ସ୍ବାମୀନାଥନଙ୍କ ବିୟୋଗ କୃଷି ବିଜ୍ଞାନରେ ଏକ ଅପୂରଣୀୟ କ୍ଷତି : ମୁଖ୍ୟମନ୍ତ୍ରୀ

1 min read

ଭୁବନେଶ୍ୱର : କୃଷି ବୈଜ୍ଞାନିକ ଏମଏସ ସ୍ବାମୀନାଥନଙ୍କ ବିୟୋଗରେ ଶୋକବ୍ୟକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭାରତରେ ସବୁଜ ବିପ୍ଲବର ଜନକ ଥିଲେ ସ୍ବାମୀନାଥନ । ଦେଶରେ କୃଷିକ୍ଷେତ୍ରର ବିକାଶରେ ସେ ନେଇଥିଲେ ପ୍ରମୁଖ ଭୂମିକା । ଚାଷୀଙ୍କ ଆର୍ଥିକ ଅଭିବୃଦ୍ଧିରେ ସେ ସହାୟକ ହୋଇଥିଲେ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ସ୍ବାମୀନାଥନ ସାରା ଜୀବନ ଚାଷୀଙ୍କୁ ସଶକ୍ତ କରିବା ଦିଗରେ କଠିନ ପରିଶ୍ରମ କରିବା ସହ ଚାଷୀଙ୍କ ଲାଗି ଏକ ସୁଚିନ୍ତିତ ନୀତି ଆଣିବା ପାଇଁ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ବାମୀନାଥନଙ୍କ ଓଡିଶା ଲିଙ୍କ ନେଇ ସ୍ମୃତିଚାରଣ କରିଛନ୍ତି ।

ଓଡିଶାରେ ତାଙ୍କ କ୍ୟାରିୟରର ପ୍ରାରମ୍ଭିକ ପର୍ଯ୍ୟାୟ ଆରମ୍ଭ ହୋଇଥିବାବେଳେ ସେ ରାଜ୍ୟର ଚାଷୀଙ୍କ ଲାଗି ସବୁବେଳେ ସହାୟତାର ହାତ ବଢାଇବାକୁ ପ୍ରସ୍ତୁତ ଥିଲେ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ସ୍ବାମୀନାଥନଙ୍କ ଗବେଷଣାଗାର ଓଡିଶାର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ଚାଷୀଙ୍କ ବିକାଶ ଲାଗି ଉତ୍ସର୍ଗୀକୃତ ଥିଲା । ତାଙ୍କର ନିଧନ କୃଷି ବିଜ୍ଞାନରେ ଏକ ଅପୂରଣୀୟ କ୍ଷତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।