ସ୍ବର୍ଗଦ୍ବାର ଆପ୍ ଲୋକାର୍ପିତ, ଏଣିକି ଅନଲାଇନରେ ଜାଣି ହେବ ମିଳୁଥିବା ସେବା ସମ୍ପର୍କରେ

ପୁରୀ: ସ୍ଵର୍ଗଦ୍ଵାର ରୂପାନ୍ତରିକରଣରେ ଯୋଡି ହେଲା ଆଉ ଏକ ଫର୍ଦ୍ଦ । ସ୍ଵର୍ଗଦ୍ଵାର ମୋବାଇଲ ଆପ ଲୋକାର୍ପଣ କରିଛନ୍ତି ପୁରୀ ଜିଲ୍ଲାପାଳ ବିଜୟ କୁମାର ଦାଶ । ଆପ ଜରିଆରେ ଆଗୁଆ କରିହେବ ରେଜିଷ୍ଟ୍ରେସନ୍, ଜାଣି ହେବ ସ୍ବର୍ଗଦ୍ବାରରେ ମିଳୁଥିବା ସେବା ସମ୍ପର୍କରେ ।

ଦିନକୁ ଦିନ ସ୍ବର୍ଗଦ୍ବାରକୁ ଆସୁଥିବା ଶବ ସଂଖ୍ୟାରେ ବୃଦ୍ଧି ପାଇବାକୁ ଲାଗିଛି । ଏହି କାରଣରୁ ଶବଦାହ ପାଇଁ ରେଜିଷ୍ଟ୍ରେନ କରିବାରେ କିଛି ସମୟରେ ସମସ୍ୟା ଦେଖା ଦେଉଛି । ଏପରି ସମସ୍ୟା ଦୂର କରିବା ଓ ସହଜ ରେଜିଷ୍ଟ୍ରେସନ ପାଇଁ ସ୍ବର୍ଗଦ୍ବାର ମୋବାଇଲ୍ ଆପ୍ ବ୍ୟବସ୍ଥା କରାଯାଇଛି ।  ସ୍ଵର୍ଗଦ୍ଵାରରେ ଶବ ସଂସ୍କାର ସେବା ପାଇବାକୁ ଚାହୁଁଥିବା ବ୍ୟକ୍ତି ବିଶେଷ ଏହି ମୋବାଇଲ ଆପରୁ ଏଠାରେ ମିଳୁଥିବା ସମସ୍ତ ସେବା ବିଷୟରେ ଜାଣି ପାରିବେ । ଏହି ଆପ ଓଡ଼ିଆ ହିନ୍ଦୀ ଓ ଇଂରାଜୀ ଭାଷାରେ ଉପଲବ୍ଧ ହେବ । ଭାରତୀୟ ଷ୍ଟେଟ ବ୍ୟାଙ୍କ ମେନ୍ ବ୍ରାଞ୍ଚ ପୁରୀ ଶାଖା ତରଫରୁ ସ୍ଵର୍ଗଦ୍ଵାର ସେବା ସମିତିକୁ ଏକ ହାଇଡ୍ରୋଲିକ ଟ୍ରାକ୍ଟର ଡାଲା ପରିବହନ ସେବା ପାଇଁ ପ୍ରଦାନ କରାଯାଇଥିଲା ।