୍ତି । ଏଥିରେ ତାଙ୍କୁ ସହଯୋଗ କରିଛନ୍ତି ସଂଜୟ ସାହୁ ନାମକ ଜଣେ ବ୍ୟକ୍ତି । ଗାଡ଼ିର ଆବଶ୍ୟକୀୟ ଖର୍ଚ୍ଚ ବହନ କରୁଛନ୍ତି ସଂଜୟ ।

ନିଜସ୍ୱ ଉଦ୍ୟମରେ ଦୟାନିଧି ଓ ସଞ୍ଜୟ ଜୟ ଜଗନ୍ନାଥ ମହାପ୍ରୟାଣ ସଂସ୍ଥା ଖୋଲିଛନ୍ତି ଏବଂ ଶବ ବୋହିବା ପାଇଁ ରହିଛି ସ୍ୱର୍ଗରଥ ନାମକ ଏକ ଗାଡ଼ି । ବିଭିନ୍ନ ସମୟରେ ସଂସ୍ଥା ପକ୍ଷରୁ ଅଜଣା ମହିଳା ଓ ପୁରୁଷଙ୍କ ଶବ ସଂସ୍କାର କରାଯାଇଛି । ସ୍ୱର୍ଗରଥ ସେବା ଦ୍ଵାରା ସ୍ଥାନୀୟ ବାସିନ୍ଦା ବେଶ ଉପକୃତ ହେଉଛନ୍ତି ।

Leave a Reply