ବିବାହ ବନ୍ଧନରେ ବାନ୍ଧି ହେଲେ ଅଭିନେତ୍ରୀ ସ୍ୱରା ଭାସ୍କର

ମୁମ୍ବାଇ: ସମାଜବାଦୀ ପାର୍ଟି ନେତା ଫାହଦ ଅହମ୍ମଦଙ୍କ ହାତ ଧରିଲେ ଅଭିନେତ୍ରୀ ସ୍ୱରା ଭାସ୍କର। ଗତ ଜାନୁଆରୀ ୬ରେ ସ୍ବତନ୍ତ୍ର ବିବାହ ଆଇନ ଅନୁସାରେ ଉଭୟ କୋର୍ଟରେ ପଞ୍ଜିକରଣ କରିଥିବା ବିଷୟ ପ୍ରକାଶ କରିଛନ୍ତି ଅଭିନେତ୍ରୀ । ବର୍ତ୍ତମାନ ସମାଜବାଦୀ ପାର୍ଟିର ମହାରାଷ୍ଟ୍ର ଯୁବ ଶାଖା ସଭାପତି ଅଛନ୍ତି ଫାହଦ। ବିବାହ ପଞ୍ଜିକରଣ ବେଳେ କୋର୍ଟରେ ଉପସ୍ଥିତ ଥିଲେ ସ୍ବରାଙ୍କ ବାପାମା ।

ଟୁଇଟରର ନିଜର ନିରୋଳା ପ୍ରେମ ବିଷୟରେ ବି ଉଲ୍ଲେଖ କରିଛନ୍ତି ସ୍ବରା । କିଛିଦିନ ତଳେ ସ୍ବରା ଭାସ୍କରଙ୍କ ଏକ ଫଟୋକୁ ନେଇ ସସପେନ୍ସ ଜାରି ରହିଥିଲା । ପୂର୍ବରୁ ଲେଖକ ହିମାଂଶୁ ଶର୍ମାଙ୍କ ସହ ସ୍ବରାଙ୍କ ସମ୍ପର୍କ ନେଇ ଚର୍ଚ୍ଚା ଚାଲିଥିଲା । ତେବେ ୨୦୧୯ରେ ଏହି ସମ୍ପର୍କ ଛିନ୍ନ ହୋଇଥିଲା । ଏକ ଆନ୍ଦୋଳନ କାର୍ଯ୍ୟକ୍ରମରୁ ଫାହଦ ଅହମ୍ମଦଙ୍କ ସହ ସ୍ବରାଙ୍କ ସାକ୍ଷାତ ହୋଇଥିଲା । ପରେ ଏହା ପ୍ରେମର ରୂପ ନେଇଥିଲା ।