ଟ୍ରୋଲ୍ ହେଲେ ସ୍ୱରା, ‘ଦ କାଶ୍ମୀର ଫାଇଲ୍ସ’କୁ ନେଇ କରିଥିଲେ ଟ୍ୱିଟ୍  

1 min read
Swara Bhasker Brutally Trolled Over Vivek Agnihotri's The Kashmir Files

ମୁମ୍ବାଇ: ବିବେକ ଅଗ୍ନିହୋତ୍ରିଙ୍କ ‘ଦ କାଶ୍ମୀର ଫାଇଲ୍ସ’ ଚଳଚ୍ଚିତ୍ରକୁ ନେଇ ଚର୍ଚ୍ଚା ଥମୁନି । ଫିଲ୍ମର କ୍ରେଜ୍ ବଢ଼ୁଥିବା ବେଳେ ଦର୍ଶକଙ୍କ ପ୍ରଂଶସା ବଢ଼ୁଛି । ଚଳଚ୍ଚିତ୍ରଟିକୁ ସମସ୍ତେ ପସନ୍ଦ କରୁଥିବା ବେଳେ ଅଭିନେତ୍ରୀ ସ୍ୱରା ଭାସ୍କର ଟ୍ୱିଟ୍ କରି ଜବରଦସ୍ତ ଟ୍ରୋଲ୍ ହୋଇଛନ୍ତି । ଅଗ୍ନିହୋତ୍ରିଙ୍କ ନିର୍ଦ୍ଦେଶିତ ‘ଦ କାଶ୍ମୀର ଫାଇଲ୍ସ’ ମାର୍ଚ୍ଚ ୧୧ରେ ପରଦାରେ ରିଲିଜ୍ ହୋଇଥିଲା ।

ଫିଲ୍ମ ରିଲିଜରେ ଏହାକୁ ନେଇ ଦର୍ଶକ ଭଲ୍ ରିଭ୍ୟୁ ଦେଉଥିବା ବେଳେ ଅକ୍ଷୟ କୁମାର, ୟାମି ଗୌତମ, ହନ୍ସଲ ମେହଟାଙ୍କ ଭଳି ବହୁ ବଲିଉଡ୍ ତାରକା ‘ଦ କାଶ୍ମୀରି ଫାଇଲ୍ସ’ର ସମର୍ଥନ କରି ଦେଖିବା ପାଇଁ ଦର୍ଶକଙ୍କୁ ଅପିଲ୍ କରିଛନ୍ତି । ଆଉ ଠିକ୍ ଏହି ସମୟରେ ସ୍ୱରା ଭାସ୍କର ‘ଦ କାଶ୍ମୀର ଫାଇଲ୍ସ’ର ନାଁ ନ ନେଇ ଏକ ବିବାଦୀୟ ଟ୍ୱିଟ୍ କରିଛନ୍ତି ।

ଟ୍ୱିଟ୍ କରି ସ୍ୱରା ଲେଖିଛନ୍ତି- ଯଦି ଆପଣଙ୍କ ପ୍ରୟାସର ସଫଳତା ପାଇଁ କେହି ଆପଣଙ୍କୁ ଶୁଭେଚ୍ଛା ଜଣାଉ ବୋଲି ଆପଣ ଚାହାନ୍ତି, ତେବେ ୫ ବର୍ଷ ଧରି ମୁଣ୍ଡ ନ ନୁଆଁଇ ବସ ନାହିଁ । ସ୍ୱରାଙ୍କ ଏଭଳି ଟ୍ୱିଟ୍ ଏବେ ଜୋରଦାର୍ ଟ୍ରୋଲ୍ ହେବାରେ ଲାଗିଛି ।

ଜଣେ ଟ୍ୱିଟର ବ୍ୟବହାରକାରୀ ଲେଖିଛନ୍ତି, ସ୍ୱରାଙ୍କୁ ଫିଲ୍ମ ରିଲିଜ୍ ପୂର୍ବରୁ ହିଁ ୧୦ ତାରିଖରୁ ଝଟକା ଲାଗିଥିଲା । ଏବେ ଫିଲ୍ମଟି ୨୦୦ କୋଟି ରୋଜଗାର କଲେ ଆହୁରି ଜଳିବ ।

ସେହିଭଳି ଆଉ ଜଣେ ଲେଖିଛନ୍ତି, ସ୍ୱରା ଦିଦି ଦୟାକରି ‘ଦ କାଶ୍ମୀର ଫାଇଲ୍ସ’କୁ ଦେଖି ଆତଙ୍କବାଦ ଓ ନରଂସହାରକୁ ବୁଝି ନିଅନ୍ତୁ ।

ସେହିଭଳି ଆଉ ଜଣେ ଲେଖିଛନ୍ତି, ଆପଣ ଆଇଏମଡିବିର ରେଟିଂକୁ ମିଛ କହି ପାରିବେ ନାହିଁ । ଯଦି ଆପଣ ମିଛ ଭାବୁଛନ୍ତି ତାହେଲେ ଆପଣଙ୍କ ଘର ପାଖରେ ଥିବା ହଲକୁ ଯାଆନ୍ତୁ । ହାଉସଫୁଲ୍ ଶୋ ଚାଲୁଛି ।