ଢେଙ୍କାନାଳରେ ବିଜେଡିର ମହା ମିଶ୍ରଣ ପର୍ବ

ଢେଙ୍କାନାଳ: ସାରା ରାଜ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କ୍ରେଜ୍‌ । ନବୀନଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେଡିକୁ ଛୁଟିବାରେ ଲାଗିଛି ନେତା, କର୍ମୀ ଓ ବିଭିନ୍ନ ବର୍ଗର ବ୍ୟକ୍ତିଙ୍କ ସୁଅ । ଢେଙ୍କାନାଳ ଭୁବନରେ ଅନୁଷ୍ଠିତ ହୋଇଯାଇଛି ଏକ ବଡ଼ ଧରଣର ମିଶ୍ରଣ ପର୍ବ । ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକଙ୍କ ଉପସ୍ଥିତିରେ ବିଜେଡିରେ ସାମିଲ ହୋଇଛନ୍ତି ଭୁବନର ପ୍ରତିଷ୍ଠିତ ସମାଜସେବୀ ଶୁଭେନ୍ଦୁ କୁମାର ସାହୁ ଓ ତାଙ୍କର ୨୫୦ରୁ ଅଧିକ ସମର୍ଥକ ।

ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟର ସଭାପତି ଶୁଭେନ୍ଦୁ ଓ ସହଯୋଗୀଙ୍କୁ ଉତ୍ତରୀୟ ଦେଇ ସ୍ବାଗତ କରିଥିଲେ ମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ  ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ସେମାନେ ବିଜୁ ଜନତା ଦଳରେ ଯୋଗ ଦେଇଥିବା କହିଛନ୍ତି । ମିଶ୍ରଣ ପର୍ବରେ ଢେଙ୍କାନାଳ ବିଜୁ ଜନତା ଦଳର ପର୍ଯ୍ୟବେକ୍ଷକ ବିଜୟ ନାୟକ, ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦର ପୂର୍ବତନ ନଗରପାଳ ନନ୍ଦକିଶୋର ସାହୁ, ଢେଙ୍କାନାଳ ଜିଲ୍ଲା ବିଜୁ ଯୁବ ଜନତା ଦଳର ସଭାପତି ଧର୍ମାନନ୍ଦ ପରିଡ଼ା ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply