spot_img

Latest Posts

କୃଷକଙ୍କ ସହ ଧାରଣାରେ ବସିଲେ ଅଭିନେତ୍ରୀ ସ୍ୱରା ଭାସ୍କର

ନୂଆଦିଲ୍ଲୀ: ଦିଲ୍ଲୀ ସୀମାରେ ଚାଲିଥିବା କୃଷକଙ୍କ ଆନ୍ଦୋଳନରେ ବଲିଉଡର ଅନେକ ସେଲେବ୍ରିଟି ସାମିଲ୍ ହେଉଛନ୍ତି। କିଏ ଆନ୍ଦୋଳନକାରୀଙ୍କ ସହ ଧାରଣାରେ ବସୁଛନ୍ତି ତ କିଏ ଆର୍ଥିକ ସାହାଯ୍ୟ ଦେଉଛନ୍ତି। ବର୍ତ୍ତମାନ ଏହି ଧାରାରେ ଯୋଡ଼ି ହୋଇଛନ୍ତି ଅଭିନେତ୍ରୀ ସ୍ୱରା ଭାସ୍କର। ଦିଲ୍ଲୀ ସୀମାରେ କୃଷକଙ୍କ ଆନ୍ଦୋଳନରେ ସାମିଲ ହୋଇ ସ୍ୱରା ଆନ୍ଦୋଳନ ସ୍ଥଳରେ ବସିଛନ୍ତି। ଧାରଣାସ୍ଥଳରୁ ତାଙ୍କର କିଛି ଫଟୋ ଏବେ ସୋଶାଲ୍ ମିଡିଆରେ ଭାଇରାଲ ହେଉଛି।

ନିକଟରେ କୃଷକ ଆନ୍ଦୋଳନକୁ ନେଇ ମତ ରଖିଥିବା ସ୍ୱରା ଶୁକ୍ରବାର ଆନ୍ଦୋଳନ ସ୍ଥଳକୁ ଯାଇ କୃଷକଙ୍କ ସହ ସାକ୍ଷାତ କରିଛନ୍ତି। ସେଠାରେ ପହଞ୍ଚି ସେ ତାଙ୍କ ସହ ଆଲୋଚନା କରିବା ସହ କୃଷକଙ୍କ ମନୋବଳ ବଢ଼ାଇଛନ୍ତି। ଏହାର କିଛି ଫଟୋକୁ ସେ ନିଜେ ଟ୍ୱିଟର୍ରେ ପୋଷ୍ଟ କରି କୃଷକଙ୍କ ପ୍ରଶଂସା କରିଛନ୍ତି। ସେ ଲେଖିଛନ୍ତି, ‘ କୃଷକଙ୍କ ସାହସ, ସେମାନଙ୍କର ନିଷ୍ଠା ଦେଖି ବେଶ୍ ଭଲ ଲାଗିଲା। ଏହା ଏକ ଭଲ ଦିନ ଥିଲା।’

ସୂଚନାଯୋଗ୍ୟ, ସ୍ୱରା ସିଙ୍ଘୁ ସୀମାରେ ଧାରଣରେ ବସିବା ପୂର୍ବରୁ ମଧ୍ୟ ସୋଶାଲ୍ ମିଡିଆ ଜରିଆରେ କୃଷକ ସଂଗଠନ ପ୍ରତି ନିଜର ସମର୍ଥନ ଜଣାଇଥିଲେ। ସେ ସେମାନଙ୍କ ବିରୋଧରେ ମଧ୍ୟ ସ୍ୱର ଉତ୍ତୋଳନ କରିଥିଲେ ଯେଉଁମାନେ କୃଷକଙ୍କ ବିରୋଧରେ ଅପଶବ୍ଦ ବ୍ୟବହାର କରିଥିଲେ। ସେ କଙ୍ଗନାଙ୍କୁ ମଧ୍ୟ ଏ ନେଇ ଟାର୍ଗେଟ କରିଥିଲେ। ତେବେସ୍ୱରାଙ୍କ ପୂର୍ବରୁ ଅଭିନେତା ତଥା ଗାୟକ ଦଲଜିତ ଦୋସାଞ୍ଝ ଓ ଗୁରଦାସ ମାନଙ୍କ ବଳି ସେଲେବ୍ରିଟି ମଧ୍ୟ କୃଷକଙ୍କ ସହ ଧାରଣାରେ ବସି ଆନ୍ଦୋଳକୁ ସମର୍ଥନ କରିଥିଲେ।

Latest Posts

Don't Miss